ଓଡିଶା

odisha

ETV Bharat / state

କୋରୋନା କୋପ, ଘୁଞ୍ଚିଲା ବିବାହ ତାରିଖ - ସମ୍ବଲପୁର ଲାଟେଷ୍ଟ ନ୍ୟୁଜ୍‌

କୋଭିଡ-19 ପାଇଁ ଏବେ ସାରା ଦେଶରେ ଲକଡାଉନ ପରିସ୍ଥିତି। କୋରୋନାକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଉ ଏପରି ପରିସ୍ଥିତିରେ ଘୁଞ୍ଚିଛି ଅନେକ ବିବାହ ଓ ବ୍ରତଘର ।

corona virus fear, sambalpur latest news, marriages postponed for corona, corona virus news, କୋରୋନା ଭାଇରସ ନ୍ୟୁଜ୍‌, କୋରୋନା କୋପ, ସମ୍ବଲପୁର ଲାଟେଷ୍ଟ ନ୍ୟୁଜ୍‌, କୋରୋନା ପାଇଁ ବିବାହ ବାତିଲ
କୋରୋନା କୋପ, ଘୁଞ୍ଚିଲା ବିବାହ ତାରିଖ

By

Published : Mar 30, 2020, 5:41 PM IST

ସମ୍ବଲପୁର: କୋଭିଡ-19 ପାଇଁ ଏବେ ସାରା ଦେଶରେ ଲକଡାଉନ ପରିସ୍ଥିତି। କୋରୋନାକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରତ୍ୟେକ ସ୍ତରରେ ସଚେତନତା ଜାରି ରହିଛି। ଆଉ ଏହା ସ୍ବାଭାବିକ ମଧ୍ୟ। ତେବେ ଏହି ଲକଡାଉନ ଭିତରେ ଏମିତି ଅନେକ ଜିନିଷ ଘଟୁଛି ଯାହା ମୁଖ୍ୟତଃ ଗ୍ରାମାଞ୍ଚଳର ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ସାମାଜିକ କର୍ମ ଓ ରୀତି ନୀତି ଉପରେ ପ୍ରଭାବ ପଡିଛି।

କୋରୋନା କୋପ, ଘୁଞ୍ଚିଲା ବିବାହ ତାରିଖ

ଯେପରିକି ପୂର୍ବରୁ ନିର୍ଦ୍ଧାରିତ ବିବାହ, ବ୍ରତଘର ପାଇଁ ଲୋକେ ନିମନ୍ତ୍ରଣ ପତ୍ର ବାଣ୍ଟି ସାରିଥିଲେ ତାହା ଏବେ ଲକଡାଉନ ପାଇଁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଘୁଞ୍ଚିଛି । ତେବେ ଲକଡାଉନରେ ଏପରି ଏକ ପରିବାରକୁ ଆମେ ଭେଟିଥିଲୁ । ଏ ହେଉଛନ୍ତି କପିଳେଶ୍ବର ମାଝୀ। ଘର ସମ୍ବଲପୁର ଜିଲ୍ଲା ଯୁଜୁମୁରା ବ୍ଲକର କୁକୁଡାପାଲି ପଞ୍ଚାୟତର ଶିକ୍ରାପାଲି ଗାଁ। ଆସନ୍ତା ଏପ୍ରିଲ 2 ତାରିଖର ଝିଅର ବିବାହ କରିଥାଆନ୍ତେ କପିଳେଶ୍ବର । ନିମନ୍ତ୍ରଣ ପତ୍ର ବଣ୍ଟାଠାରୁ ଆରମ୍ଭ କରି ମଣ୍ଡପ ବୁକିଂ ପର୍ଯ୍ୟନ୍ତ ସବୁ ସରିଥିଲା । ବ୍ୟବହାର ବାବଦକୁ କିଣାବିକା ବି ସରିଥିଲା ।

ହେଲେ କୋରୋନା ପାଇଁ ଶେଷ ମୁହୂର୍ତ୍ତରେ ଅଟକିଗଲା ବାହାଘର । ତେବେ ଏଥିରେ ଦୁଃଖିତ ହେବା ବଦଳରେ ଅନେକ ଲୋକଙ୍କ ସଂକ୍ରମଣରୁ ବଞ୍ଚାଇଥିବାରୁ ଖୁସି ପ୍ରକାଶ କରିଛନ୍ତି କପିଳେଶ୍ବର ଓ ତାଙ୍କ ପରିବାର । ସରକାରଙ୍କ ଘୋଷଣାକୁ ସମ୍ମାନ ଦେଇ ଝିଅର ବିବାହକୁ ଆସନ୍ତା ଜୁନ ମାସକୁ ଘୁଞ୍ଚାଇଛନ୍ତି କପିଳେଶ୍ବର । ସେପଟେ ଏନେଇ ସେ କହିଛନ୍ତି କି ବର୍ତ୍ତମାନ ସମୟରେ ସରକାରୀ ନିୟମକୁ ମାନିବା ସହ ଏହାକୁ ପାଳନ କରିବା ଦରକାର । ଆମେ ଆମର କର୍ତ୍ତବ୍ୟ କରୁଛୁ, ଆପଣ ବି କରନ୍ତୁ ।

ବର୍ତ୍ତମାନର ଏହି ପରିସ୍ଥିତିରେ ଲକଡାଉନ ଯୋଗୁଁ ଲୋକଙ୍କର କିଛିଟା କ୍ଷତି ହୋଇପାରେ। କିନ୍ତୁ ପ୍ରତିବଦଳରେ ଜୀବନଠାରୁ ମୂଲ୍ୟବାନ ଆଉ କିଛି ନାହିଁ ବୋଲି ଗାଁର ଲୋକେ ବେଶ ଭଲ ଭାବେ ବୁଝିଛନ୍ତି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details