ଓଡିଶା

odisha

ETV Bharat / state

ଲୋକାର୍ପିତ ହେଲା ସମ୍ବଲପୁର କୋଭିଡ 19 ହସ୍ପିଟାଲ - sambalpur

ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତିଆରି ହୋଇଥିବା କୋଭିଡ 19 ହସ୍ପିଟାଲ ଲୋକାର୍ପିତ ହୋଇଛି। ଏନେଇ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ସମ୍ବଲପୁର ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

covid-hospital-inagurate-in-sambalpur
covid-hospital-inagurate-in-sambalpur

By

Published : Apr 22, 2020, 8:35 PM IST

ସମ୍ବଲପୁର: ଆଜିଠୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତିଆରି ହୋଇଥିବା କୋଭିଡ 19 ହସ୍ପିଟାଲ ଲୋକାର୍ପିତ ହୋଇଛି। ଏନେଇ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ସମ୍ବଲପୁର ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସମ୍ବଲପୁରର ଏହି କୋଭିଡ 19 ହସ୍ପିଟାଲରେ 200 ଟି ଶଯ୍ୟାର ସୁବିଧା ରହିଛି ଓ 20 ଟି ଆଇସିୟୁ ର ସୁବିଧା ରହିଛି। 200 ଶଯ୍ୟା ମଧ୍ୟ ରୁ 170ଟି ସାଧାରଣ ଶଯ୍ୟା ରହିଛି। ଏଠାରେ ବୁର୍ଲାର ଅଭିଜ୍ଞ ସମ୍ପନ୍ନ ଡାକ୍ତର ମାନେ ଚିକତ୍ସା ସେବା ପ୍ରଦାନ କରିବେ। ଏହି ଡାକ୍ତର ମାନଙ୍କ ରହିବା ଓ ଖାଇବାର ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯିବ।

covid-hospital-inagurate-in-sambalpur
ଏହାସହ ଆସନ୍ତା 15 ଦିନ ମଧ୍ୟରେ ବଲାଙ୍ଗୀରରେ କୋଭିଡ 19 ଟେଷ୍ଟିଙ୍ଗ ସେଣ୍ଟର ର ବ୍ୟବସ୍ଥା ହୋଇଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି।ସମ୍ବଲପୁରରୁ ବାଦଶାହା ଯୁଶମନ ରଣା, ଇଟିଭି ଭାରତ

ABOUT THE AUTHOR

...view details