ସମ୍ବଲପୁର: ବଢୁଥିବା କୋରୋନା ସଂକ୍ରମଣକୁ ନଜରରେ ରଖି ଆସନ୍ତା ଶନିବାର ଓ ରବିବାର ସମ୍ବଲପୁରରେ ସଟଡାଉନ ପାଇଁ ନିଷ୍ପତ୍ତି ନିଆଯାଇଛି । ଏନେଇ ଗୁରୁବାର ଜିଲ୍ଲାବାସୀଙ୍କୁ ଅବଗତ କରାଇଛନ୍ତି ଜିଲ୍ଲା ପ୍ରଶାସନର ସୂଚନା ଓ ଲୋକ ସମ୍ପର୍କ ବିଭାଗ । ସେପଟେ ବୁର୍ଲାରେ ବଢି ଚାଲିଥିବା ସ୍ଥାନୀୟ ସଂକ୍ରମଣ ଆଗକୁ ଗୋଷ୍ଠୀ ସଂକ୍ରମଣର ରୂପ ନେବା ନେଇ ଆଶଙ୍କା ପ୍ରକାଶ ପାଇଛି ।
ଆସନ୍ତା ଶନି-ରବି ସମ୍ବଲପୁର ସଟଡାଉନ - ସମ୍ବଲପୁର ସଟଡାଉନ
![ଆସନ୍ତା ଶନି-ରବି ସମ୍ବଲପୁର ସଟଡାଉନ corona situation in sambalpur, corona update in sambalpur, sambalpur shutdown, sambalpur latest news, ସମ୍ବଲପୁରରେ କୋରୋନା ସ୍ଥିତି, ସମ୍ବଲପୁରରେ କୋରୋନା ଅପଡେଟ, ସମ୍ବଲପୁର ସଟଡାଉନ, ସମ୍ବଲପୁର ଲାଟେଷ୍ଟ ନ୍ୟୁଜ୍](https://etvbharatimages.akamaized.net/etvbharat/prod-images/768-512-7960646-981-7960646-1594303570078.jpg)
ଆସନ୍ତା ଶନିବାର ଓ ରବିବାର ସମ୍ବଲପୁର ସଟଡାଉନ
18:54 July 09
ଏପରି ପରିସ୍ଥିତିରେ ଜିଲ୍ଲା ପ୍ରଶାସନ ଆସନ୍ତା 11 ଓ 12 ତାରିଖ ଜିଲ୍ଲାକୁ ସମ୍ପୂର୍ଣ୍ଣ ସଟଡାଉନ ରଖିବା ନେଇ ଘୋଷଣା କରିଛନ୍ତି । ଏହି ଅବଧି ମଧ୍ୟରେ ଜିଲ୍ଲାରେ କେବଳ ଜରୁରୀ ସେବା ଓ ସୁବିଧା ଆଦି ଉପଲବ୍ଧ କରାଯିବା ନେଇ ସୂଚନା ରହିଛି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ
Last Updated : Jul 9, 2020, 7:50 PM IST