ସମ୍ବଲପୁର: କୋରୋନା ନିୟନ୍ତ୍ରଣ ପାଇଁ ସାରା ରାଜ୍ୟରେ ଲକଡାଉନ ଜାରି ରହିଥିବା ବେଳେ ସମ୍ବଲପୁର ସହରର ଅଧିକାଂଶ ଲୋକେ ଏହି ନିୟମକୁ ମାନି ଘରେ ରହୁଛନ୍ତି । ହେଲେ ଏମିତି କିଛି ଅମାନିଆ ଅଛନ୍ତି ଯେଉଁମାନେ ସରକାରୀ ନିୟମ ଉଲ୍ଲଂଘନ କରୁଛନ୍ତି । ଆଉ ପୋଲିସ ମଧ୍ୟ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଏମିତି ସ୍ଥିତିରେ ସମ୍ବଲପୁର ମହାନଗର ନିଗମ(ଏସଏମସି) ତରଫରୁ ଏକ ନିଆରା ସଚେତନତା ଆରମ୍ଭ ହୋଇଛି ।
ଲକଡାଉନ ସମୟରେ ନିଆରା ଢଙ୍ଗରେ କୋରୋନା ସଚେତନତା କଲା ଏସଏମସି - sambalpur news
ନିଆରା ଢଙ୍ଗରେ କୋରୋନା ସଚେତନତା କଲା ସମ୍ବଲପୁର ମହାନଗର ନିଗମ । ଅଧିକ ପଢନ୍ତୁ....
![ଲକଡାଉନ ସମୟରେ ନିଆରା ଢଙ୍ଗରେ କୋରୋନା ସଚେତନତା କଲା ଏସଏମସି Corona awarness by smc](https://etvbharatimages.akamaized.net/etvbharat/prod-images/768-512-6884332-325-6884332-1587496047392.jpg)
ଲକଡାଉନ ସମୟରେ ନିଆରା ଢଙ୍ଗରେ କୋରୋନା ସଚେତନତା କଲା ଏସଏମସି
ଲକଡାଉନ ସମୟରେ ନିଆରା ଢଙ୍ଗରେ କୋରୋନା ସଚେତନତା କଲା ଏସଏମସି
ସମ୍ବଲପୁରର ପ୍ରମୁଖ ଛକ କୁହାଯାଉଥିବା ଜେଲ ଛକର ମୁଖ୍ୟ ରାସ୍ତା ଉପରେ ଏବେ ବଡ଼ ବଡ଼ ଅକ୍ଷରରେ କୋଭିଡ -19 ଲେଖାଯିବା ସହ ଷ୍ଟେ ହୋମ ଷ୍ଟେ ସେଫ ବୋଲି ଲେଖାଯାଇଛି । ଏହା ସହ ମହାମାରୀ କୋରୋନାର ଏକ ପ୍ରତିକାତ୍ମକ ଚିତ୍ର ଅଙ୍କାଯାଇଛି । ଏହା ଦ୍ୱାରା ଲୋକେ ସଚେତନ ହେବେ ବୋଲି ଆଶା କରାଯାଉଛି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