ଓଡିଶା

odisha

ETV Bharat / state

କୋଭିଡ ଯୋଦ୍ଧା ମନୋରମା ଶତପଥୀ, କର୍ତ୍ତବ୍ୟ ଆଗରେ ହାର ମାନିଲା ଅସୁସ୍ଥତା - womens day

ନାରୀ ଭିତରେ ରହିଛି ଅସୀମ ଇଚ୍ଛାଶକ୍ତି, ପାରିବା ପଣିଆର ନିଦର୍ଶନ । ସାହସ ଜୁଟାଇ ପରିସ୍ଥିତକୁ ମୁକାବିଲା କରିବାର କ୍ଷମତା ରଖେ ସେ । ସେଥିପାଇଁ ତ.. ତା ବିନା ସୃଷ୍ଟି ଅସମ୍ଭବ । ଆଜି ଆମେ ଆପଣଙ୍କୁ ଏପରି ଜଣେ ନାରୀଙ୍କ କଥା କହିବୁ ଯିଏ ମହାମାରୀ ସମୟର ସମସ୍ତଙ୍କ ଉଦାହରଣ । କୋଭିଡ ଯୁଦ୍ଧରେ ଅନେକ ଯୋଦ୍ଧା ଲଢିଥିବାବେଳେ ସମ୍ବଲପୁରର ପୋଲିସ ବିଭାଗର ଟ୍ରାଫିକ କନଷ୍ଟେବଳ ମନୋରମା ଶତପଥୀଙ୍କ କାହାଣୀ ସମ୍ପୂର୍ଣ୍ଣ ଭିନ୍ନ । ଅଧିକ ପଢନ୍ତୁ...

କୋଭିଡ ଯୋଦ୍ଧା ମନୋରମା ଶତପଥୀ, କର୍ତ୍ତବ୍ୟ ଆଗରେ ଅସୁସ୍ଥତା ହାର ମାନିଲା
କୋଭିଡ ଯୋଦ୍ଧା ମନୋରମା ଶତପଥୀ, କର୍ତ୍ତବ୍ୟ ଆଗରେ ଅସୁସ୍ଥତା ହାର ମାନିଲା

By

Published : Mar 5, 2021, 4:31 PM IST

Updated : Mar 5, 2021, 5:03 PM IST

ସମ୍ବଲପୁର: ବିଗତ ବର୍ଷ କରୋନା ସଂକ୍ରମଣ ଶୀର୍ଷରେ ଥିବାବେଳେ କୋଭିଡ ବିରୁଦ୍ଧରେ ଯୁଦ୍ଧ ଲଢିଥିଲେ ଅନେକ ଯୋଦ୍ଧା । କେତେକ ଏହି ଯୁଦ୍ଧରେ ନିଜର ଜୀବନକୁ ବଳିଦାନ ମଧ୍ୟ ଦେଇଥିଲେ । ତେବେ ସମ୍ବଲପୁରର ଏମିତି ଜଣେ ମହିଳା ଯୋଦ୍ଧା ଅଛନ୍ତି ଯିଏ ଏକ ଗୁରୁତର ଦୁର୍ଘଟଣାରେ ଶିକାର ହୋଇ ମଧ୍ୟ ନିଜର କର୍ତ୍ତବ୍ୟକୁ ଭୁଲି ନଥିଲେ ଓ ଅସୁସ୍ଥତା ସତ୍ତ୍ୱେ କାର୍ଯ୍ୟରେ ଯୋଗ ଦେଇ ପ୍ରଶଂସିତ ହୋଇଛନ୍ତି ।

