ଓଡିଶା

odisha

ETV Bharat / state

ସମ୍ବଲପୁରରେ ନାହିଁ ସରକାରୀ ଶୀତଳ ଭଣ୍ଡାର, ସରକାରଙ୍କ ତ୍ରୁଟି ପାଇଁ ଦୁର୍ଦ୍ଦିନରେ ଘରୋଇ ମାଲିକ - ସମ୍ବଲପୁରରେ ନାହିଁ ସରକାରୀ ଶୀତଳ ଭଣ୍ଡାର

ରାଜ୍ୟରେ ଆଳୁ ମିଶନ ଫେଲ ହେବା ପରେ ଏବେ ସବୁ ଶୀତଳ ଭଣ୍ଡାର କ୍ଷତିରେ ଚାଲୁଛି । ଏନେଇ ଇଟିଭି ଭାରତର ସ୍ପେସିଆଲ ରିପୋର୍ଟ...

ସମ୍ବଲପୁରରେ ନାହିଁ ସରକାରୀ ଶୀତଳ ଭଣ୍ଡାର, ଦୁର୍ଦ୍ଦିନରେ ଘରୋଇ ଶୀତଳ ଭଣ୍ଡାର
ସମ୍ବଲପୁରରେ ନାହିଁ ସରକାରୀ ଶୀତଳ ଭଣ୍ଡାର, ଦୁର୍ଦ୍ଦିନରେ ଘରୋଇ ଶୀତଳ ଭଣ୍ଡାର

By

Published : Oct 17, 2020, 2:43 PM IST

ସମ୍ବଲପୁର: ଆଳୁର ଅଭାଵ ଦୂର କରିବାକୁ ରାଜ୍ୟ ସରକାର 5 ବର୍ଷ ପୂର୍ବେ ଆରମ୍ଭ କରିଥିଲେ ଆଳୁ ମିଶନ। ଏଥିପାଇଁ ଆଳୁକୁ ସଂରକ୍ଷିତ କରି ରଖିବାକୁ 120 ନୂଆ ଶୀତଳ ଭଣ୍ଡାର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ସେଥିରୁ 23 ଟି ନୂଆ ଶୀତଳ ଭଣ୍ଡାର ନିର୍ମାଣ ହୋଇଥିବାବେଳେ ସବୁ ଘରୋଇ ଅଟେ । ହେଲେ ରାଜ୍ୟରେ ଆଳୁ ମିଶନ ଫେଲ ହେବା ପରେ ଏବେ ସବୁ ଶୀତଳ ଭଣ୍ଡାର କ୍ଷତିରେ ଚାଲୁଛି ।

ସମ୍ବଲପୁରରେ ନାହିଁ ସରକାରୀ ଶୀତଳ ଭଣ୍ଡାର, ଦୁର୍ଦ୍ଦିନରେ ଘରୋଇ ଶୀତଳ ଭଣ୍ଡାର

ସମ୍ବଲପୁର ଜିଲ୍ଲାରେ ବର୍ତ୍ତମାନ 5 ଟି ଘରୋଇ ଶୀତଳ ଭଣ୍ଡାର ରହିଥିବାବେଳେ ଆଉ ଗୋଟିଏ ଶୀତଳ ଭଣ୍ଡାର ନିର୍ମାଣାଧୀନ ରହିଛି । ଆଉ ଗୋଟିଏ ମାତ୍ର ସରକାରୀ ଶୀଳଭଣ୍ଡାର ଏବେ 20 ବର୍ଷରୁ ଅଧିକ ହେବ ବନ୍ଦ ପଡିଛି । ଏହି ସ୍ଥିତି କେବଳ ସମ୍ବଲପୁର ନୁହେଁ ସାରା ରାଜ୍ୟର ସମସ୍ତ ଶୀତଳ ଭଣ୍ଡାରକୁ ପରୋକ୍ଷରେ ବନ୍ଦ କରି ଦିଆଯାଇଛି ବୋଲି ଚାଷୀ ନେତା ଅଶୋକ ପ୍ରଧାନ କହିଛନ୍ତି। ସରକାରୀ ଶୀତଳ ଭଣ୍ଡାର ଦ୍ବାରା ଚାଷୀ ନିଜର ଉତ୍ପାଦିତ ସାମଗ୍ରୀ ରଖି ଲାଭବାନ ହେବା ସହ ଦରଦାମ ନିୟନ୍ତ୍ରଣ ରହୁଥିବା ହେତୁ ଏହା ଗ୍ରାହକମାନଙ୍କୁ ମଧ୍ୟ ସୁହାଉଥିଲା । ହେଲେ ଏସବୁ ବନ୍ଦ ପଡିଥିବାରୁ ଉଭୟ ଚାଷୀ ଓ ସଧାରଣ ଗ୍ରାହକ ଖର୍ଚ୍ଚାନ୍ତରେ ପଡୁଛନ୍ତି ।

