ସମ୍ବଲପୁର:ଖରିଫ ଧାନସଂଗ୍ରହ ପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ । ସମ୍ବଲପୁର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ପ୍ରସ୍ତୁତି ବୈଠକରେ ଆସନ୍ତା ନଭେମ୍ବର 25ରେ ସମ୍ବଲପୁର ଉପଖଣ୍ଡରେ ଧାନ ସଂଗ୍ରହ ପାଇଁ ମଣ୍ଡି ଖୋଲାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହାର 7 ଦିନ ପରେ କୁଚିଣ୍ଡା ଉପଖଣ୍ଡ ଓ ରେଢ଼ାଖୋଲ ଉପଖଣ୍ଡରେ ଧାନ ସଂଗ୍ରହ ପାଇଁ ମଣ୍ଡି ଖୋଲାଯିବ । ଜିଲ୍ଲା ପ୍ରଶାସନର ଏହି ନିଷ୍ପତ୍ତିରେ ଉଭୟ ଚାଷୀ ଓ ବିରୋଧୀ ଦଳର ନେତା ନିଜର ଅସନ୍ତୋଷ ଜାହିର କରିଛନ୍ତି ।
ପ୍ରତ୍ୟେକ ବର୍ଷ ଧାନ ସଂଗ୍ରହ ପୂର୍ବରୁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥାଏ । ମାତ୍ର ଏବେ ଏହି କମିଟିର କୌଣସି କ୍ଷମତା ନାହିଁ ବୋଲି ଚାଷୀ ଅଭିଯୋଗ କରିଛନ୍ତି । କେବଳ ଲୋକ ଦେଖାଣିଆଁ ଭାବେ ବୈଠକ କରୁଥିବା କହିଛନ୍ତି । ଏନେଇ ଚାଷୀନେତା କହିଛନ୍ତି, "ପୂର୍ବରୁ ଏକର ପିଛା ଜଣେ ଚାଷୀ କେତେ ଧାନବିକ୍ରି କରିବ ସେନେଇ ଜିଲ୍ଲା ସ୍ତରରେ DLPC ବୈଠକରେ ନିଷ୍ପତ୍ତି ନିଆ ଯାଉଥିବାବେଳେ ବର୍ତମାନ ରାଜ୍ୟ ସରକାର ରାଜ୍ୟ ସ୍ତରରେ ଭୁବନେଶ୍ୱରରେ ଏହାର ନିଷ୍ପତ୍ତି ନେଉଥିବାରୁ ଚାଷୀ ହଇରାଣ ହେଉଛନ୍ତି ।"
ଏହା ମଧ୍ୟ ପଢ଼ନ୍ତୁ: Sambalpur News:ସମ୍ବଲପୁର ମହାନଦୀ ଆନିକଟରେ ଫାଟ, ଜିଲ୍ଲାପାଳ କହିଲେ ଚିନ୍ତାର ବିଷୟ ନୁହେଁ