ସମ୍ବଲପୁର: ସମ୍ବଲପୁରରେ ପୁଣି ଆନ୍ଦୋଳନ ଆରମ୍ଭ କଲେ କୋଭିଡ ଷ୍ଟାଫ୍ ନର୍ସ । ସ୍ଥାୟୀ ନିଯୁକ୍ତି ଦାବି କରି ଗୁରୁବାର ଏହି ଷ୍ଟାଫ ନର୍ସମାନେ ସମ୍ବଲପୁର ସରକାରୀ ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ଥିବା ସିଡିଏମଓ ଅଫିସ ସମ୍ମୁଖରେରେ ଧାରଣା ଦେଇଥିଲେ।
କୋଭିଡ ଯୋଦ୍ଧାଙ୍କୁ ସରକାରଙ୍କ ଅଣଦେଖା, ସ୍ଥାୟୀ ନିଯୁକ୍ତି ଦାବିରେ ଷ୍ଟାଫ ନର୍ସଙ୍କ ଧାରଣା - demanding permanent employment strike
ସ୍ଥାୟୀ ନିଯୁକ୍ତି ଦାବି କରି ଷ୍ଟାଫ ନର୍ସମାନେ ସମ୍ବଲପୁର ସରକାରୀ ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ଥିବା ସିଡିଏମଓ ଅଫିସ ସମ୍ମୁଖରେରେ ଧାରଣା ଦେଇଛନ୍ତି । ଅଧିକ ପଢନ୍ତୁ...

ସ୍ଥାୟୀ ନିଯୁକ୍ତି ଦାବିରେ ସିଡିଏମଓ କାର୍ଯ୍ୟାଳୟ ସମ୍ମୁଖରେ ବସିଲେ କୋଭିଡ ଷ୍ଟାଫ ନର୍ସ
ସ୍ଥାୟୀ ନିଯୁକ୍ତି ଦାବିରେ ସିଡିଏମଓ କାର୍ଯ୍ୟାଳୟ ସମ୍ମୁଖରେ ବସିଲେ କୋଭିଡ ଷ୍ଟାଫ ନର୍ସ
ଷ୍ଟାଫ୍ ନର୍ସମାନେ କହିଛନ୍ତି ଯେ, କରୋନା କାଳରେ ସେମାନେ ରୋଗୀ ସେବାରେ ନିଜର ଜୀବନର ବାଜି ଲଗେଇଛନ୍ତି। ଏଭଳି ପରିସ୍ଥିତି ବର୍ତ୍ତମାନ ରାଜ୍ୟରେ ପ୍ରାୟ 4000 ନର୍ସ ନିଯୁକ୍ତି କରିବାକୁ ଯାଉଥିବା ବେଳେ ଏଥିରେ ସେମାନଙ୍କୁ ପ୍ରାଥମିକତା ଦିଆଯାଇ ସ୍ଥାୟୀ ଚାକିରି ଦିଆଯାଉ ବୋଲି ଦାବି କରିଛନ୍ତି ଷ୍ଟାଫ୍ ନର୍ସମାନେ।
ସେମାନଙ୍କର ଦାବି ପୂରଣ ନହେଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ କୁମାର ରଣା, ଇଟିଭି ଭାରତ