ଓଡିଶା

odisha

ETV Bharat / state

ବିଦ୍ୟାଳୟରେ ଥିଲେ ଦିବ୍ୟାଙ୍ଗ ଛାତ୍ର, ଫାଟକରେ ତାଲା ପକାଇ ଚାଲିଆସିଲେ ଶିକ୍ଷକ - Differently-abled student on school, Teacher locked gate

ସମ୍ବଲପୁର ପୁରୁଣା ବସ୍ତି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଛୁଟି ପରେ ବିଦ୍ୟାଳୟରେ ଥିଲେ ଦିବ୍ୟାଙ୍ଗ ଛାତ୍ର, ଫାଟକରେ ତାଲା ପକାଇ ଚାଲିଆସିଲେ ଶିକ୍ଷକ ।

ଡିଜାଇନ ଫଟୋ

By

Published : Aug 20, 2019, 12:03 PM IST

ସମ୍ବଲପୁର: ଶିକ୍ଷକଙ୍କ ଦାୟିତ୍ବହୀନତାର ଫଳ ଭୋଗିବାକୁ ପଡ଼ିଛି ଦିବ୍ୟାଙ୍ଗ ଛାତ୍ରଙ୍କୁ । ଛୁଟି ପରେ ବିଦ୍ୟାଳୟ ହତା ଭିତରେ ରହିଯାଇଥିଲେ ଛାତ୍ର । ମାତ୍ର ଶିକ୍ଷକ ବିଦ୍ୟାଳୟ ଗେଟ୍‌ରେ ତାଲା ଝୁଲାଇ ଚାଲିଆସିଥିଲେ । ଫଳରେ ବିଦ୍ୟାଳୟ ଭିତରେ ଏକ ପ୍ରକାର ବନ୍ଦୀ ହୋଇଯାଇଥିଲେ ଦିବ୍ୟାଙ୍ଗ ଛାତ୍ର । ପରେ ବିଦ୍ୟାଳୟରୁ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି । ସମ୍ବଲପୁର ପୁରୁଣା ବସ୍ତି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି ଘଟଣା ପରେ ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।


ସୂଚନା ଅନୁସାରେ ବିଦ୍ୟାଳୟରେ ଛୁଟି ପରେ କୌଣସି କାରଣ ବଶତଃ ବାଳକ ଶିବା ସେଠ୍‌ ବି ସ୍କୁଲରେ ଥିବା ଅବସ୍ଥାରେ ଶିକ୍ଷକ ସ୍କୁଲ ଗେଟରେ ତାଲା ପକାଇ ଗତ ସୋମବାର ପଳାଇ ଯାଇଥିଲେ । ଏହା ପରେ ସ୍କୁଲରୁ ପୁଅ ନ ଫେରିବାରୁ ମା ସନ୍ତୋଷିନୀ ବିଚଳିତ ହୋଇ ଖୋଜାଖୋଜି ଆରମ୍ଭ କରିଥିଲେ। ତେବେ ସ୍କୁଲ ଭିତରେ ପିଲାଟି କାନ୍ଦିବା ସହ ଜୋରରେ ଚିତ୍କାର କରିବାରୁ ବିଦ୍ୟାଳୟ ନିକଟରେ ଥିବା କଛି ଘରର ଲୋକେ ଶିକ୍ଷକଙ୍କୁ ଡକରା ପଠାଇଥିଲେ । ଅଧଘଣ୍ଟା ପରେ ଛାତ୍ରଙ୍କୁ ଗେଟ ଖୋଲି ଉଦ୍ଧାର କରାଯାଇଥିଲା ।

ଶିକ୍ଷକଙ୍କ ଏପରି ଦାୟିତ୍ବହୀନତା ଓ ଖାମଖିଆଲି ମନୋବୃତି ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି । ତେବେ ଶିକ୍ଷକଙ୍କ କହିବା କଥା ହେଲା ସ୍କୁଲ ଟି ଏଲ-ସେପ ହୋଇଥିବା ବେଳେ ପଛପଟେ ବାରଣ୍ଡାରେ ଛାତ୍ର ଜଣକ ବସି ରହିଥିବାରୁ କିଛି ଜଣା ପଡିନଥିଲା। ସେଥିପାଇଁ ଏପରି ପରିସ୍ଥିତି ଉପୁଜିଥିବା କୁହାଯାଇଛି।

ଅଜାଣତରେ ହେଉ ଅବା ଶିକ୍ଷକଙ୍କ ଖାମଖିଆଲି ମନୋଭାବରୁ ଏଭଳି ଘଟଣା ଘଟିଛି । ଏହିପରି ଘଟଣା ଯେପରି ଆଗକୁ ନ ହେଉ ସେ ନେଇ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

ABOUT THE AUTHOR

...view details