ଓଡିଶା

odisha

ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା କଳା ସଂସ୍କୃତି ସଂଘର ଦାବିପତ୍ର - ସମ୍ବଲପୁର ଜିଲ୍ଲା କଳା ସଂସ୍କୃତି ସଂଘର ଦାବିପତ୍ର

ସମ୍ବଲପୁର ଜିଲ୍ଲା କଳା ସଂସ୍କୃତି ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର । କୋରୋନା କାଳରେ କଳାକାରଙ୍କ ବିଭିନ୍ନ ସମସ୍ୟାର ସମାଧାନ ନେଇ ସଂଘ ପକ୍ଷରୁ ଦାବି । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା କଳା ସଂସ୍କୃତି ସଂଘର ଦାବିପତ୍ର
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା କଳା ସଂସ୍କୃତି ସଂଘର ଦାବିପତ୍ର

By

Published : Aug 25, 2021, 7:21 PM IST

ସମ୍ବଲପୁର: କୋଭିଡ କାଳରେ କଳାକାରଙ୍କ ଜୀବନ ଜୀବିକା ବେଶ ପ୍ରଭାବିତ ହୋଇଛି। ଜୀବିକା ହରାଇ ସେମାନେ ପରିବାର ପ୍ରତିପୋଷଣ କରିବାରେ ସକ୍ଷମ ହେଉ ନାହାଁନ୍ତି । ଆବଶ୍ୟକ ସହାୟତା ସାଙ୍ଗକୁ ସେମାନଙ୍କ ସମସ୍ୟା ସମାଧାନ ଦିଗରେ ସରକାର ଧ୍ୟାନ ଦେବା ପାଇଁ ଦାବି କରିଛି ଜିଲ୍ଲା କଳା ସଂସ୍କୃତି ସଂଘ । ଏନେଇ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ୧୧ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା କଳା ସଂସ୍କୃତି ସଂଘର ଦାବିପତ୍ର

ସଂଘ ପକ୍ଷରୁ କରାଯାଇଥିବା ଦାବି ଅନୁସାରେ, ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା 3ହଜାର ଟଙ୍କା କରାଯିବା, ପ୍ରତ୍ୟେକ ବର୍ଷ କଳାକାର ଭତ୍ତା ପ୍ରଦାନ, ଭତ୍ତା ଆବେଦନ ପାଇଁ ବୟସ ସୀମା ପୁରୁଷଙ୍କ ପାଇଁ 40 ଓ ମହିଳାଙ୍କ ପାଇଁ 30 ବର୍ଷ କରାଯିବା, କଳାକାର ପରିବାରକୁ ସୁରକ୍ଷା ଓ ଜୀଵନ ବୀମା ଓ ପ୍ରତି ପଞ୍ଜୀକୃତ କଳାକାରଙ୍କୁ ସରକାରଙ୍କ ତରଫରୁ ପରିଚୟପତ୍ର ପ୍ରଦାନ କରାଯିବା ଭଳି ଦାବି କରାଯାଇଛି ।

ସେହିପରି ଦୁସ୍ଥ କଳାକାରଙ୍କୁ ସରକାରୀ ଯୋଜନାରେ ସାମିଲ କରାଯାଉ,ବ୍ଲକ କଳା ସଂସ୍କୃତି ସଙ୍ଘର ଉପସଭାପତିଙ୍କୁ ସମ୍ପୂର୍ଣ୍ଣ କ୍ଷମତା ପ୍ରଦାନ କରିବା ସହ ପାରିଶ୍ରମିକ ଦିଆଯିବା ନେଇ ମଧ୍ୟ ଦାବି କରାଯାଇଛି ।ସେହିପରି ଜନ ସଚେତନତା କାର୍ଯ୍ୟକ୍ରମ ଗୁଡ଼ିକୁ ବ୍ଲକ କଳା ସଂସ୍କୃତି ସଙ୍ଘକୁ ଅଗ୍ରାଧିକାର ଭାବେ ପ୍ରଦାନ କରାଯିବା , ଉପସଭାପତିଙ୍କୁ ଅଫିସ ଗୃହ, ସ୍ବାସ୍ଥ୍ୟଜନିତ କ୍ଷେତ୍ରରେ ସରକାରଙ୍କ ଠାରୁ ଆର୍ଥିକ ସହାୟତା ଦିଆଯିବା ଭଳି 11ଟି ଦାବି ଉଲ୍ଲେଖ ରହିଛି ।

ଆଜି ସମ୍ବଲପୁର ଜିଲ୍ଲା କଳା ସଂସ୍କୃତି ସଂଘର ସଭାପତି ମହେନ୍ଦ୍ର ନାୟକଙ୍କ ନେତୃତ୍ବରେ କଳାକାରଙ୍କ ଦ୍ବାରା ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details