ସମ୍ବଲପୁର: ଜିଲ୍ଲାର ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀ l 2009 ମସିହାରେ ଏହି ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠନ ହୋଇଥିବା ବେଳେ ଏହା ଏସସି ବର୍ଗଙ୍କ ପାଇଁ ସଂରକ୍ଷିତ l ନିର୍ବାଚନ ମଣ୍ଡଳୀ ଗଠନ ହେବା ଦିନ ଠାରୁ ଏଠାରେ 3 ଥର ନିର୍ବାଚନ ହୋଇଥିବା ବେଳେ ସ୍ଥାନୀୟ ଭୋଟର କଂଗ୍ରେସ, ବିଜେଡି ଓ ବିଜେପି ପ୍ରାର୍ଥୀଙ୍କୁ ଥରେ ଲେଖାଏଁ ବିଜୟୀ କରି ନିଜର ପରିପକ୍ଵତାର ପରିଚୟ ଦେଇଛନ୍ତି l ରେଙ୍ଗାଲିବାସୀ ପ୍ରମାଣିତ କରିଛନ୍ତି ଯେ ସେମାନେ ଦଳକୁ ନୁହେଁ ପ୍ରାର୍ଥୀକୁ ଦେଖି ଭୋଟ ଦିଅନ୍ତି l ବର୍ତ୍ତମାନ ସ୍ଥିତିରେ ଏଠାରେ ବିଜେଡିର ସଂଗଠନ ଏତେଟା ଭଲ ନଥିବା ବେଳେ ବିଜେପି ବିଧାୟକ ନାଉରୀ ନାଏକଙ୍କ ଲୋକପ୍ରିୟତା ମଧ୍ୟ ହ୍ରାସ ପାଇଛି l ଏଭଳି ସ୍ଥିତିରେ ଏହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ନିଜ ବଳ ଗୋଟେଇ ବାକୁ ଚେଷ୍ଟା କରୁଛି l
ଅଧିକ ପଢନ୍ତୁ- ରେଙ୍ଗାଲୀ ନିର୍ବାଚନ ମଣ୍ଡଳୀରେ ସୁରୁଖୁରୁରେ ଚାଲିଛି ଭୋଟଗ୍ରହଣ
ସମ୍ବଲପୁରର ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀ l ଏହା ଏକ ଶିଳ୍ପ ବହୁଳ ନିର୍ବାଚନ ମଣ୍ଡଳୀ l ଶିଳ୍ପ ଓ କୃଷି ଉପରେ ରେଙ୍ଗାଲିବାସୀ ନିର୍ଭରଶୀଳ । ସେଥିପାଇଁ ରାଜ୍ୟ ବିଧାନସଭାରେ ଏହି ଆସନର ବେଶ ଗୁରୁତ୍ବ ରହିଛି l ଏଠାରେ ଭୋଟର ସଂଖ୍ୟା ପ୍ରାୟ 1 ଲକ୍ଷ 92 ହଜାର ରହିଛି l ଏହା ସହ ଏହି ଅଞ୍ଚଳରେ କେତେକ ସ୍ଥାନରେ କଂଗ୍ରେସର ରିଜର୍ଭ ଭୋଟ ରହିଛି l ସେଥିପାଇଁ ଏଥର କଂଗ୍ରେସ ଏଠାରେ ଜଣେ ଯୁବ ନେତାଙ୍କୁ ପ୍ରାର୍ଥୀ କରିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି l