ଓଡିଶା

odisha

ETV Bharat / state

କୋଭିଡ ନିୟମକୁ ଫୁ, ଗୋଷ୍ଠୀ ସଂକ୍ରମଣ ଆଡକୁ ମୁହାଁଉଛି କି ସମ୍ବଲପୁର ? - Corona virus infection is on the rise in Sambalpur

ସମ୍ବଲପୁରରେ ବଢୁଥିବା ସଂକ୍ରମଣକୁ ଦେଖିଲେ ଲାଗୁଛି ଯେପରି ଜିଲ୍ଲାବାସୀ କୋରୋନାକୁ ନେଇ ଚିନ୍ତାମୁକ୍ତ ହୋଇପଡିଛନ୍ତି । ପ୍ରଥମେ ତ କେବଳ ସଙ୍ଗରୋଧ କେନ୍ଦ୍ରରୁ ଅକ୍ରାନ୍ତ ବାହାରୁ ଥିଲେ ବର୍ତ୍ତମାନ ସ୍ଥାନୀୟ ସଂକ୍ରମଣରେ 8ଟି ମାମଲା ସାମ୍ନାକୁ ଆସିଛି। ଫଳରେ ଏବେ ଗୋଷ୍ଠୀ ସଂକ୍ରମଣର ଭୟ ବଢିବାରେ ଲାଗିଛି । ଅଧିକ ପଢନ୍ତୁ...

କୋଭିଡ ନିୟମକୁ ଫୁ, ଗୋଷ୍ଠୀ ସଂକ୍ରମଣ ଆଡକୁ ମୁହାଁଉଛନ୍ତି ସମ୍ବଲପୁରବାସୀ
କୋଭିଡ ନିୟମକୁ ଫୁ, ଗୋଷ୍ଠୀ ସଂକ୍ରମଣ ଆଡକୁ ମୁହାଁଉଛନ୍ତି ସମ୍ବଲପୁରବାସୀ

By

Published : Jul 7, 2020, 6:52 PM IST

ସମ୍ବଲପୁର: ଦିନକୁ ଦିନ ଜିଲ୍ଲାରେ କୋରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ପ୍ରଥମେ ଯେତେବେଳେ କୋରୋନା ଜନିତ ଲକଡାଉନ ଆରମ୍ଭ ହେଲା ସମ୍ବଲପୁରବାସୀ ବହୁ ଅନୁଶାସନ ସହ ଏହାକୁ ପାଳନ ମଧ୍ୟ କରିଥିଲେ । ଆଉ ବହୁ ଦିନ ପର୍ଯ୍ୟନ୍ତ ଜିଲ୍ଲା ଗ୍ରୀନ ଜୋନ ହୋଇରହିଲା ।

କୋଭିଡ ନିୟମକୁ ଫୁ, ଗୋଷ୍ଠୀ ସଂକ୍ରମଣ ଆଡକୁ ମୁହାଁଉଛନ୍ତି ସମ୍ବଲପୁର ବାସୀ

ତେବେ ଏହି ବ୍ୟବସ୍ଥା କୋହଳ ହେବା ସହ ଲୋକଙ୍କ ଖାମଖିଆଲି ମନୋବୃତ୍ତି ଯୋଗୁ ବର୍ତ୍ତମାନ ସମ୍ବଲପୁରରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ପ୍ରଥମେ ତ କେବଳ ସଙ୍ଗରୋଧ କେନ୍ଦ୍ରରୁ ଅକ୍ରାନ୍ତ ବାହାରୁ ଥିଲେ ବର୍ତ୍ତମାନ ସ୍ଥାନୀୟ ସଂକ୍ରମଣରେ 8ଟି ମାମଲା ସାମ୍ନାକୁ ଆସିଛି। ଫଳରେ ଏବେ ଗୋଷ୍ଠୀ ସଂକ୍ରମଣର ଭୟ ବଢିବାରେ ଲାଗିଛି ।

ଲୋକଙ୍କ ମଧ୍ୟରେ ନା ଅଛି ସାମାଜିକ ଦୂରତ୍ୱ, ନା ଗହଳିସ୍ଥାନକୁ ମାସ୍କ ପିନ୍ଧି ଯାଉଛନ୍ତି । ଏହି କଥାକୁ ସତେ ଯେମିତି ଲୋକେ ଭୂଲି ଯାଇଛନ୍ତି। ବର୍ତ୍ତମାନ ସମ୍ବଲପୁର ସହରର ଲୋକଙ୍କ ହାବଭାବ ମହାମାରୀ ଆସିବା ପୂର୍ବରୁ ଯେପରି ଥିଲା ସେମିତି ହୋଇଗଲାଣି। ଦୋକାନ ବଜାରରେ ଗହଳି ଦେଖିବାକୁ ମିଳୁଛି । ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଯେତେ ବଢୁଛି ଲୋକଙ୍କ ମଧ୍ୟରେ ଅନୁଶାସନ ସେତେ କମୁଛି ।

3 ଦିନ ପୂର୍ବେ ବୁର୍ଲା ଭିସୁଟରୁ 4 ଜଣ ସ୍ଥାନୀୟ ସଂକ୍ରମଣର କେସ ବହାରିଥିବା ବେଳେ, ଜିଲ୍ଲାରେ ରବିବାର 13, ସୋମବାର 15 ଜଣ ସଙ୍ଗରୋଧ କେନ୍ଦ୍ରରୁ ସଂକ୍ରମିତ ବାହାରିଥିଲେ। ଅନ୍ୟପଟେ ମଙ୍ଗଳବାର ଜିଲ୍ଲାରେ ପୁଣି 6 ସଂକ୍ରମଣ ବାହାରିଥିବା ବେଳେ ଏଥିରୁ 4 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଏମାନେ ସମସ୍ତେ ବୁର୍ଲା ଭିସୁଟର ଅଟନ୍ତି। ଏଭଳି ପରିସ୍ଥିତିରେ ସମ୍ବଲପୁର ଜିଲ୍ଲା ଏବେ ଗୋଷ୍ଠୀ ସଂକ୍ରମଣ ଆଡ଼କୁ ମୁହାଁଇବାର ସମ୍ଭାବନା ବଢିଯାଇଛି।

ଏଥିପାଇଁ ସଚେତନ ନାଗରିକ ମହଲରେ ଚିନ୍ତା ପ୍ରକାଶ ପାଇଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ଆଗୁଆ ପଦକ୍ଷେପ ନନେଲେ ସ୍ଥିତି ଗମ୍ଭୀର ହେବ ବୋଲି ଆଶଙ୍କା ସୃଷ୍ଟି ହୋଇଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ABOUT THE AUTHOR

...view details