ସମ୍ବଲପୁର:ଗରୀବ ରୋଗୀଙ୍କୁ ସାହାଯ୍ୟ କରିବାକୁ ଯୁବ ଡାକ୍ତର ଦମ୍ପତି ଆରମ୍ଭ କରିଛନ୍ତି ନିଆରା ପ୍ରୟାସ । ମାଗଣାରେ ରୋଗୀ ସେବା ଯୋଗାଇ ଦେବା ପାଇଁ ସମ୍ବଲପୁର ସାକ୍ଷୀପଡା ଅଞ୍ଚଳରେ ଖୋଲିଛନ୍ତି ଆରୋଗ୍ୟ କ୍ଲିନିକ । ବସ୍ତି ବାସିନ୍ଦା , ଗରିବ, ଅସହୟଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ ପାଇଁ ସେ ମାଗଣା କ୍ଲିନିକ ଖୋଲି ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦେଉଛନ୍ତି ।
ରୋଗୀଙ୍କ ସେବା କରିବାକୁ ଆଗେଇ ଆସିଥିବା ଏହି ଯୁବ ଡାକ୍ତର ଦମ୍ପତି ହେଲେ ଭୀମସାରରେ ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ସଞ୍ଜିବ ମିଶ୍ର ଓ ତାଙ୍କ ପତ୍ନୀ ସିନିୟର ରେସିଡେଣ୍ଟ ଡାକ୍ତର ଗୀତାରାଣୀ ଚୌବେ । ଉଭୟ ଡାକ୍ତର ଦମ୍ପତି ଏହି ଦାୟିତ୍ବ ନିଜ ହାତକୁ ନେଇଛନ୍ତି । ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଏହି କ୍ଲିନିକର ଉଦଘାଟନ କରାଯାଇଛି । ପ୍ରତି ସୋମବାର ରୁ ଶନିବାର ସନ୍ଧ୍ୟା ୬ଟା ୩୦ ରୁ ୮ଟା ପର୍ଯ୍ୟନ୍ତ ରୋଗୀଙ୍କୁ ବିନା ମୂଲ୍ୟରେ ଚିକିତ୍ସା କରିବାକୁ ସମୟ ଧାର୍ଯ୍ୟ କରାଯାଇଛି । ବର୍ତ୍ତମାନ ଯୁବ ଡାକ୍ତର ସଞ୍ଜୀବ ମିଶ୍ର ଭୀମସାର କମ୍ୟୁନିଟି ମେଡିସିନ ବିଭାଗରେ ଆସିଷ୍ଟାଣ୍ଡ ପ୍ରଫେସର ଭାବେ କାମ କରୁଥିବା ବେଳେ ତାଙ୍କ ପତ୍ନୀ ଡାକ୍ତର ଗୀତା ଚୌବେ ଫରେନ୍ସିସ୍ ମେଡିସିନ୍ରେ କାର୍ଯ୍ୟରତ ଅଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ:କେନ୍ଦ୍ରାପଡ଼ାରେ ଟଙ୍କିକିଆ କ୍ଲିନିକ, ଚିକିତ୍ସିତ ହେଲେ ଦୁଇଶହରୁ ଊର୍ଦ୍ଧ୍ବ ରୋଗୀ