ଓଡିଶା

odisha

ETV Bharat / state

କୃଷି ବିଲକୁ ବିରୋଧ: ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କଂଗ୍ରେସର ସ୍ମାରକପତ୍ର - farm bill

ସମ୍ବଲପୁର କଂଗ୍ରେସ ସଭାପତି ଅଶ୍ବିନୀ କୁମାର ଗୁରୁଙ୍କ ନେତୃତ୍ବରେ କୃଷି ଆଇନ ବିରୁଦ୍ଧରେ ସ୍ବର ଉତ୍ତୋଳନ ହୋଇଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ଏକ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ଜରିଆରେ ପ୍ରଦାନ କରିଛି ଦଳ । ଅଧିକ ପଢନ୍ତୁ..

କୃଷି ବିଲକୁ ବିରୋଧ: ସମ୍ବଲପୁରରେ କଂଗ୍ରେସର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର
କୃଷି ବିଲକୁ ବିରୋଧ: ସମ୍ବଲପୁରରେ କଂଗ୍ରେସର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

By

Published : Oct 15, 2020, 8:33 PM IST

ସମ୍ବଲପୁର: ଥମୁନି ବିବାଦୀୟ କୃଷି ବିଲ ପ୍ରସଙ୍ଗ । ପାରିତ ହୋଇଥିବା ଏହି ବିଲକୁ ପ୍ରତ୍ୟାହାର ପାଇଁ ତେଜୁଛି କଂଗ୍ରେସର ବିରୋଧ । ଏ ନେଇ ଗୁରୁବାର ସମ୍ବଲପୁରରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

କୃଷି ବିଲକୁ ବିରୋଧ: ସମ୍ବଲପୁରରେ କଂଗ୍ରେସର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଜିଲ୍ଲା କଂଗ୍ରେସ ସଭାପତି ଅଶ୍ବିନୀ କୁମାର ଗୁରୁଙ୍କ ନେତୃତ୍ବରେ କୃଷି ଆଇନ ବିରୁଦ୍ଧରେ ସ୍ବର ଉତ୍ତୋଳନ କରାଯାଇଛି । ଏହି ବିକ୍ଷୋଭରେ ଜିଲ୍ଲା ସଭାପତି ଅଶ୍ବିନୀ ଗୁରୁଙ୍କ ସହ ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ, ସୁରେଶ୍ଵର ମିଶ୍ରଙ୍କ ସହ ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ଓ କାର୍ଯ୍ୟକର୍ତ୍ତା ସାମିଲ ହୋଇ କେନ୍ଦ୍ର ବିରୋଧୀ ନାରା ଦେବା ସହ ଏହି ଆଇନକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି।

ଏହି ଆଇନ କୃଷକ ବିରୋଧୀ ଅଟେ ଓ ଏହା କର୍ପୋରେଟ ହାଉସ ମାନଙ୍କୁ ସୁହାଇବା ଭଳି ଆଇନ ବୋଲି କଂଗ୍ରେସ ଦାବି କରିଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ଏକ ଦାବି ପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ଜରିଆରେ ପ୍ରଦାନ କରିଛି ଦଳ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details