ଓଡିଶା

odisha

ETV Bharat / state

ଏ ଯୁଗର ଭକ୍ତ ଦାସିଆ ! ଏକାକୀ ତିଆରି କରୁଛନ୍ତି ରଥ

ରଥଯାତ୍ରା ବିଭିନ୍ନ ଲୋକ କରୁଥିବାବେଳେ ସମ୍ବଲପୁର ଜିଲ୍ଲା ହୀରାକୁଦ ନିକଟସ୍ଥ ସିଲିପଥର ଗାଁରେ ସୁବାଷ ଲୁହା ନାମକ ଜଣେ ମତ୍ସ୍ୟଜୀବୀ ଏକାକୀ ନିଜ ଉଦ୍ୟମରେ ଦୁଇ ବର୍ଷ ହେଲା ରଥଯାତ୍ରା କରିଆସୁଛନ୍ତି ।

By

Published : Jul 12, 2019, 8:59 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ଭାବ ବିନୋଦିଆ କାଳିଆ ଠାକୁର । ଭକ୍ତର ଭକ୍ତିରେ ବନ୍ଧା । କୁହାଯାଏ କାଳିଆ ପାଖରେ ନାହିଁ ଜାତି ଅଜାତି । ଦାସିଆ ବାଉରୀଠୁ ଆରମ୍ଭ କରି ଭକ୍ତ ସାଲବେଗ ପର୍ଯ୍ୟନ୍ତ ଏହାର ଜ୍ବଳନ୍ତ ଉଦାହରଣ । ଏହା ସହ ଯେଉଁ ଭକ୍ତମାନେ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କୁ ଦର୍ଶନ କରିପାରନ୍ତି ନାହିଁ ତାଙ୍କ ପାଇଁ ରଥଯାତ୍ରା ସମୟରେ କାଳିଆ ସାଆନ୍ତ ରଥାରୂଢ ହୁଅନ୍ତି ବୋଲି ଲୋକକଥା ଅଛି । ରଥଯାତ୍ରା କେବଳ ପୁରୀରେ ନୁହେଁ ବରଂ ରାଜ୍ୟର ଗାଁ ଗଣ୍ଡାଠୁ ଆରମ୍ଭ କରି ଦେଶ ଓ ବିଦେଶରେ ମଧ୍ୟ ଅନୁଷ୍ଠିତ ହୁଏ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ତେବେ ରଥଯାତ୍ରା ବିଭିନ୍ନ ଲୋକ କରୁଥିବାବେଳେ ସମ୍ବଲପୁର ଜିଲ୍ଲା ହୀରାକୁଦ ନିକଟସ୍ଥ ସିଲିପଥର ଗାଁରେ ସୁବାଷ ଲୁହା ନାମକ ଜଣେ ମତ୍ସ୍ୟଜୀବୀ ଏକାକି ନିଜ ଉଦ୍ୟମରେ ଦୁଇ ବର୍ଷ ହେଲା ରଥଯାତ୍ରା କରିଆସୁଛନ୍ତି । ସୁବାଷ ପେଶାରେ ଜଣେ ମତ୍ସ୍ୟଜୀବୀ । ନଦୀରୁ ମାଛ ମାରି ପରିବାର ପ୍ରତିପୋଷଣ କରନ୍ତି । ଏହା ସହ ସେ ନିଜ ଗାଁର କିର୍ତ୍ତନ ମଣ୍ତଳିର ଗାୟକ ମଧ୍ୟ ଅଛନ୍ତି । ତେବେ ଜଗନ୍ନାଥ ପ୍ରତି ରହିଛି ତାଙ୍କର ଅଗାଢ ଭକ୍ତି । କାଳିଆ ଠାକୁରଙ୍କ ପ୍ରତି ଥିବା ତାଙ୍କର ଅଗାଢ ଭକ୍ତି ତାଙ୍କୁ ଗତ ଦୁଇ ବର୍ଷ ହେଲା ଏକାକୀ ଏକ ରଥ ଯାତ୍ରା ଆୟୋଜନ କରିବାର ପ୍ରେରଣା ଦେଉଛି ବୋଲି ସେ କୁହନ୍ତି । ନିଜ ଉଦ୍ୟମ ଓ ନିଜ ଖର୍ଚ୍ଚରେ ସେ ଏହି ରଥ ତିଆରି କରୁଥିବା କହିଛନ୍ତି ।

ଆଜି ମଧ୍ୟ ଅନେକ ସ୍ଥାନରେ ରଥଯାତ୍ରାରେ ପ୍ରତ୍ୟକ୍ଷ ଭାବେ ଦଳିତମାନଙ୍କୁ ସାମିଲ ହେବାକୁ ଦିଆଯାଉ ନଥିବାରୁ ସୁବାଷ ଏପରି ରଥଯାତ୍ରା କରୁଛନ୍ତି ବୋଲି ମଧ୍ୟ କୁହନ୍ତି । ଏହି ରଥଯାତ୍ରାରେ ସୁବାଷଙ୍କୁ ସାହି ପଡିଶା ଲୋକ ସହଯୋଗ କରୁଥିଲେ ମଧ୍ୟ ସୁବାଷ କେବେ କାହାରି ଠାରୁ ଆର୍ଥିକ ସହାୟତା ମାଗନ୍ତି ନାହିଁ ।

ସମ୍ବଲପୁରରୁ ବାଦଶାହ ଯୁଷ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details