ସମ୍ବଲପୁର: ଚଳିତ ବର୍ଷ ଶୀଘ୍ର ଖୋଲିଛି ହୀରାକୁଦ ଜଳଭଣ୍ଡାରର କଣ୍ଟ୍ରୋଲ ରୁମ୍ । ମୁଖ୍ୟତଃ ବର୍ଷା ଋତୁ ଆସିଲେ ବନ୍ୟା ଜଳ ପରିଚାଳନା ପାଇଁ ଏହି କଣ୍ଟ୍ରୋଲ ରୁମ ଖୋଲା ଯାଇଥାଏ, ତେବେ ଏଥର ଏହାକୁ ଶୀଘ୍ର କାର୍ଯ୍ୟକ୍ଷମ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।
ଶୁକ୍ରବାର ସକାଳ ସୁଦ୍ଧା ହୀରାକୁଦ ଡ୍ୟାମର ଜଳସ୍ତର 609.54 ଫୁଟ ରହିଛି । ଏହି ସମୟ ମଧ୍ୟରେ ଉପର ମୁଣ୍ଡରୁ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି 4751 କ୍ୟୁସେକ ଜଳ ପ୍ରବେଶ କରୁଛି ଓ କେନାଲ ଓ ପାୱାର କେନାଲ ଜରିଆରେ ସେକେଣ୍ଡ ପ୍ରତି 12831 କ୍ୟୁସେକ ଜଳ ନିଷ୍କାସିତ ହେଉଛି ।