ଓଡିଶା

odisha

ETV Bharat / state

ବାମରାରେ ରେଳରୋକ ଆନ୍ଦୋଳନ, ପୋଲିସ-ଆନ୍ଦୋଳନକାରୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ - ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରା ଷ୍ଟେସନ

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରା ଷ୍ଟେସନ ପୋଲିସ ଆନ୍ଦୋଳନକାରୀ ମୁହାଁମୁହିଁ । ୪ଟି ଟ୍ରେନ ରହିବାର ନେଇ ପ୍ରତିଶୃତି ଦେବାପରେ ମଧ୍ୟ ଟ୍ରେନ ନ ରହିବାରୁ ବିକ୍ଷୋଭ । ଅଧିକ ପଢ଼ନ୍ତୁ

ବାମରା ଷ୍ଟେସନ ପୋଲିସ ଆନ୍ଦୋଳନକାରୀ ମୁହାଁମୁହିଁ
ବାମରା ଷ୍ଟେସନ ପୋଲିସ ଆନ୍ଦୋଳନକାରୀ ମୁହାଁମୁହିଁ

By

Published : Feb 23, 2023, 10:55 PM IST

ସମ୍ବଲପୁର :ବାମରା ଷ୍ଟେସନ ରେ ଟ୍ରେନ ରହଣି ପ୍ରତିଶ୍ରୁତି ପରେ ମଧ୍ୟ ଷ୍ଟେସନରେ ଟ୍ରେନ ନ ରହିବାରୁ ରେଳ ଷ୍ଟେସନ କାର୍ଯ୍ୟାଳୟ ରେ ତାଲା ପକାଇ ଆନ୍ଦୋଳନ କଲା ବାମରା ରେଳ କ୍ରିୟାନୁଷ୍ଠାନ କମିଟି। ଗତକାଲି ୧୧ଘଣ୍ଟା ଧରି ବାମରା ରେଳ ଧାରଣାରେ ଶହ ଶହ ସଂଖ୍ୟକ ମହିଳା ପୁରୁଷ ବସି ଆନ୍ଦୋଳନ କଲାପରେ ADRM, ଚକ୍ରଧରପୁର ଡିଭିଜନ ଓ ରେଳ ଅଧିକାରୀ ଆସି ୪ଟି ଟ୍ରେନ ରହିବାର ପ୍ରତିଶୃତି ଦେବାପରେ ଗତକାଲି (ବୁଧବାର) ର ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

ତେବେ ଆଜି ସକାଳୁ ଲୋକମାନେ ଷ୍ଟେସନରେ ପହଞ୍ଚି ନିଜ ନିଜ ଗନ୍ତବ୍ୟ ସ୍ଥଳୀ କୁ ଯିବାପାଇଁ ଟିକଟ କାଟିଥିବା ବେଳେ କିନ୍ତୁ ଟ୍ରେନ ଅଟକି ନଥିଲା ବୋଲି ଅଭିଯୋଗ ହୋଇଥିଲା । ଏହାପରେ ଲୋକଙ୍କ ଭିତରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା ।ଏଭଳି ସ୍ଥିତିରେ ସ୍ଥାନୀୟ ଲୋକେ ଟିକଟ କାଉଣ୍ଟର ଓ ରେଲ ଷ୍ଟେସନ ଅଫିସରେ ଉତ୍ତେଜିତ ହୋଇ ତାଲା ପକାଇ ଦେଇଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ପ୍ରଘଟ ହେବାପରେ ଶହଶହ ପୁରୁଷ ମହିଳା ରୁଣ୍ଡ ହୋଇ ଆନ୍ଦୋଳନ ତୀବ୍ର ରୂପ ନେଇଥିଲା । ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ, କୁଚିଣ୍ଡା ଉପ ଜିଲ୍ଲାପାଳ,ଏସଡିପିଓ, ରେଳ ବିଭାଗର ଅଧିକାରୀ ସହ ପୋଲିସ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଦିର୍ଘ ୮ଘଣ୍ଟା ପରେ ଚକ୍ରଧରପୁର ADRM ଆସି ପ୍ରତିଶ୍ରୁତି ମୁତାବକ ସମସ୍ତ ଟ୍ରେନ ରହିବ ବୋଲି ପ୍ରତିଶ୍ରୁତି ଦେଲାପରେ ମଧ୍ୟ ସାଧାରଣ ଜନତା ମନରେ ସନ୍ଦେହ ଜାତ ହୋଇ ଥିଲା ଓ ଆନ୍ଦୋଳନ ହଟିନଥିଲା ।

ଏହାପରେ ହଠାତ ପୋଲିସ ଆନ୍ଦୋଳନକାରୀ ଙ୍କୁ ଷ୍ଟେସନ ରୁ ହଟାଇବା ପାଇଁ ବଳ ପ୍ରୟୋଗ କରିଥିଲା । ଏହି ସମୟରେ କେତେକ ଆନ୍ଦୋଳନକାରୀ ପୋଲିସ ଉପରକୁ ପଥର ମାଡ କରିଥିଲେ ବୋଲି ଅଭିଯୋଗ ହୋଇଛି । ଏହାର ପ୍ରତିକ୍ରିୟା ସ୍ୱରୂପ ପୋଲିସ ମଧ୍ୟ ବାଧ୍ୟ ହୋଇ ଲାଠି ଚାର୍ଜ କରିଥିଲା।ତେବେ ବର୍ତ୍ତମାନ ମଧ୍ୟ ବାମରା ଅଞ୍ଚଳରେ ଏବେ ମଧ୍ୟ ଚାପା ଉତ୍ତେଜନା ଲାଗିରହିଥିବା ବେଳେ କଡା ପୋଲିସ ସୁରକ୍ଷା ଭିତରେ ମଧ୍ୟ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇ ନ ଥିବା ଜଣାପଡିଛି ।

ଏହା ସହ ବାମରା ଟାଉନଟି ରେଳଲାଇନ ର ଉଭୟ ପାର୍ଶ୍ଵରେ ଅବସ୍ଥିତ ଅଛି । ପ୍ରତ୍ୟେକ ମୁହୂର୍ତ୍ତରେ ଜନସାଧାରଣ ବିଭିନ୍ନ କାର୍ଯ୍ୟରେ ରେଳଫାଟକ ପାରି ହୋଇ ଯିବାଆସିବା କରୁଛନ୍ତି । ଜରୁରୀକାଳୀନ ସେବା , ଡାକ୍ତରଖାନା, ଥାନା, ବ୍ୟାଙ୍କ, ବ୍ଲକ ଅଫିସ, ତହସିଲ, ସ୍କୁଲ, କଲେଜ, ଡେଲି ମାର୍କେଟ ଇତ୍ୟାଦି ସମସ୍ତ କାର୍ଯ୍ୟ ରେ ସ୍ଥାନୀୟ ଲୋକଙ୍କ ଯିବା ଆସିବା ଲାଗି ରହୁଛି । ଏ ବାବଦରେ ବର୍ଷବର୍ଷ ଧରି ଦାବି କରି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏକ ରୋଡ଼ ଓଭରବ୍ରିଜ କିମ୍ବା ଭୂତଳ ରାସ୍ତା ଟିଏ ତିଆରି ହୋଇ ପାରିଲା ନାହିଁ ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details