ଓଡିଶା

odisha

ETV Bharat / state

ସମ୍ବଲପୁରରେ କୋଭିଡ ମୁକାବିଲା ପାଇଁ ଆରମ୍ଭ ହେଲା ସିଟିଜେନ କନେକଟେଡ଼ ପ୍ରୋଗ୍ରାମ - Citizen Connect program

କୋଭିଡ୍ ମୁକାବିଲା ପାଇଁ ସମ୍ବଲପୁରରେ SMC ତରଫରୁ ଆରମ୍ଭ ହୋଇଛି ସିଟିଜେନ କନେକ୍ଟର ପ୍ରୋଗ୍ରାମ। ଏନେଇ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା ସୂଚନା ଦେଇଛନ୍ତି ।

ସମ୍ବଲପୁରରେ କୋଭିଡ ମୁକାବିଲା ପାଇଁ ଆରମ୍ଭ ହେଲା ସିଟିଜେନ କନେକଟେଡ଼ ପ୍ରୋଗ୍ରାମ
ସମ୍ବଲପୁରରେ କୋଭିଡ ମୁକାବିଲା ପାଇଁ ଆରମ୍ଭ ହେଲା ସିଟିଜେନ କନେକଟେଡ଼ ପ୍ରୋଗ୍ରାମ

By

Published : Sep 9, 2020, 10:43 PM IST

ସମ୍ବଲପୁର: କୋଭିଡ୍ ମୁକାବିଲା ପାଇଁ ସମ୍ବଲପୁରରେ SMC ତରଫରୁ ଆରମ୍ଭ ହୋଇଛି ସିଟିଜେନ କନେକ୍ଟର ପ୍ରୋଗ୍ରାମ। ଏନେଇ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା ସୂଚନା ଦେଇଛନ୍ତି । ପୂର୍ବରୁ SMC ତରଫରୁ ଆରମ୍ଭ ହୋଇଥିଲା କୋଭିଡ୍ ସଚେତକ ଅଭିଯାନ।

ସମ୍ବଲପୁରରେ କୋଭିଡ ମୁକାବିଲା ପାଇଁ ଆରମ୍ଭ ହେଲା ସିଟିଜେନ କନେକଟେଡ଼ ପ୍ରୋଗ୍ରାମ

ଏହି ଅଭିଯାନରେ ସାମିଲ ହୋଇଥିବା କୋଭିଡ ସଚେତକମାନେ କୋଭିଡ୍ ସଚେତନତା ନେଇ ପୋଷ୍ଟର ଲଗାଇବା ସହ ବିଭିନ୍ନ ସଚେତନ ମୂଳକ କାର୍ଯ୍ୟ କରିବା ସହ କଣ୍ଟାକ୍ଟ୍ ଟ୍ରେଶିଂ କାର୍ଯ୍ୟ କରୁଛନ୍ତି । ତେବେ ଆଗକୁ କୋଭିଡ୍ ପରିଚାଳନାକୁ ଆହୁରି ବ୍ୟବସ୍ଥିତ କରିବା ପାଇଁ ସିଟିଜେନ କନେକ୍ଟର ପ୍ରୋଗ୍ରାମ ଆରମ୍ଭ ହେଉଛି ବୋଲି ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସକ୍ସେନା ସୂଚନା ଦେଇଛନ୍ତି । ଏହି ସିଟିଜେନ କନେକ୍ଟର ଅଭିଯାନ ଦ୍ୱାରା କୋଭିଡ୍ ପରିଚାଳନାକୁ ଆଗକୁ କିପରି ବିକେନ୍ଦ୍ରିକରଣ କରାଯାଇ ନୂଆଁ ପଦକ୍ଷେପ ନିଆଯାଇପାରିବ ସେ ନେଇ ଜିଲ୍ଲା ପ୍ରଶାସନ ଯତ୍ନଶୀଳ ଅଛି ବୋଲି ସମ୍ବଲପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଆଉ ମଧ୍ୟ ସମ୍ବଲପୁର ଜିଲ୍ଲାରେ କୋଭିଡ୍ ପରିଚାଳନା ଭଲଭାବେ ଚାଲିଛି ବୋଲି ସେ କହିଛନ୍ତି। ବର୍ତ୍ତମାନ ସମ୍ବଲପୁର ଜିଲ୍ଲାରେ କୋଭିଡ୍ ରୋଗୀ ସୁସ୍ଥ ହେବାର ହାର ୭୭.୮୩ ପ୍ରତିଶତ ରହିଛି। ଏହାସହ ହୋମ୍ ଆଇସୋଲେସନରେ ଥିବା କୋଭିଡ୍ ରୋଗୀଙ୍କ ପାଇଁ ଏକ ଟୋଲ ଫ୍ରି ହେଲ୍ପଲାଇନ ନମ୍ୱରର ସୁବିଧା କରାଯାଇଛି ଓ ପ୍ରତ୍ୟେକ ଦିନ ପ୍ରତ୍ୟେକ ରୋଗୀଙ୍କୁ ଥରୁଟିଏ କଲ୍ କରାଯାଇ ତାଙ୍କର ସୁବିଧା ଅସୁବିଧା ବୁଝାଯାଉଛି ବୋଲି ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସକ୍ସେନା କହିଛନ୍ତି।

ବିଗତ କିଛିଦିନ ତଳେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ସମ୍ବଲପୁର ଗସ୍ତରେ ଆସି ବୁର୍ଲା ବଡ଼ ମେଡ଼ିକାଲରେ ଥିବା ନୂତନ ବିଲଡିଂରେ ଏକ ନୂଆ 100 ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ ହେବ ବୋଲି ସୂଚନା ଦେଇଥିଲେ। ବର୍ତ୍ତମାନ ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସକ୍ସେନା ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ବୁର୍ଲାରେ ନୂଆଁ କୋଭିଡ୍ ହସ୍ପିଟାଲ୍ ତିଆରି କାର୍ଯ୍ୟ ଉତ୍ତମ ଭାବରେ ଚାଲିଛି ଓ ସମସ୍ତ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ଏହି କାର୍ଯ୍ୟ ସୁଚାରୁ ରୂପେ ଚାଲିଥିବାର ଜିଲ୍ଲାପାଳ କହିଛନ୍ତି। ଆଗାମୀ କିଛିଦିନ ଭିତରେ ଏହିକାର୍ଯ୍ୟ ସମାପ୍ତ ହେବ ଓ କୋଭିଡ୍ ରୋଗୀ ମାନେ ଉତ୍ତମ ସେବା ପାଇପାରିବେ ବୋଲି ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସକ୍ସେନା ପ୍ରତିକ୍ରିୟା ରଖିଛନ୍ତି।


ସମ୍ବଲପୁରରୁ ବାଦଶାହା ଜୁସମନ ରଣା, ଇଟିଭି ଭାରତ

ABOUT THE AUTHOR

...view details