ଓଡିଶା

odisha

ETV Bharat / state

କମ୍ୟୁନିଟି ଇକୋ ଟ୍ୟୁରିଜିମର ସଫଳ ରୂପାୟନ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଡେବ୍ରିଗଡ - କମ୍ୟୁନିଟି ଇକୋ ଟ୍ୟୁରିଜିମ

ପ୍ରାକୃତିକ ପରିବେଶରେ ଭରା ସମ୍ବଲପୁର । ଜିଲ୍ଲାର ଅନେକ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ହୀରାକୁଦ ଜଳ ଭଣ୍ଡାର ତଟରେ ଥିବା ଡେବ୍ରିଗଡ଼ ଅଭୟାରଣ୍ୟ ଅନ୍ୟତମ ଅଟେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଅଭୟାରଣ୍ୟର ରୂପରେଖ ବଦଳିଛି । କମ୍ୟୁନିଟି ଇକୋ ଟ୍ୟୁରିଜିମ ଫଳରେ ଡେବ୍ରିଗଡ଼ରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ଜାରି ରହିଛି । ଦେଖନ୍ତୁ ଇଟିଭି ଭାରତର ସ୍ବତନ୍ତ୍ର ରିପୋର୍ଟ ।

debrigarh tourist place in sambalpur
କମ୍ୟୁନିଟି ଇକୋ ଟ୍ୟୁରିଜିମର ସଫଳ ରୂପାୟନ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଡେବ୍ରଗଡ

By

Published : Jun 17, 2022, 4:02 PM IST

Updated : Jun 17, 2022, 4:26 PM IST

ସମ୍ବଲପୁର: ପ୍ରାକୃତିକ ପରିବେଶରେ ଭରା ସମ୍ବଲପୁର । ଜିଲ୍ଲାର ଅନେକ ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ହୀରାକୁଦ ଜଳ ଭଣ୍ଡାର ତଟରେ ଥିବା ଡେବ୍ରିଗଡ଼ ଅଭୟାରଣ୍ୟ ଅନ୍ୟତମ ଅଟେ । ଦିନ ଥିଲା ଏହା ଘଞ୍ଚ ଜଙ୍ଗଲ ମଧ୍ୟରେ ଅବହେଳିତ ହୋଇ ରହିଥିଲା । ପୂର୍ବରୁ ଏଠାକୁ ପର୍ଯ୍ୟଟକ ଆସୁଥିଲେ ସୁଦ୍ଧା ପ୍ରଚାର ପ୍ରସାରର ଅଭାବ ଯୋଗୁଁ ପର୍ଯ୍ୟଟକଙ୍କ ସଂଖ୍ୟା ଏତେ ଅଧିକ ନଥିଲା । କିନ୍ତୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଅଭୟାରଣ୍ୟର ରୂପରେଖ ବଦଳିଛି। କମ୍ୟୁନିଟି ଇକୋ ଟ୍ୟୁରିଜିମ ଫଳରେ ଡେବ୍ରିଗଡ଼ରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ଜାରିରହିଛି । ଫଳରେ ପର୍ଯ୍ୟଟକଙ୍କ ସଂଖ୍ୟା ଗତ ବର୍ଷ ଠାରୁ 2 ଗୁଣା ବୃଦ୍ଧି ପାଇଛି ଏବଂ ରେକର୍ଡ ପରିମାଣର ରାଜସ୍ୱ ଆଦାୟ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

କମ୍ୟୁନିଟି ଇକୋ ଟ୍ୟୁରିଜିମର ସଫଳ ରୂପାୟନ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଡେବ୍ରଗଡ

