ଓଡିଶା

odisha

ETV Bharat / state

କମେଡିଆନ ଯୋଗେଶ ଜୋଜୋଙ୍କୁ କୋର୍ଟର ସମନ - ସମ୍ବଲପୁର

କମେଡିଆନ ଯୋଗେଶ ଜୋଜୋଙ୍କୁ କୋର୍ଟର ସମନ। ଚୁକ୍ତିନାମା ଖିଲାପ କରିଥିବା ଅଭିଯୋଗରେ କୋର୍ଟ ଜାରିକଲା ସମନ ।

ଫଟୋ ସୌଜନ୍ୟ:ସମ୍ବାଦଦାତା,ସମ୍ବଲପୁର

By

Published : Aug 29, 2019, 7:53 PM IST

ସମ୍ବଲପୁର: କମେଡିଆନ ଯୋଗେଶ ଜୋଜୋଙ୍କୁ କୋର୍ଟର ସମନ । ପାଣିନୀ ପ୍ରଜ୍ଞା ପ୍ରଡକ୍ସନ ସହ ଚୁକ୍ତିନାମା ଖିଲାପ କରିଥିବା ଅଭିଯୋଗରେ କୋର୍ଟ ଯୋଗେଶ ଜୋଜୋଙ୍କୁ ସମନ ଜାରି କରିଛନ୍ତି । ଏନେଇ ଅଭିଯୋଗକାରୀ ସମ୍ବଲପୁରୀ କଳାକାର ଓ ନିର୍ଦ୍ଦେଶକ ପାଣିନୀ ପ୍ରଜ୍ଞା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଭିଡିଓ ସୌଜନ୍ୟ:ସମ୍ବାଦଦାତା,ସମ୍ବଲପୁର

ସୂଚନା ଅନୁସାରେ, ସମ୍ବଲପୁରୀ ନିର୍ଦ୍ଦେଶକ ପାଣିନୀ ପ୍ରଜ୍ଞା ପ୍ରଡକ୍ସନ ହାଉସରେ କାମ କରିବାକୁ ଚୁକ୍ତିବଦ୍ଧ ହୋଇଥିଲେ ମଧ୍ୟ ଯୋଗେଶ ଚୁକ୍ତିନାମା ଖିଲାପ କରି ଅନ୍ୟତ୍ର କାମ କରୁଥିଲେ । ତେଣୁ ଏନେଇ ଅଭିଯୋଗ ଆଣିଛନ୍ତି ପାଣିନୀ ।

କୋର୍ଟରେ ସେ ଏନେଇ ଅଭିଯୋଗ କରିବା ପରେ କୋର୍ଟ ଏପରି ସମନ ଜାରି କରିଥିବାର ପାଣିନୀ ସୂଚନା ଦେଇଛନ୍ତି। ଯୋଗେଶ ଚୁକ୍ତିନାମା ଖିଲାପି କରିବା ଦ୍ବାରା ତାଙ୍କର ଅନେକ କ୍ଷତି ହୋଇଥିବା କହିଛନ୍ତି ପାଣିନୀ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା,ଇଟିଭି ଭାରତ

ABOUT THE AUTHOR

...view details