ସମ୍ବଲପୁର: ଜିଲ୍ଲା ଗସ୍ତରେ ଏସୟୁଡିଏ(State Urban Development Authority)ର ନିର୍ଦ୍ଦେଶକ ସାରଦା ପ୍ରସାଦ ପଣ୍ଡା । ଗୁରୁବାର ସେ ସମ୍ବଲପୁର ଗସ୍ତରେ ଆସି ପାନ୍ଥ ନିବାସର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜଳସାଥୀ ମାନଙ୍କ ସଶକ୍ତିକରଣ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ସେ ବର୍ତ୍ତମାନ 73000 ହିତାଧିକାରୀଙ୍କୁ ଦିଆଯାଇଥିବା ଜଳ ଯୋଗାଣ ସଂଯୋଗୀକରଣର ରାଜସ୍ୱ ଆଦାୟ କିପରି ହୋଇପାରିବ ସେନେଇ ଅଲୋଚନା କରିଥିଲେ । ଏଥିସହ ନୂଆ କନେକ୍ସନ କିପରି ଭାବରେ ସୁଚାରୁ ରୁପେ ହୋଇପାରିବ, ବେଆଇନ କନେକ୍ସନକୁ କିପରି ଆଇନଗତ କରାଯାଇପାରିବ, ଲୋକଙ୍କୁ ଯୋଗାଇ ଦିଆଯାଉଥିବା ପାନୀୟ ଜଳର ଗୁଣବତ୍ତା ସୁନିଶ୍ଚିତ କିପରି କରାଯାଇ ପାରିବ ସେନେଇ ଆଲୋଚନା କରି ଦିଗଦର୍ଶନ ଦେଇଥିଲେ ।
ଏହା ସହ ବର୍ତ୍ତମାନ ସୁଦ୍ଧା ମୁକ୍ତା ଯୋଜନାରେ ରାଜ୍ୟ ସରକାର 100 କୋଟି ଖର୍ଚ୍ଚ କରିଥିବା ବେଳେ ଆଗକୁ ମିଶନ ଶକ୍ତି ମହିଳା ମାନଙ୍କ ଜରିଆରେ ଆହୁରି 500 କୋଟି ମଞ୍ଜୁର କରିବେ ବୋଲି କହିଥିଲେ SUDAର ନିର୍ଦ୍ଦେଶକ ସାରଦା ପ୍ରସାଦ ପଣ୍ଡା । ଏହା ଦ୍ୱାରା ମହିଳା ମାନେ ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ ହୋଇ ପାରିବେ । ଏହା ସହ ଗୁରୁବାର ସେ ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟରେ ଅନୁଷ୍ଠିତ ଜାଗା ମିଶନ ଉପରେ ଆଧାରିତ ଏକ ସମୀକ୍ଷା ବୈଠକରେ ମଧ୍ୟ ଯୋଗ ଦେଇଥିଲେ ।