ସମ୍ବଲପୁର:ପୁଣି ଚର୍ଚ୍ଚାରେ ସମ୍ବଲପୁର ବୁର୍ଲା ଭୀମସାରର ଆବାସିକ ଡାକ୍ତର ତଥା ସମାଜସେବୀ ଶଙ୍କର ରାମଚନ୍ଦାନୀ । କେତେବେଳେ ଗରିବଙ୍କ ପାଇଁ ଏକ ଟଙ୍କିଆ କ୍ଲିନିକ ତ ଆଉ କେତେବେଳେ ଅସହାୟ କୁଷ୍ଠ ରୋଗୀଙ୍କୁ କାନ୍ଧରେ ବୋହି ରାସ୍ତା ପାର କରେଇବା ପାଇଁ ବେଶ ପ୍ରଶଂସା ସାଉଁଟିଛନ୍ତି । ଆଉ ଏବେ ଜଣେ ଗରିବ ଅସହାୟ ମହିଳାଙ୍କ ପୁଅ ପରି ଶେଷକୃତ୍ୟ ସମ୍ପନ୍ନ କରି ଚର୍ଚ୍ଚାରେ ଅଛନ୍ତି ।
ଗତ ୨୦୧୮ ଜୁଲାଇ ୭ ତାରିଖରେ ସୋନପୁର ବୀରମହାରାଜପୁର ଥାନା ଅଞ୍ଚଳର ପୁଷ୍ପାଞ୍ଜଳି ବାଗଙ୍କୁ ପକ୍ଷାଘାତ ହେବାରୁ ତାଙ୍କ ପରିବାର ଲୋକେ ତାଙ୍କୁ ଭୀମସାରର କାଜୁଆଲିଟିରେ ଭର୍ତ୍ତି କରିଥିଲେ । ତେବେ ଦୀର୍ଘ ୪ବର୍ଷ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ମଧ୍ୟ ତାଙ୍କର ପରିବାର ଲୋକେ ତାଙ୍କୁ କେହି ଦେଖିବାକୁ ଆସିନଥିଲେ । ଫଳରେ ହସ୍ପିଟାଲର ଡାକ୍ତର ତଥା ନର୍ସମାନେ ମଧ୍ୟ ପୁଷ୍ପାଙ୍କ ଅବଶ୍ୟକତା ପୂରଣ କରିବା ସହ ତାଙ୍କର ସେବା କରି ଆସୁଥିଲେ ।