ସମ୍ବଲପୁର: ସମ୍ବଲପୁରରେ ଅଘଟଣ । ହଠାତ ଭୁଶୁଡି ଗଲା ସମବାୟ କେନ୍ଦ୍ର ବ୍ୟାଙ୍କର ସିଟି ଶାଖାର ପୁରୁଣା ବିଲ୍ଡିଂ । ପୁରୁଣା ବିଲ୍ଡିଂ ମରାମତି କାର୍ଯ୍ୟ ଚିଲିଥିବା ବେଳେ ଏହି ଅଘଟଣ ଘଟିଥିବା ସୂଚନା । ତେବେ ମରାମତି କରୁଥିବା ଶ୍ରମିକ ଓ ବ୍ୟାଙ୍କ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛିନ୍ତି । ସୂଚନା ଅନୁଯାୟୀ ଆଜି ରବିବାର ଛୁଟି ହୋଇଥିବା ବେଳେ କିଛି କର୍ମଚାରୀ ପୁରୁଣା କୋଠାର ମରାମତି କାର୍ଯ୍ୟ କରାଉଥିଲେ । କାର୍ଯ୍ୟ ଚାଲିଥିବା ସମୟରେ ହଠାତ ଛାତର କୋଠା ଭୁଶୁଡି ଯାଇଥିଲା । ପ୍ରାଣ ବିକଳରେ କର୍ମଚାରୀମାନେ ବାହାରକୁ ଦୌଡ଼ି ଆସିଥିଲେ । ଫଳରେ ଏକ ଭୟଙ୍କର ଦୁର୍ଘଟଣା ଘଟିବାରୁ ଅଳ୍ପକେ ଟଳିଯାଇଛି ।
ଅଧିକ ପଢନ୍ତୁ: ଆଖି ପିଛୁଳାକେ ଭୁଶୁଡ଼ିଲା ୫ମହଲା କୋଠା, କ୍ୟାମେରାରେ କଏଦ ହେଲା ଭୟଙ୍କର ଦୃଶ୍ୟ
ସମ୍ବଲପୁର ସହରର କୁଞ୍ଜେଲପଢା ଛକ ନିକଟରେ ଥିବା ସମ୍ବଲପୁର ସମବାୟ କେନ୍ଦ୍ର ବ୍ୟାଙ୍କର ସିଟି ଶାଖାର କୋଠାଟି ଆଜି ହଠାତ୍ ଭୁଶୁଡି ପଡିଥିଲା । ଆଜି ପାଖାପାଖି ଦିନ 11ଟା ସମୟରେ ଶତାଧିକ ବର୍ଷର ଏହି କୋଠାଟିର ଛାତ ଭୁଶୁଡି ପଡ଼ିଥିବା ବେଳେ କାହାର କିଛି କ୍ଷୟକ୍ଷତି ହୋଇନିଥିବା ସୂଚନା ମିଳିଛି । ତେବେ ଏହି ପୁରୁଣା କୋଠାକୁ ଵ୍ୟାଙ୍କ ଭଡ଼ା ସୂତ୍ରରେ ନେଇ ନିଜର ବ୍ୟାଙ୍କର ସିଟି କାଯ୍ୟାଳୟ ଭାବରେ ବ୍ୟବହାର କରି ଆସୁଥିଲା ।