ଅନ୍ୟପଟେ ଘରୋଇ ଶୀତଳ ଭଣ୍ଡାରର ମାଲିକଙ୍କ କହିବା କଥା ହେଲା ବିଗତ 5 ବର୍ଷରେ ଏହି ବ୍ୟବସାୟ ଘୋର ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି। ରାଜ୍ୟ ସରକାରଙ୍କ ଆଳୁ ମିଶନ ଫେଲ ହେବାରୁ ଶୀତଳ ଭଣ୍ଡାର ସବୁ ଖାଲି ରହୁଛି। ତେଣୁ କେତେକ ସ୍ଥାନରେ ଶୀତଳ ଭଣ୍ଡାର ବନ୍ଦ ହେବା ଉପରେ। ସେପଟେ 5000 ମେଟ୍ରିକ ଟନର ଏକ ବ୍ୟବସାୟିକ ଘରୋଇ ଶୀତଳ ଭଣ୍ଡାର କରିବାକୁ 4 କୋଟି ଟଙ୍କାର ନିବେଶ କରିବାକୁ ପଡୁଥିବାବେଳେ ଏଥିରେ 50 ପ୍ରତିଶତ ରିହାତି ରହିଛି । ହେଲେ ଏତେ ପରିମାଣର ଟଙ୍କା ବିନିଯୋଗ କରୁଥିଲେ ସୁଦ୍ଧା ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଏହି ଶୀତଳ ଭଣ୍ଡାରର କାର୍ଯ୍ୟକଳାପ ଉପରେ ଲଗାମ ଲଗାଇ ପାରୁ ନାହାନ୍ତି।

ଗୋଟିଏ 5000 ମେଟ୍ରିକ ଟନ ଧାରଣ କ୍ଷମତା ଥିବା ଶୀତଳ ଭଣ୍ଡାର ଚଳେଇବାକୁ ବାର୍ଷିକ 80 ଲକ୍ଷରୁ 1 କୋଟି ପର୍ଯ୍ୟନ୍ତ ସ୍ଥାୟୀ ଖର୍ଚ୍ଚ ରହିଛି । ଶୀତଳ ଭଣ୍ଡାରରେ ଆଳୁ ରଖିବାକୁ ସ୍ଥାନୀୟ ଚାଷୀ ଆଗ୍ରହ କରୁନଥିବା ବେଳେ ,ଶୀତଳ ଭଣ୍ଡାର ମାଲିକ ବାଧ୍ୟ ହୋଇ ନିଜେ ଲକ୍ଷ ଲକ୍ଷ ଟଙ୍କାର ଆଳୁ ପଶ୍ଚିମବଙ୍ଗରୁ ଆଣି ଶୀତଳ ଭଣ୍ଡାରର ଖର୍ଚ୍ଚ ତୁଲାଉଛନ୍ତି ବୋଲି ଶୀତଳ ଭଣ୍ଡାର ମାଲିକ କହିଛନ୍ତି। ରାଜ୍ୟ ସରକାରଙ୍କ ହିସାବରେ ଗୋଟିଏ ଶୀତଳ ଭଣ୍ଡାର କରିବାକୁ 4 କୋଟି ଖର୍ଚ୍ଚ କୁହାଯାଉଥିବାବେଳେ ବାସ୍ତବରେ 6 କୋଟି ପର୍ଯ୍ୟନ୍ତ ଖର୍ଚ୍ଚ ହେଉଥିବା ଶିତଲଭଣ୍ଡାର ମାଲିକ କୁହନ୍ତି। ଏହାସହ ବିଦ୍ୟୁତ ବିଭାଗ ଘରୋଇକରଣ ହେବା ପରେ ଶିତଳଭଣ୍ଡାର ଗୁଡିକରୁ କୃଷି ଭିତ୍ତିରେ ବିଲ ଆଦାୟ ନ କରାଯାଇ ବ୍ୟବସାୟିକ ଭିତ୍ତିରେ ବିଲ ଆଦାୟ କରାଯାଉଥିବାରୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବ୍ୟବସାୟୀ ।

