ଓଡିଶା

odisha

ETV Bharat / state

ହରିଜନ ପଡାକୁ ପାଣି ବନ୍ଦ କଲେ ସରପଞ୍ଚ ! ଜିଲ୍ଲାପାଳଙ୍କୁ ଅଭିଯୋଗ

ଜାତି ଅଜାତି ଭେଦ ଭାବ ଆଣି ସରପଞ୍ଚ ହରିଜନ ପଡାକୁ ପାଣି ବନ୍ଦ କରିଥିବା ଅଭିଯୋଗ ହୋଇଛି । ଏ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ହରଜନ ପଡାବାସୀ । ଅଧିକ ପଢନ୍ତୁ

sarapanch intentionally stop drinking water
ହରିଜନ ପଡାକୁ ପାଣି ବନ୍ଦ କଲେ ସରପଞ୍ଚ !

By

Published : Jun 8, 2023, 1:29 PM IST

ହରିଜନ ପଡାକୁ ପାଣି ବନ୍ଦ କଲେ ସରପଞ୍ଚ

ସମ୍ବଲପୁର:ଡହଡହ ଖରାରେ ହରିଜନ ପଡାକୁ ପାନୀୟ ଜଳ ଯୋଗାଣ ବନ୍ଦ କଲେ ସ୍ଥାନୀୟ ସରପଞ୍ଚ । ଏମିତି ଅଭିଯୋଗ ଆଣିଛନ୍ତି ସମ୍ବଲପୁର ଜିଲ୍ଲା ମାନେଶ୍ଵର ବ୍ଲକ ନୁଆଁ ତିହୁରା ପଞ୍ଚାୟତ କଲମୀ ଗାଁର ହରିଜନ ପଡା (ଗଣ୍ଡା ପଡା)ର କେତେକ ପରିବାର । ଜାତି ଅଜାତି ଭେଦ ଭାବ ଆଣି ସରପଞ୍ଚ ହରିଜନ ପଡାକୁ ପାଣି ବନ୍ଦ କରିଥିବା ଅଭିଯୋଗ ଆଣିଛନ୍ତି । ମାତ୍ର ସରପଞ୍ଚ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ।

ସମ୍ବଲପୁର ଜିଲ୍ଲାରେ ପ୍ରବଳ ଗରମ ଅନୁଭୂତ ହେଉଥିବା ବେଳେ ବିଭିନ୍ନ ସ୍ଥାନରେ ଜଳ ସମସ୍ୟା ଦେଖା ଦେଇଛି । ଟ୍ୟାଙ୍କର ଜରିଆରେ ପାନୀୟ ଜଳ ଯୋଗାଣ କରାଯାଉଛି । ଏହି ସମୟରେ ମାନେଶ୍ଵର ବ୍ଲକ ନୁଆଁ ତିହୁରା ପଞ୍ଚାୟତର କଲମୀ ଗାଁରେ ମଧ୍ୟ ଟ୍ୟାଙ୍କର ଜରିଆରେ ପାନୀୟ ଜଳ ଯୋଗାଣ କରାଯାଉଛି । ତେବେ ଗାଁର ସବୁ ପଡାରେ ଟ୍ୟାଙ୍କର ପାଣି ଦିଆଯାଉଥିବା ବେଳେ ହରିଜନ ପଡାର ଲୋକଙ୍କୁ ପାଣି ଦିଆ ଯାଉନଥିବା ଅଭିଯୋଗ ହୋଇଛି । ଗତ 3 ଦିନ ହେବ ଟ୍ୟାଙ୍କର ପାଣି ଦେଉନାହିଁ । ଜାତିଭେଦ ମନଭାବ ଆଣି ସରପଞ୍ଚ ହରିଜନ ପଡାକୁ ପାଣି ବନ୍ଦ କରିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ । ଏନେଇ ସମ୍ବଲପୁର ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ସ୍ଥାନୀୟ ଶାସନ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି ପଡା ବାସୀ ।

ଗାଁରେ ଜଳାଭାବ ଥିବା ଅଞ୍ଚଳରେ ସରକାରୀ ସ୍ତରରେ ଟ୍ୟାଙ୍କର ଜରିଆରେ ପାନୀୟ ଜଳ ଯୋଗାଇ ଦିଆଯାଉଛି । ତେବେ ମାନେଶ୍ଵର ବ୍ଲକ କଲମୀ ଗାଁର ହରିଜନ ପଡା ବା ଗଣ୍ଡା ପଡାର ଲୋକ ଟ୍ୟାଙ୍କର ଦ୍ୱାରା ଯୋଗା ଯାଉଥିବା ପାନୀୟ ଜଳ ଯୋଗାଣ ସେବାରୁ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି । ସ୍ଥାନୀୟ ଲୋକଙ୍କ ଅନୁସାରେ ସ୍ଥାନୀୟ ସରପଞ୍ଚ ପାଣି ଦେବାକୁ ବାରଣ କରିଛନ୍ତି । ସ୍ଥାନୀୟ ୱାର୍ଡ ମେମ୍ବର ଓ ହରିଜନ ମହିଳା କହିଛନ୍ତି ଯେ ସେମାନେ ହରିଜନ ଜାତିରେ ହୋଇଥିବାରୁ ତାଙ୍କୁ ପାଣି ଦିଆ ଯାଉନାହିଁ । ଟ୍ୟାଙ୍କରରେ ପାଣି ଆସୁଥିବା ଗାଡି ହରିଜନ ପଡାରେ ଅଟକୁ ନାହିଁ । ଡ୍ରାଇଭରକୁ ସ୍ଥାନୀୟ ହରିଜନ ପଡା ବାସୀ ପଚାରିବାରୁ ସରପଞ୍ଚ ହରିଜନ ପଡାରେ ପାଣି ଦେବାକୁ ମନା କରିଥିବା କହିଛନ୍ତି ।

ସରପଞ୍ଚଙ୍କ ଏହିଭଳି ଆଚରଣ ତାଙ୍କୁ ମାନସିକ ଯନ୍ତ୍ରଣା ଦେଇଛି ବୋଲି କହିଛନ୍ତି ପଡାବାସୀ । ଏନେଇ ସେମାନେ ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟ ଓ ଶାସନ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅନ୍ୟପଟେ ସରପଞ୍ଚ ପ୍ରତିମା ସାହୁ ତାଙ୍କ ନାମରେ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏମିତି କିଛି ଜାତିଆଣ ଆକ୍ଷେପ କରି ନଥିବା କହିଛନ୍ତି । ଭୁଲ ବୁଝାମଣା ଯୋଗୁଁ ଅଥବା ଇର୍ଷା କରି ତାଙ୍କ ବିରୋଧରେ ଏପରି ଅଭିଯୋଗ ହୋଇଥିବା କହିଛନ୍ତି ସରପଞ୍ଚ ।

ଇଟିିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details