ଓଡିଶା

odisha

ETV Bharat / state

ଧାନବାଦ ଏଲଏପି ଟ୍ରେନ ରହଣୀ ଦାବିରେ ରେଙ୍ଗାଲିରେ ରେଳରୋକ - ଧାନବାଦ ଏଲଏପି ଟ୍ରେନ ରହଣୀ ଦାବିରେ ରେଙ୍ଗାଲିରେ ରେଳ ରୋକ୍‌

ରେଙ୍ଗାଲି ରେଳ ଷ୍ଟେସନରେ ରେଙ୍ଗାଲି ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଟ୍ରେନ ରୋକୋ ଆନ୍ଦୋଳନ। ଧାନବାଦ ଏଲଏପି ଏକ୍ସପ୍ରେସର ପୁନଃ ରହଣୀ ଦାବିରେ ଏହି ରେଳ ରୋକ ହୋଇଛି । ଅଧିକ ପଢନ୍ତୁ:

ଧାନବାଦ ଏଲଏପି ଟ୍ରେନ ରହଣୀ ଦାବିରେ ରେଙ୍ଗାଲିରେ ରେଳ ରୋକ୍‌
ଧାନବାଦ ଏଲଏପି ଟ୍ରେନ ରହଣୀ ଦାବିରେ ରେଙ୍ଗାଲିରେ ରେଳ ରୋକ୍‌

By

Published : Jan 8, 2021, 9:27 AM IST

Updated : Jan 8, 2021, 11:11 AM IST

ସମ୍ବଲପୁର: ରେଙ୍ଗାଲି ରେଳ ଷ୍ଟେସନରେ ରେଙ୍ଗାଲି ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଟ୍ରେନ ରୋକୋ ଆନ୍ଦୋଳନ। ଧାନବାଦ ଏଲଏପି ଏକ୍ସପ୍ରେସର ପୁନଃ ରହଣୀ ଦାବିରେ ଏହି ରେଳ ରୋକ ହୋଇଛି । ସକାଳ ସାଢେ 7 ରୁ ଧାରଣା ଦେଇଛନ୍ତି ଲୋକେ। ଫଳରେ ଏହି ରୁଟ୍‌ ଯାଉଥିବା ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ଧାନବାଦ ଏଲଏପି ଟ୍ରେନ ରହଣୀ ଦାବିରେ ରେଙ୍ଗାଲିରେ ରେଳ ରୋକ୍‌

ପୂର୍ବରୁ ରେଙ୍ଗାଲି ଷ୍ଟେସନରେ ଧାନବାଦ ଏଲଏପି ଟ୍ରେନର ରହଣି ଥିବାବେଳେ ବର୍ତ୍ତମାନ ଏହି ଷ୍ଟେସନରେ ଏହି ଟ୍ରେନଟି ରହୁ ନାହିଁ । ଏନେଇ ରେଙ୍ଗାଲି ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସମ୍ବଲପୁର ଡିଆରଏମଙ୍କୁ ଭେଟି ଏହି ଟ୍ରେନ ରହଣି ନେଇ ଦାବି କରାଯାଇଥିଲା । ତେବେ ଡିଆରଏମ ପ୍ରଦୀପ କୁମାର ନିଜର ଅସହାୟତା ପ୍ରକାଶ କରିବା ପରେ ଆଜି ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଟ୍ରେନ ରୋକୋ କରାଯାଇଛି। ବର୍ତ୍ତମାନ ରାଉରକେଲା ଭୁବନେଶ୍ବର ଇଣ୍ଟରସିଟି ଏକ୍ସପ୍ରେସ ରେଙ୍ଗାଲି ଷ୍ଟେସନରେ ଅଟକି ରହିଛି।

ସମ୍ବଲପୁରରୁ ବାଦସାହା ଜୁଶ୍ମନ ରଣା, ଇଟିଭି ଭାରତ

Last Updated : Jan 8, 2021, 11:11 AM IST

ABOUT THE AUTHOR

...view details