ସମ୍ବଲପୁର: ପଶ୍ଚିମ ଓଡିଶାର ହରିଶଙ୍କର ଓ ନୃସିଂହ ନାଥ ଅଞ୍ଚଳରେ ପର୍ଯ୍ୟଟନର ବ୍ୟାପକ ସୁଯୋଗ ରହିଛି । ତେଣୁ ଏହି ଅଞ୍ଚଳକୁ ଇକୋ ଟୁରିଯିମ,ଧାର୍ମିକ ଟୁରିଯିମ ଓ ହେଲଥ ଟୁରିଯିମର ବିକାଶ ପାଇଁ ରାଜ୍ୟ ସରକରାଙ୍କୁ ଦାବି କରିଛି ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦ ।
ଗନ୍ଧମାର୍ଦ୍ଦନ ପର୍ବତମାଳାରେ 2225 ପ୍ରକାରର ଦୁର୍ଲଭ ଔଷଧୀୟ ବୃକ୍ଷ ଓ 2500 ପ୍ରଜାତିର ଫୁଲ ଗଛ ରହିଛି । ଏହା ସହ ସେଠାକାର ପ୍ରାକୃତିକ ପରିବେଶ ଓ ଝରଣା ଅତ୍ୟନ୍ତ ମନୋରମ । ଏଭଳି କ୍ଷେତ୍ରରେ ବର୍ତ୍ତମାନ ଭିତ୍ତିଭୂମି ନଥାଇ ମଧ୍ୟ ବର୍ତ୍ତମାନ ବାର୍ଷିକ 5 ଲକ୍ଷ ପର୍ଯ୍ୟଟକ ଏଠାକୁ ଆସୁଛନ୍ତି। ଏଥିପାଇଁ ଏହି ଅଞ୍ଚଳର ରାସ୍ତାଘାଟ ସହ ସଟିଭଟା ଏୟାର ଷ୍ଟ୍ରିପର ବିକାଶ କରାଗଲେ ପର୍ଯ୍ୟଟକଙ୍କ ସଂଖ୍ୟା 10 ଲକ୍ଷକୁ ବୃଦ୍ଧି ପାଇବ। ଏହା ସହ ଏଠାରେ ପଞ୍ଚକର୍ମ ଓ ଅନ୍ୟାନ୍ୟ ଅୟୁର୍ବେଦିକ ଉପଚାର ପାଇଁ ବ୍ୟବସ୍ଥା କରାଗଲେ ଏଠାରେ ଆୟୁର୍ବେଦିକ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟପାକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଇକୋ ଟ୍ୟୁରିଯିମ ଓ ଆଧ୍ୟାତ୍ମିକ ଟ୍ୟୁରିଯିମ ସହ ହେଲଥ ଟ୍ୟୁରିଯିମର ବିକାଶ ହେବ ବୋଲି ପରିଷଦ କହିଛି।