ଓଡିଶା

odisha

ETV Bharat / state

ଜାତୀୟ ପତାକାକୁ ଅସମ୍ମାନ ଅଭିଯୋଗ, ଭିଡ଼ିଓ ଭାଇରାଲ - ଜାତୀୟ ପତାକାକୁ ଅସମ୍ମାନ ଅଭିଯୋଗ

ଯୁଜୁମୁରା ବ୍ଳକର ପଦାପାଣି ୟୁପି ସ୍କୁଲରେ ଜାତୀୟ ପତାକାକୁ ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି ।

Disrespect to national flag in sambalpur
ଜାତୀୟ ପତାକାକୁ ଅସମ୍ମାନ ଅଭିଯୋଗ, ଭିଡ଼ିଓ ଭାଇରାଲ

By

Published : Jan 29, 2020, 10:19 AM IST

Updated : Jan 29, 2020, 10:36 AM IST


ସମ୍ବଲପୁର: ଯୁଜୁମୁରା ବ୍ଳକର ପଦାପାଣି ୟୁପି ସ୍କୁଲରେ ଜାତୀୟ ପତାକାକୁ ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି । ସାଧାରଣତନ୍ତ୍ର ଦିବସ ପାଳନ କରାଯିବା ପରେ ରାତି ସାରା ପତାକା ଉଡୁଥିବାର ଦେଖିବାକୁ ମିଳିଛି । ଏହାର ପରଦିନ ସକାଳେ କେହି ଏହାର ଭିଡିଓ ଉତ୍ତୋଳନ କରିବା ସହ ଭାଇରାଲ କରିଛନ୍ତି । ଜୁଜୁମୁରା ବ୍ଳକ ଶିକ୍ଷା ଅଧିକାରୀ ଏ ସଂପର୍କରେ କିଛି ଜାଣି ନଥିବା ସୂଚନା ଦେଇଛନ୍ତି ।

ନିୟମ ଅନୁଯାୟୀ, ସାଧାରଣତନ୍ତ୍ର ଦିବସ ପାଳନ ପରେ ସନ୍ଧ୍ୟା ପୂର୍ବରୁ ଜାତୀୟ ପତାକାକୁ ସମ୍ମାନ ସହକାରେ ଖୋଲିବା କଥା । କିନ୍ତୁ ତେବେ ପଦାପାଣି ୟୁପି ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଏହାକୁ ଖୋଲିଖୋଲି ଉଲ୍ଲଙ୍ଘନ କରାଯାଇଛି । ଭିଡିଓଟି ଭାଇରାଲ ହେବା ପରେ ଗ୍ରାମବାସୀମାନ ଜାତୀୟ ପତାକାକୁ ଖୋଲିଥିବା ଜଣାପଡିଛି ।

ଜାତୀୟ ପତାକାକୁ ଅସମ୍ମାନ ଅଭିଯୋଗ, ଭିଡ଼ିଓ ଭାଇରାଲ

ତେବେ ଏହି ଘଟଣାରେ ସଂପୃକ୍ତ ବିଦ୍ୟାଳୟର କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି କରାଯାଇଛି । ତେବେ ସୋସିଆଲ ମିଡିଆରେ ଭାଇରାଲ ଭିଡିଓର ସତ୍ୟତା କେତେ ଜଣାପଡିନାହିଁ ।

ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ

Last Updated : Jan 29, 2020, 10:36 AM IST

ABOUT THE AUTHOR

...view details