ଅନ୍ୟପଟେ ସମ୍ବଲପୁର ଜିଲ୍ଲାର ଉଦ୍ୟାନ କୃଷି ବିଭାଗର ଉପ ନିର୍ଦେଶକ ରଞ୍ଜନ କୁମାର ଦାସ ମହାପାତ୍ର କହିଛନ୍ତି ଯେ ବର୍ତ୍ତମାନ ଉଦ୍ୟାନ କୃଷି ମିଶନ ଯୋଜନା ଅନୁସାରେ ଶୀତଳ ଭଣ୍ଡାର ନିର୍ମାଣ କରିବାକୁ 50 ରୁ 70 ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯାଇ ଏହାକୁ ପ୍ରୋତ୍ସାହନ ଦିଆଯାଉଛି । ତେବେ ସରକାରୀ ଶୀତଳ ଭଣ୍ଡାର ବନ୍ଦ ହେବାର କାରଣ ବିଷୟରେ ହେଉଛି ପୂର୍ବରୁ ଫ୍ରିଅନ ଗ୍ୟାସ ଟେକ୍ନୋଲୋଜିରେ ସବୁ ଶୀତଳ ଭଣ୍ଡାର ଚାଲୁଥିଲା । ତେବେ ଏହି ଟେକ୍ନୋଲୋଜି ଉପରେ ବ୍ୟାନ ଲାଗିବା ପରେ ବର୍ତ୍ତମାନ ଅମୋନିଆ କୁଲିଙ୍ଗ ପଦ୍ଧତିରେ ସବୁ ଶୀତଳ ଭଣ୍ଡାର ଚାଲୁଛି । ତେଣୁ ପୁରୁଣା ଶୀତଳ ଭଣ୍ଡାର ସବୁ ବନ୍ଦ ହୋଇଗଲା । ଆଉ ବିଦ୍ୟୁତ ବିଭାଗର ଘରୋଇକରଣ ହେବା ପରେ ଶୀତଳଭଣ୍ଡାର ସବୁ ପରିଚାଳନା ରେ ବହୁତ କ୍ଷତି ହେବାରୁ ସରକାର ଏହାକୁ ବନ୍ଦ କରିବାକୁ ବାଧ୍ୟ ହେଲେ। ତେବେ ବର୍ତ୍ତମାନ ବ୍ୟବସାୟିକ ଭିତ୍ତିରେ ଶୀତଳ ଭଣ୍ଡାର କରିବାକୁ ବହୁତ ପ୍ରୋତ୍ସାହନ ରହିଥିବା DDH କହିଛନ୍ତି।

ସରକାରଙ୍କ ତ୍ରୁଟି ପୂର୍ଣ୍ଣ କୃଷି ନୀତି ଯୋଗୁଁ ଆଜି ରାଜ୍ୟର ସବୁ ଶୀତଳ ଭଣ୍ଡାରର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଏଥିପାଇଁ ସରକାର ଶୀଘ୍ର ପଦକ୍ଷେପ ନେବା ଆବଶ୍ୟକ ହୋଇପଡ଼ିଛି।

ସମ୍ବଲପୁରରୁ ଜୁଶ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details