ସମ୍ବଲପୁର: ଜିଲ୍ଲା ପାଇଁ ଆଶ୍ବସ୍ତି । ଦିନକୁ ଦିନ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । ପୂର୍ବରୁ ସମ୍ବଲପୁରରେ ଦିନକୁ 100 ନହେଲେ 100ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ । ହେଲେ ବର୍ତ୍ତମାନ ଦିନକୁ ପଜିଟିଭ ସଂଖ୍ୟା 50 ମଧ୍ୟରେ ରହୁଛି ।
ସମ୍ବଲପୁରରେ କମୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା - ସମ୍ବଲପୁର କୋରୋନା ସଂଖ୍ୟା
ସମ୍ବଲପୁର ଜିଲ୍ଲାରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ପୂର୍ବରୁ ଦିନକୁ 100 କିମ୍ବା 100ରୁ ଅଧିକ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲେ । ହେଲେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା 50 ମଧ୍ୟରେ ରହୁଥିବାରୁ ଜିଲ୍ଲାବାସୀଙ୍କୁ ଆଶ୍ବସ୍ଥି ମିଳିଛି । ଅଧିକ ପଢନ୍ତୁ...
ଗତ 24 ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ସମ୍ବଲପୁର ମହାନଗର ନିଗମ, ରେଙ୍ଗାଲୀ, ଯୁଜୁମୁରା, କୁଚିଣ୍ଡା, ନାକଟିଦେଉଳ, ରେଢ଼ାଖୋଲ, ଜମନକିରା, ବାମରା ଅଞ୍ଚଳର । ସମସ୍ତ ଅକ୍ରାନ୍ତ ଆକ୍ଟିଭ ସର୍ଭିଲେନ୍ସ ଟିମ ଦ୍ବାରା ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ସମ୍ବଲପୁର ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 7690 ହୋଇଥିବାବେଳେ 7195 ଜଣ ସୁସ୍ଥ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସେହିପରି ମୋଟ 466ଟି ଆକ୍ଟିଭ କେସ ରହିଛି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