ଓଡିଶା

odisha

ETV Bharat / state

ସ୍କୁଲ ଡାଏରୀରେ ଜାତୀୟ ସଙ୍ଗୀତକୁ କଦର୍ଥ କରାଯାଇଥିବା ଅଭିଯୋଗ - କନଭେଣ୍ଟ ସ୍କୁଲର ଡାଏରୀ

ସମ୍ବଲପୁର କନଭେଣ୍ଟ ସ୍କୁଲର ଡାଏରୀରେ ଜାତୀୟ ସଙ୍ଗୀତକୁ କଦର୍ଥ କରି ଲେଖା ଯାଇଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ...

ଜାତୀୟ ସଙ୍ଗୀତକୁ କଦର୍ଥ କରି ଲେଖାଯାଇଥିବା ଅଭିଯୋଗ

By

Published : Nov 22, 2019, 10:40 PM IST

ସମ୍ବଲପୁର: ସାକ୍ଷୀପଡା ସ୍ଥିତ କନଭେଣ୍ଟ ସ୍କୁଲର ଡାଏରୀରେ ଥିବା ଜାତୀୟ ସଙ୍ଗୀତ 5 ଟି ଶବ୍ଦରେ ତ୍ରୁଟି ଥିବା ଅଭିଯୋଗ କରି ସମ୍ବଲପୁରର ଭଗୁଆ ସେର ସଂଗଠନ ସମ୍ବଲପୁର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଦେଇଛି।

ଜାତୀୟ ସଙ୍ଗୀତକୁ କଦର୍ଥ କରି ଲେଖାଯାଇଥିବା ଅଭିଯୋଗ

ଏହି ସ୍କୁଲରେ ଜାତୀୟ ସଂଗୀତକୁ ବିକୃତ କରି ଲେଖାଯାଇଥିବାର ଅଭିଯୋଗ ହୋଇଛି । ଏନେଇ ସମ୍ବଲପୁର ଭଗୁଆ ସେର ସଂଗଠନ ପକ୍ଷରୁ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରାଯାଇଛି । ସମ୍ବଲପୁର କନଭେଣ୍ଟ ସ୍କୁଲ ପକ୍ଷରୁ ଦିଆଯାଉଥିବା ଡାଏରିରେ ଜନ ଗଣ ମନ.... ଜାତୀୟ ସଂଗୀତର 5ଟି ଶବ୍ଦରେ ତୃଟି ଥିବା ଦର୍ଶା ଯାଇଛି । ଏହି ତୃଟି ପାଇଁ ସ୍କୁଲ କତ୍ତୃପକ୍ଷଙ୍କୁ ଦାୟୀ କରିଛି ଭଗୁଆ ସେର ସଙ୍ଗଠନ ।

ଜାତୀୟ ସଙ୍ଗୀତକୁ କଦର୍ଥ କରି ଲେଖାଯାଇଥିବା ଅଭିଯୋଗ

ଏନେଇ ପୁର୍ବରୁ ଧନୁପାଲି ଥାନାରେ ଅଭିଯୋଗ ହୋଇଥିବା ବେଳେ ସମ୍ବଲପୁର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ଦେଇଛି ସଙ୍ଗଠନ । ତେବେ ଏନେଇ ଅତିରିକ୍ତ ଜିଲ୍ଲାପାଳ ପ୍ରତିକିୟା ଦେବା ପାଇଁ ମନା କରିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details