ଓଡିଶା

odisha

By

Published : May 17, 2021, 9:32 PM IST

ETV Bharat / state

ଗ୍ରାମାଞ୍ଚଳରେ ମାଡୁଛି କୋରୋନା, ରହିଛି ସଚେତନତାର ଅଭାବ

ସହରାଞ୍ଚଳ ଗୁଡିକରେ କାୟାବିସ୍ତାର କରିବା ପରେ ଏବେ ଗାଁ ମୁହାଁ ହୋଇଛି କୋରୋନା । ସଚେତନତା ଅଭାବ ଯୋଗୁଁ ଗାଁ ଲୋକେ ଜ୍ବରରେ ପିଡିତ ହେଲେ ମଧ୍ୟ ଟେଷ୍ଟ କରିବାକୁ ଯାଉନାହାନ୍ତି । ଫଳରେ ସଂକ୍ରମଣ ବଢୁଛି । ଅଧିକ ପଢନ୍ତୁ...

ଗ୍ରାମାଞ୍ଚଳରେ ବଢୁଛି କୋରୋନା ସଂକ୍ରମଣ, ରହିଛି ସଚେତନତାର ଅଭାବ
ଗ୍ରାମାଞ୍ଚଳରେ ବଢୁଛି କୋରୋନା ସଂକ୍ରମଣ, ରହିଛି ସଚେତନତାର ଅଭାବ

ସମ୍ବଲପୁର: ରାଜ୍ୟରେ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବାର ଦେଖି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ସହରାଞ୍ଚଳ ଗୁଡ଼ିକରେ ସପ୍ତାହନ୍ତ ସଟଡାଉନ ଓ ପରେ ରାଜ୍ୟ ସାରା ଆସନ୍ତା 19 ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଛନ୍ତି । ତେବେ ମୁଖ୍ୟତଃ ଗ୍ରାମାଞ୍ଚଳରେ କୋଭିଡ କଟକଣା କୁ ଲୋକେ ଭଲ ଭାବେ ପାଳନ କରୁନଥିବା ଅଭିଯୋଗ ହୋଇଆସୁଛି । ଫଳରେ ଗ୍ରାମାଞ୍ଚଳ ଗୁଡିକରେ କୋରୋନା ଏବେ ବଢିବାରେ ଲାଗିଛି ।

ଗ୍ରାମାଞ୍ଚଳରେ ମାଡୁଛି କୋରୋନା, ରହିଛି ସଚେତନତାର ଅଭାବ

ତେବେ କୋରୋନା ସଂକ୍ରମଣ ବଢିବାରୁ ଏଥିରେ ରୋକ ଲଗାଇବା ପାଇଁ ସମ୍ବଲପୁର ଜିଲ୍ଲାର ଜୟନ୍ତପୁର ଗ୍ରାମକୁ ସରପଞ୍ଚ ସୁରେନ୍ଦ୍ର ଭୋଇ ଆସନ୍ତା ମେ 20 ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି । ତେବେ ସଚେତନତା ଅଭାବ ଯୋଗୁଁ ଗାଁରେ ସଂକ୍ରମଣ ବଢୁଥିବା କହିଛନ୍ତି ଜୟନ୍ତପୁର ବାସିନ୍ଦା । ଗ୍ରାମରେ ସଚେତନତା ଅଭାବ ଯୋଗୁଁ ଜ୍ବର ହେଲେବି କେହି କୋରୋନା ଟେଷ୍ଟ ମଧ୍ୟ କରିବାକୁ ଯାଉନାହାନ୍ତି । ଏଥିପ୍ରତି ସରକାର ମଧ୍ୟ କୌଣସି ପଦକ୍ଷପ ନେଉନାହାନ୍ତି ।

ସେହିପରି ପୂର୍ବରୁ ବହାମ ଅଞ୍ଚଳରେ 7 ଜଣ ଯୁବକ କରୋନା ରେ ମୃତ୍ୟୁବରଣ କରିବା ପରେ ସେଠାକାର ସରପଞ୍ଚ ମଧ୍ୟ ସଟଡାଉନ ଲାଗୁ କରିଥିଲେ । ସଟଡାଉନ ହେବା ଫଳରେ ଗାଁର ରାସ୍ତା ଘାଟ ପୁରା ଖାଁ ଖାଁ ହୋଇପଡିଛି । ସଂକ୍ରମଣରେ ରୋକ ଲଗାଇବା ପାଇଁ ସ୍ଥାନୀୟ ଆଞ୍ଚଳିକ ଉନ୍ନୟନ କମିଟି, ଦୁର୍ଗାପୂଜା କମିଟି, ବ୍ୟବସାୟୀ ସଙ୍ଘ, ସ୍ଥାନୀୟ ତହସିଲଦାର, ବିଡ଼ିଓ ଓ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପରେ ଏହି ସଟଡାଉନ ଲଗେଇଥିବା କହିଛନ୍ତି ସରପଞ୍ଚ ।

ଅନ୍ୟପଟେ ଗାଁ ବାହାରୁ ଅଥବା ଜିଲ୍ଲା ଓ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ଉପରେ ଆଶା ଓ ଅଙ୍ଗନବାଡି କର୍ମୀ ଙ୍କ ଦ୍ଵାରା ସ୍ବତନ୍ତ୍ର ଦୃଷ୍ଟି ରଖି ହୋମ କ୍ବାରେଣ୍ଟାଇନ୍ ରଖିବାର ବ୍ୟବସ୍ଥା କରାଯିବା ସହ ଗରିବ ଲୋକଙ୍କୁ ଖାଦ୍ୟ ଆଦି ଯୋଗାଯାଉଥିବା ସରପଞ୍ଚ କହିଛନ୍ତି । ଗରିବ ଲୋକ ବାହାରୁ ଆସୁଥିଲେ ଓ କରୋନା ଜନିତ ଲକ୍ଷଣ ଥିଲେ ଟିଏମସିରେ ରଖାଯାଉଛି ବୋଲି ସରପଞ୍ଚ କହିଛନ୍ତି ।

ତେବେ ଆଜି ମଧ୍ୟ କେତେକ ଗାଁରେ କୋଭିଡ କଟକଣାକୁ କିଛି ଲୋକ ଅତି ଗମ୍ଭୀରତାର ସହ ନେଉନଥିବା ବେଳେ କିଛି ଅମାନିଆଁଙ୍କ ପାଇଁ ସରପଞ୍ଚମାନେ ଏହିଭଳି କଟକଣା ଲଗାଉଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

ABOUT THE AUTHOR

...view details