ଓଡିଶା

odisha

ETV Bharat / state

ପୁଣି ଓଲଟିଲା ଦିଲଖୁସ୍ ବସ: 10 ଆହତ

ସମ୍ବଲପୁରର ଯୁଜୁମରାରେ ଭୋର ସମୟରେ ଓଲଟିଲା 'ଦିଲଖୁସ୍‌' ବସ । ଫଳରେ 10 ଜଣ ଆହତ ହୋଇଛନ୍ତି । ଓଭରଟେକ ଯୋଗୁଁ ଭାରସାମ୍ୟ ହରାଇ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।

By

Published : Jul 27, 2019, 9:00 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ପୁଣି ଦୁର୍ଘଟଣାଗ୍ରସ୍ତ ହୋଇଛି 'ଦିଲଖୁସ' ବସ୍ । ଭୁବନେଶ୍ବରରୁ ଝାରସୁଗୁଡା ଯାଉଥିବା ନାଇଟ କୋଚ୍ ଦିଲଖୁସ ବସ ସମ୍ବଲପୁରର ଯୁଜୁମୁରା ଥାନା ଅନ୍ତର୍ଗତ ଭବାନୀପାଲି ସ୍କୁଲ ନିକଟରେ ଭୋର ସମୟରେ ଓଲଟି ପଡିଛି । ଫଳରେ 10 ଜଣ ଆହତ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମସ୍ତଙ୍କୁ ସମ୍ବଲପୁର ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି । ସୂଚନା ଅନୁଯାୟୀ, ବସ୍‌ଟି ଝାରସୁଗୁଡା ଯାଉଥିବା ସମୟରେ ଓଭରଟେକ ଯୋଗୁଁ ଭାରସାମ୍ୟ ହରାଇ ଓଲଟି ପଡିଥିଲା ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details