ସମ୍ବଲପୁର: ଉଦଯାପିତ ହୋଇଛି ସମ୍ବଲପୁର ଲୋକ ମହୋତ୍ସବ । ସମ୍ବଲପୁର ଅଇଁଠାପାଲି ସ୍ଥିତ ବିର୍ସା ମୁଣ୍ଡା ମଇଦାନରେ ଚାଲିଥିବା ସମ୍ବଲପୁର ଲୋକ ମହୋତ୍ସବ 2023 ଉଦଯାପିତ ହୋଇଯାଇଛି । ଦୀର୍ଘ 5 ଦିନ ଧରି ଚାଲିଥିବା ଏହି ସାଂସ୍କୃତିକ ମହାକୁମ୍ଭରେ ଦେଶ ତଥା ଦେଶ ବାହାରର କଳାକାର ସାମିଲ ହୋଇଥିଲେ । ଉଦଯାପନୀ ସନ୍ଧ୍ୟାରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ, ସମ୍ବଲପୁର ଉତ୍ତରାଞ୍ଚଳ ଆଇ ଜି ଦୀପକ କୁମାର ଏବଂ ସମ୍ବଲପୁର ମହାନଗର ନିଗମର କମିଶନରଙ୍କ ସହ ଲୋକ ମହୋତ୍ସବ ଆୟୋଜନ କମିଟିର ପ୍ରମୁଖ ସଦସ୍ୟ ସାମିଲ ହୋଇଥିଲେ । ଏହି ଅବସରରେ ବିଭିନ୍ନ ପ୍ରକାର ଲୋକନୃତ୍ୟ ପ୍ରଦର୍ଶିତ ହୋଇଥିଲା । ପରିଶେଷରେ ରଙ୍ଗବତୀ ଗୀତରେ ଶ୍ରୀଲଙ୍କା କଳାକାରମାନଙ୍କ ନୃତ୍ୟ ଦର୍ଶକଙ୍କୁ ବେଶ ଆମୋଦିତ କରିଥିଲା ।
ଏହା ମଧ୍ୟ ପଢ଼ନ୍ତୁ:ରୋମାଞ୍ଚିତ ହେଲା ଡଟ୍ ଫେଷ୍ଟର ତୃତୀୟ ସନ୍ଧ୍ୟା, ରଙ୍ଗବତୀ ଗୀତରେ ଝୁମେଇଲେ ମୋହନ
ରଙ୍ଗବତୀ ଗୀତ, ଏହା କେବଳ ସମ୍ବଲପୁର ନୁହେଁ ସମଗ୍ର ଓଡିଶାକୁ ପରିଚିତ କରିଛି । 80 ଦଶକର ଏହି ଲୋକପ୍ରିୟ ଗୀତ ଏତେ ଲୋକପ୍ରିୟ ଯେ, ଦେଶ ବିଦେଶରେ ଏହା ବାଜି ସାରିଛି । ଆଜି ବି ଏହି ଗୀତର ଯାଦୁ ବଜାୟ ରହିଛି । ଯେକୌଣସି ପର୍ବ ପର୍ବାଣୀ ବାହାଘର, ସାଂସ୍କୃତିକ କାର୍ଯ୍ୟକ୍ରମରେ ଏହା ନବାଜିଲେ ସେହି କାର୍ଯ୍ୟକ୍ରମ ସତେ ଯେମିତି ଅଧୁରା । ଏହା ପ୍ରମାଣିତ ହୋଇଛି ସମ୍ବଲପୁର ଲୋକ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ । କାର୍ଯ୍ୟକ୍ରମ ଶେଷ ଭାଗରେ ଯେତେବେଳେ ଏହି ଗୀତ ବାଜିଥିଲା ଏଠାକୁ ଆସିଥିବା ବିଭିନ୍ନ ରାଜ୍ୟ ତଥା ଦେଶର କଳାକାର ନିଜକୁ ନାଚିବାରୁ ରୋକି ପାରିନଥିଲେ ।
ଏହା ମଧ୍ୟ ପଢ଼ନ୍ତୁ:ରାଜଧାନୀରେ ଲଜ୍ଜା: ଦୁଇ ନାବାଳିକାଙ୍କୁ ହାତ ଗୋଡ ବାନ୍ଧି ଗଣଦୁଷ୍କର୍ମ, ମୁଖ୍ୟ ଅଭିଯୁକ୍ତ ଗିରଫ