ସମ୍ବଲପୁର ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ମଧ୍ୟରେ ଡେବ୍ରଗଡ଼ ଅଭୟାରଣ୍ୟ ଅନ୍ୟତମ । ଅଭୟାରଣ୍ୟକୁ ଚାରିପଟୁ ଘେରି ରହିଛି ପ୍ରାକୃତିକ ପରିବେଶ । ହୀରାକୁଦ ଜଳଭଣ୍ଡାର ତଟରେ ପ୍ରକୃତି ରାଣୀର ଅପରୂପ ସୌନ୍ଦର୍ଯ୍ୟରେ ଭରି ରହିଛି ଏହି ପର୍ଯ୍ୟଟନ ସ୍ଥଳୀ । ଭିତ୍ତିଭୂମିର ବିକାଶ ପରେ ବର୍ଷ ତମାମ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ପୂର୍ବରୁ କେବଳ ଶୀତ ଋତୁରେ ଅଧିକ ସଂଖ୍ୟକ ପର୍ଯ୍ୟଟକ ଏଠାକୁ ଆସୁଥିବା ବେଳେ ବର୍ତ୍ତମାନ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟକ ପର୍ଯ୍ୟଟକ ଆସୁଛନ୍ତି । ଏଠାରେ ହୀରାକୁଦ ଜଳଭଣ୍ଡାରରେ ବୋଟିଂ ସୁବିଧା,ଜଙ୍ଗଲ ସଫାରୀର ସହ ପ୍ରକୃତିକ କଟେଜ ବ୍ୟବସ୍ଥା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି।

ଏଥିପାଇଁ ସମ୍ବଲପୁର ହୀରାକୁଦ ବନ ବିଭାଗର ବଡ଼ ଭୂମିକା ରହିଛି । ସ୍ଥାନୀୟ ଲୋକଙ୍କୁ ନେଇ ବନ ବିଭାଗ ଯେଉଁ ଦିନଠୁ କମ୍ୟୁନିଟି ଇକୋ ଟ୍ୟୁରିଜିମ ଆରମ୍ଭ କରିଛି ପର୍ଯ୍ୟଟକଙ୍କ ସଂଖ୍ୟା ବଢିବା ସହ ସ୍ଥାନୀୟ ଯୁବକ ଏଠାରେ ନିଜର ଯୋଗ୍ୟତା ମୁତାବକ ନିଯୁକ୍ତି ମଧ୍ୟ ପାଇଛନ୍ତି । ଏହାଦ୍ୱାରା ଜଙ୍ଗଲ ସୁରକ୍ଷା ହେବା ସହ ଜୀବଜନ୍ତୁ ମଧ୍ୟ ବେଶ ସୁରକ୍ଷିତ ରହୁଛନ୍ତି ।

ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଡିଏଫଓ ଅଂଶୁପ୍ରଜ୍ଞା ଦାସଙ୍କ ସୂଚନା ଅନୁସାରେ, 2020-21ରେ ଏଠାକୁ 7000 ପର୍ଯ୍ୟଟକ ଆସିଥିବା ବେଳେ 85ଲକ୍ଷ ରାଜସ୍ୱ ଆଦାୟ ହୋଇଥିଲା । ତେବେ କମ୍ୟୁନିଟି ଇକୋ ଟ୍ୟୁରିଜିମ ଆରମ୍ଭ ହେବା ପରେ 2021-22ରେ ଏଠାକୁ 17ହଜାର ପର୍ଯ୍ୟଟକ ଆସିଛନ୍ତି । ଏହାସହ ଚଳିତ ବର୍ଷ 1କୋଟି 57 ଲକ୍ଷ ରାଜସ୍ୱ ଆଦାୟ ହୋଇଛି । ଆଦାୟ ରାଜସ୍ୱର 90 ପ୍ରତିଶତ ନିଯୁକ୍ତି ପାଇଥିବା ସ୍ଥାନୀୟ ଲୋକଙ୍କୁ ଦରମା ଏବଂ ଅଭୟାରଣ୍ୟ ପରିଚାଳନାରେ ଖର୍ଚ୍ଚ ହୋଇଥାଏ ବୋଲି ସୂଚନା ଦେଇଛନ୍ତି । ବର୍ତ୍ତମାନ ଦେଶର 20ଟି ରାଜ୍ୟରୁ ପର୍ଯ୍ୟଟକ ଡେବ୍ରିଗଡ ଅଭୟାରଣ୍ୟକୁ ଆସୁଥିବା ବେଳେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଆଗକୁ ଆହୁରି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

Last Updated : Jun 17, 2022, 4:26 PM IST

ABOUT THE AUTHOR

...view details