ଓଡିଶା

odisha

ETV Bharat / state

ଡ୍ୟୁଟି ବେଳେ ଡାକ୍ତରଙ୍କ ମୋବାଇଲ ନିଶା

ସମ୍ବଲପୁର ସରକାରୀ ମୁଖ୍ୟ ଚିକିତ୍ସାଳୟରେ ଜଣେ ମହିଳା ଡାକ୍ତର ମୋବାଇଲରେ ବ୍ୟସ୍ତ ଥିବାର ଭିଡିଓ ଭାଇରାଲ ହୋଇଛି । ଏ ବାବଦରେ ଡାକ୍ତରଙ୍କୁ ଉତ୍ତର ମଗାଯିବା ସହ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଡ଼ିଏମଓ କହିଛନ୍ତି ।

By

Published : Jul 6, 2019, 3:24 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ଡାକ୍ତର ମ୍ୟାଡାମଙ୍କ ମୋବାଇଲ ନିଶା । ସମ୍ବଲପୁର ସରକାରୀ ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଧାଡି ହୋଇ ଛିଡା ହୋଇଥିବା ବେଳେ ନିଜ ଚ୍ୟାମ୍ବର ଭିତରେ ଜଣେ ମହିଳା ଡାକ୍ତର ମୋବାଇଲରେ ବ୍ୟସ୍ତ ଥିବାର ଭିଡିଓ ଭାଇରଲ ହେଉଛି । ମହିଳା ଡାକ୍ତର ଜଣକ ଓଜି ସ୍ପେସିଆଲିଷ୍ଟ କିରଣମୟୀ ପଣ୍ଡା ବୋଲି ଜଣା ପଡିଛି ।

ଡ୍ୟୁଟିରେ ଥାଇ ଡାକ୍ତର ମ୍ୟାଡାମଙ୍କ କାନରେ ମୋବାଇଲ। ଚିକିତ୍ସା ଛାଡି ମୋବାଇଲରେ ମାତିଛନ୍ତି ଡାକ୍ତର। ଏମିତି ଏକ ଘଟଣାର ଭିଡ଼ିଓ ଭାଇରଲ ହୋଉଛି ସମ୍ବଲପୁରରେ। ଭିଡ଼ିଓକୁ ଜଣେ ରୋଗୀଙ୍କ ସମ୍ପର୍କୀୟ ମୋବାଇଲରେ ସୁଟିଂ କରିଥିବା ଜଣାପଡ଼ିଛି । ମହିଳା ଡାକ୍ତର ଜଣକ ଓଜି ସ୍ପେସ୍ୟାଲିଷ୍ଟ କିରଣମୟୀ ପଣ୍ଡା ଅଟନ୍ତି ବୋଲି ଭିଡ଼ିଓ ଦେଖିଲା ପରେ ନିଜେ ସିଡ଼ିଏମଓ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଡ୍ୟୁଟି ସମୟରେ ଏପରି କରିବା କଥା ନୁହେଁ ବୋଲି ସିଡିଏମଓ କହିଥବା ବେଳେ କେଉଁ ପରିସ୍ଥିତିରେ ଡାକ୍ତର ଜଣଙ୍କ ଏହି ମୋବାଇଲ ଦେଖୁଥିଲେ ଏ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଡାକ୍ତରଙ୍କୁ ଉତ୍ତର ମଗାଯିବା ସହ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଡ଼ିଏମଓ କହିଛନ୍ତି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details