ସମ୍ବଲପୁର: ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଂଗ୍ରେସ ଦଳର ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ । ଆଗାମୀ ଦିନରେ କଂଗ୍ରେସ ସଙ୍ଗଠନକୁ ଦୃଢ଼ କରିବାକୁ କଣ ରଣନୀତି ପ୍ରସ୍ତୁତ କରାଯାଇଛି ସେନେଇ ଚର୍ଚ୍ଚା ଓ ଆଲୋଚନା ହୋଇଛି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଜିଲ୍ଲାରେ ଦଳର ସ୍ଥିତିକୁ ସୁଧାରିବା ପାଇଁ ଚେଷ୍ଟା କରାଯିବ ବୋଲି ବରିଷ୍ଠ କଂଗ୍ରେସ ନେତା ଯଜ୍ଞଶ୍ୱର ବାବୁ କହିଛନ୍ତି ।
ସମ୍ବଲପୁରରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ, ଦଳକୁ ସୁଦୃଢ ପାଇଁ ରଣନୀତି ପ୍ରସ୍ତୁତ - sambalpur district congress
ସମ୍ବଲପୁର ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଂଗ୍ରେସ ଦଳର ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ । ଅଧିକ ପଢନ୍ତୁ...
ସମ୍ବଲପୁର ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ସମ୍ବଲପୁର ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି ଅଶ୍ୱିନୀ କୁମାର ଗୁରୁ, ବରିଷ୍ଠ କଂଗ୍ରେସ ନେତା ଯଜ୍ଞଶ୍ୱର ବାବୁ,ପୂର୍ବତନ କଂଗ୍ରେସ ବିଧାୟକ ରାଜେନ୍ଦ୍ର ଛତ୍ରୀଆ,ଦୁର୍ଯ୍ୟୋଧନ ଗରଡ଼ିଆ ,ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ଲାବନ ବହିଦାର ପ୍ରମୁଖଙ୍କ ସହ ପ୍ରମୁଖ ନେତା ଓ କର୍ମୀ ସାମିଲ ହୋଇଥିଲେ ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା,ଇଟିଭି ଭାରତ