ସମ୍ବଲପୁର: ଜିଲ୍ଲାରେ ଏନଏଲସି ଇଣ୍ଡିଆର କୋଇଲା ଖଣି ଅଞ୍ଚଳରେ ଶ୍ରମିକ ଅସନ୍ତୋଷ ଦେଖାଦେଇଛି । ଏନଏଲସି ଇଣ୍ଡିଆ ରାଷ୍ଟ୍ରାୟତଃ କମ୍ପାନୀର ଠିକା ସଂସ୍ଥା ଆଦାନୀ ଗ୍ରୁପର କେଏମପିଏଲ ସଂସ୍ଥାର 40 ଜଣ ଶ୍ରମିକଙ୍କୁ ରାତାରାତି ଛଟେଇ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଉତ୍ତେଜନା ପ୍ରକାଶ ପାଇଛି ।
ଏନଏଲସି ଇଣ୍ଡିଆର ଠିକା ସଂସ୍ଥାର ଶ୍ରମିକ ଛଟେଇ ଅଭିଯୋଗ, ଘଟଣାସ୍ଥଳରେ ଉତ୍ତେଜନା - ଶ୍ରମିକ ଛଟେଇ ଅଭିଯୋଗ
ଏନଏଲସି ଇଣ୍ଡିଆର ଠିକା ସଂସ୍ଥାର ଶ୍ରମିକ ଛଟେଇ ଅଭିଯୋଗ । ଘଟଣାସ୍ଥଳରେ ଉତ୍ତେଜନା । ଅଧିକ ପଢନ୍ତୁ...
ଏନଏଲସି ଇଣ୍ଡିଆର ଠିକା ସଂସ୍ଥାର ଶ୍ରମିକ ଛଟେଇ ଅଭିଯୋଗ, ଘଟଣାସ୍ଥଳରେ ଉତ୍ତେଜନା
ଏନଏଲସି ଇଣ୍ଡିଆର ଠିକା ସଂସ୍ଥାର ଶ୍ରମିକ ଛଟେଇ ଅଭିଯୋଗ, ଘଟଣାସ୍ଥଳରେ ଉତ୍ତେଜନା
ଏହି ନେଇ ଆଦାନୀ ଗ୍ରୁପର କର୍ତ୍ତୃପକ୍ଷଙ୍କ ସହିତ କେତେକ ଛଟେଇ ଶ୍ରମିକଙ୍କ ଯୁକ୍ତିତର୍କ ହୋଇଥିଲା । ଏହାସହ କମ୍ପାନୀ ପ୍ରତିଷ୍ଠା ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପାଳନ କରୁନାହିଁ । ସ୍ଥାୟୀ ନିଯୁକ୍ତି ନଦେବା ସହ ଦରମା ମଧ୍ୟ ଦେଉନଥିବା ଶ୍ରମିକ କହିଛନ୍ତି। ଏପରିକି କମ୍ପାନୀ ପରିସରରେ ଉତ୍ତେଜନା ପ୍ରକାଶ ପାଇବା ସହ କେତେକ ଅଜଣା ଲୋକ ଆସି ଠିକା ସଂସ୍ଥାର କମ୍ପ୍ୟୁଟର ଓ ଆସବାବପତ୍ର ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ତେବେ ଏନେଇ କମ୍ପାନୀ କତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