ସମ୍ବଲପୁର: କଂଗ୍ରେସରେ ଜାରି ରହିଛି ଟିକଟ ଅସନ୍ତୋଷ। ପ୍ରାର୍ଥୀ ଚୟନ ନେଇ ଅସନ୍ତୋଷ ଦିନକୁ ଦିନ କୁହୁଳିବାରେ ଲାଗିଛି। ଲୋକସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଭାବେ ବଲାଙ୍ଗୀରର ଶରତ ପଟ୍ଟନାୟକଙ୍କ ନାମ ଘୋଷଣା ହେବା ପରେ ସମ୍ବଲପୁର ଜିଲ୍ଲା କଂଗ୍ରେସରେ ଦେଖାଦେଇଛି ବିଦ୍ରୋହ।
କଂଗ୍ରେସରେ ଟିକଟ ଅସନ୍ତୋଷ: ସମ୍ବଲପୁରରେ 12କାର୍ଯ୍ୟକାର୍ତ୍ତାଙ୍କ ଇସ୍ତଫା - ସମ୍ବଲପୁର
କଂଗ୍ରେସରେ ଜାରି ରହିଛି ଟିକଟ ଅସନ୍ତୋଷ। ପ୍ରାର୍ଥୀ ଚୟନ ନେଇ ଅସନ୍ତୋଷ ଦିନକୁ ଦିନ କୁହୁଳିବାରେ ଲାଗିଛି। ଅସନ୍ତୋଷ ଜାହିର କରି ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟିର 12 ଜଣ ସଦସ୍ୟ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି।

ଫଟୋ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର
ଭିଡିଓ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର
ଏହି ନିଷ୍ପତ୍ତି ରେ ନିଜର ଅସନ୍ତୋଷ ଜାହିର କରି ଜିଲ୍ଲା କଂଗ୍ରେସ କମିଟିର 12 ଜଣ ସଦସ୍ୟ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଏକ ଲିଖିତ ପତ୍ର ରାଜ୍ୟ ସଭାପତିଙ୍କୁ ପଠାଇ ଦେଇଥିବା ଜଣାପଡିଛି।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