କୋଭିଡ ଯୋଦ୍ଧା ମନୋରମା ଶତପଥୀ, କର୍ତ୍ତବ୍ୟ ଆଗରେ ହାରମାନିଲା ଅସୁସ୍ଥତା

ସମ୍ବଲପୁରର ଟ୍ରାଫିକ କନେଷ୍ଟବଳ ମନୋରମା ଶତପଥୀ । ସେ ସମ୍ବଲପୁର ବୁର୍ଲାରେ ଟ୍ରାଫିକ କନେଷ୍ଟବଳ ଭାବେ କାର୍ଯ୍ୟ କରୁଛନ୍ତି । ତେବେ ବିଗତ ବର୍ଷ ଜାନୁୟାରୀ 11 ତାରିଖରେ ଡ୍ୟୁଟି କରୁଥିବା ବେଳେ ଏକ ଗାଡି ଧକ୍କାରେ ସେ ଗୁରୁତର ଆହତ ହୋଇଯାଇଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ପ୍ରବଳ ରକ୍ତଶ୍ରାବ ହୋଇଥିଲା । ବୁର୍ଲା ମେଡ଼ିକାଲରେ ତାଙ୍କୁ ଚିକତ୍ସା କରାଯାଇଥିଲା । 2 ଦିନ ଯାଏ ତାଙ୍କୁ ହୋସ ଆସିନଥିଲା, ଏପରିକି ସେ କିଛିଦିନ କୋମାରେ ପଡିଥିଲେ।

ତେବେ ମୁଣ୍ଡରେ ଆଘାତ ଲାଗିଥିବାରୁ ଆଖିରେ ପୀଡା ହୋଉଥିଲା । ବହୁତ ଦିନ ପର୍ଯ୍ୟନ୍ତ ବେଡ ରେଷ୍ଟ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ହେଲେ ମନୋରମାଙ୍କ ଦୃଢ଼ ଇଚ୍ଛା ଶକ୍ତି ଆଗରେ ତାଙ୍କ ଅସୁସ୍ଥତା ହାର ମାନି ଥିଲା । ଆଉ ମାର୍ଚ୍ଚ 29 ତାରିଖରେ ସେ କାର୍ଯ୍ୟରେ ଯୋଗ ଦେଇଥିଲେ । ପ୍ରତ୍ୟେକ ଦିନ ସେ ବୁର୍ଲାରେ ଟ୍ରାଫିକ ଡ୍ୟୁଟି କରୁଥିଲେ। ମନୋରମା କୁହନ୍ତି ଯେ, କୋଭିଡ ସହିତ ଯୁଦ୍ଧ କରିବାକୁ ଭଗବାନ ତାଙ୍କୁ ଗମ୍ଭୀର ଦୁର୍ଘଟଣାରୁ ରକ୍ଷା କରିଥିଲେ। ସେଥିପାଇଁ ସେ ଏହି ଯୁଦ୍ଧରେ ଲଢ଼ିପାରିଥିଲେ।

ମନୋରମାଙ୍କ ଏହି କର୍ତ୍ତବ୍ୟନିଷ୍ଠା ପାଇଁ ପୋଲିସ ଡିଜି ତାଙ୍କୁ ସମ୍ବଲପୁର ଗସ୍ତରେ ଯାଇ ସମ୍ମାନିତ କରିବା ସହ ବହୁତ ପ୍ରଶଂସା କରିଥିଲେ। ଅନ୍ୟପଟେ ମନୋରମାଙ୍କ ଏହିଭଳି କର୍ତ୍ତବ୍ୟନିଷ୍ଠାକୁ ଦେଖି ବୁର୍ଲାବାସୀ ଖୁସି ହେବା ସହ ସେ ବୁର୍ଲା ପାଇଁ ଗୌରବ ଆଣିଥିବା କହିଛନ୍ତି ।

ନାରୀ, ନା ସେ ଅବଳା ନା ସେ ଦୁର୍ବଳା । ସେ ଜାଣିଛି ତା ସାମର୍ଥ୍ୟ ଓ ସୀମାରେଖା । ଦିନ ଥିଲା ନାରୀ ତା ପରିଚୟ ପାଇଁ ପ୍ରତିପାଦରେ ସଂଘର୍ଷ କରୁଥିଲା, ହେଲେ ଏବେ ସେ ନିଜ ପାରଦର୍ଶିତା ଓ ଦକ୍ଷତା ବଳରେ ପୁରୁଷଙ୍କ ସମତୁଲ୍ୟ ହୋଇ ଆଗେଇ ଚାଲିଛି । ତେବେ ଅନେକ ମହିଳାଙ୍କ ପ୍ରେରଣାର ଉତ୍ସ ସାଜିବାରେ ମନୋରମାଙ୍କ ତ୍ୟାଗର ଭୂମିକା ନିଶ୍ଚେ ଏକ ମାଇଲ ଖୁଣ୍ଟ ସଦୃଶ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Mar 5, 2021, 5:03 PM IST

ABOUT THE AUTHOR

...view details