ଓଡିଶା

odisha

ETV Bharat / state

ସାଧାରଣ ନିର୍ବାଚନ ପୂର୍ବରୁ ଅଙ୍କକଶା, କୁଚିଣ୍ଡା ହାତେଇବାକୁ କଂଗ୍ରେସର ବ୍ଲୁପ୍ରିଣ୍ଟ

କୁଚିଣ୍ଡା ବିଧାନସଭା ଆସନ ହାତେଇବାକୁ ଅଣ୍ଟା ଭିଡିଲା କଂଗ୍ରେସ । କୃଷକ ସମସ୍ୟା ଓ ବିଜେପି ବିଜେଡି ବିଧାୟକ ଅପାରଗତାକୁ ମୁଦ୍ଦା କରି ମଇଦାନକୁ ଓହ୍ଳାଇବ କଂଗ୍ରେସ । ଅଧିକ ପଢ଼ନ୍ତୁ

Kuchinda Assembly constituency
Kuchinda Assembly constituency

By ETV Bharat Odisha Team

Published : Oct 27, 2023, 7:52 AM IST

କୁଚିଣ୍ଡା ହାତେଇବାକୁ କଂଗ୍ରେସର ବ୍ଲୁପ୍ରିଣ୍ଟ

ସମ୍ବଲପୁର: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଏହା ପୂର୍ବରୁ ସଂଗଠନକୁ ମଜଭୁତ କରିବାକୁ ପ୍ରୟାସ ଆରମ୍ଭ କରି ଦେଲେଣି ପ୍ରତିଦ୍ବନ୍ଦି ଦଳ । ଆସନ୍ତା ନିର୍ବାଚନରେ ଶାସକ ଦଳ ଓ ବିଜେପିକୁ କଡ଼ା ଟକ୍କର ଦେବାକୁ ଅଣ୍ଟା ଭିଡିଛି କଂଗ୍ରେସ । ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜୟୀ ହେବାକୁ ଖସଡ଼ା ତିଆରି କରିଛି କଂଗ୍ରେସ । ରାସ୍ତା ଘାଟ, କୃଷକ ସମସ୍ୟା ଓ ବିଜେପି ବିଜେଡି ବିଧାୟକ ଅପାରଗତାକୁ ମୁଦ୍ଦା କରି କଂଗ୍ରେସ ନିର୍ବାଚନୀ ମଇଦାନକୁ ଓହ୍ଲେଇବ ବୋଲି କହିଛନ୍ତି ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି ତଥା ପୂର୍ବତନ କୁଚିଣ୍ଡା ବିଧାୟକ ରାଜେନ୍ଦ୍ର ଛତ୍ରିଆ କହିଛନ୍ତି ।

କୁଚିଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ବଣ ଜଙ୍ଗଲ ଘେରା ହୋଇଥିବା ବେଳେ ଏଠାରେ ଆଦିବାସୀଙ୍କ ସଂଖ୍ୟା ଅଧିକ । 1967ରେ ଏହି ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠନ ହୋଇଥିବା ବେଳେ ଏହା ST ବର୍ଗ ପାଇଁ ସଂରକ୍ଷିତ ରହିଛି । ଏଠାରେ ବିଜେପି, ବିଜେଡି ଓ କଂଗ୍ରେସ ଦଳର ବିଧାୟକ ବିଜୟୀ ହୋଇସାରିଛନ୍ତି l ତେଣୁ ଆସନ୍ତା ନିର୍ବାଚନରେ କଂଗ୍ରେସ ଏଠାରେ ବାଜିମାତ କରିବା ପାଇଁ ଜୋରଦାର ପ୍ରୟାସ କରିବ ।

ଏହା ମଧ୍ୟ ପଢନ୍ତୁ-ସାଧାରଣ ନିର୍ବାଚନ ପୂର୍ବରୁ ମାଲକାନଗିରିରେ କଂଗ୍ରେସର ଶକ୍ତି ପ୍ରଦର୍ଶନ

ଜିଲ୍ଲା କଂଗ୍ରେସ ସଭାପତି କହିଛନ୍ତି ଯେ, କୁଚିଣ୍ଡାରେ ବିଜେପି ଓ ବିଜେଡି ବିଧାୟକମାନେ ଯେତେବେଳେ ବି ବିଜୟୀ ହୋଇଛନ୍ତି ସେମାନେ କୌଣସି କାମ କରି ନାହାଁନ୍ତି । କଂଗ୍ରେସ ଅମଳରେ 2009ରୁ 2014 ମଧ୍ୟରେ ସରକାରୀ ସ୍କୁଲ୍‌ଗୁଡିକରେ 122ଟି ହଷ୍ଟେଲ୍‌ ତିଆରି ହୋଇଥିଲା । ଏହି ସମୟରେ 11ଟି ଗ୍ରୀଡ୍‌ ସବ୍‌ଷ୍ଟେସନ୍‌ ତିଆରି ହୋଇଥିଲା l ଏହାସହ ଏହି ସମୟରେ 11ଟି ବ୍ରିଜ୍‌ ନିର୍ମାଣ ହୋଇଥିଲା l ଏହାସହ କଂଗ୍ରେସ ଅମଳରେ ବହୁ ଏକଲବ୍ୟ ସ୍କୁଲ୍‌ ତିଆରି ହୋଇଥିଲା l ଏହି ଅଞ୍ଚଳର ରାସ୍ତା ଘାଟ, କୃଷକ ସମସ୍ୟା ଓ ବିଜେପି ବିଜେଡି ବିଧାୟକ ଅପାରଗତାକୁ ମୁଦ୍ଦା କରି କଂଗ୍ରେସ ମଇଦାନରେ ଓହ୍ଲାଇବ ବୋଲି କହିଛନ୍ତି ପୂର୍ବତନ କୁଚିଣ୍ଡା ବିଧାୟକ ରାଜେନ୍ଦ୍ର ଛତ୍ରିଆ ।

ସୂଚନାଯୋଗ୍ୟ ଯେ, 2004ରୁ 2009 ପର୍ଯ୍ୟନ୍ତ ବିଜେପିର ରବି ନାଏକ ବିଧାୟକ ଥିବା ବେଳେ,2009ରୁ 2014 ଯାଏଁ କଂଗ୍ରେସର ରାଜେନ୍ଦ୍ର ଛତ୍ରିଆ ବିଧାୟକ ହୋଇଥିଲେ l ତେବେ 2014ରେ ପୁଣି ବିଜେପିର ରବି ନାୟକ ବିଜୟୀ ହୋଇଥିଲେ l ତେବେ 2019ରେ ବିଜେଡିର କିଶୋର ନାଏକ ବିଜୟୀ ହୋଇଥିଲେ l ତେବେ ଚଳିତ ଥର ଏହି ଆସନରେ କିଏ ବିଜୟୀ ହେଉଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details