ଓଡିଶା

odisha

ETV Bharat / state

ସମ୍ବଲପୁର ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର

ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସମଲେଶ୍ବରୀ ମନ୍ଦିର ପରିଦର୍ଶନ । ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଆଲୋଚନା । ଅଧିକ ପଢନ୍ତୁ

By

Published : May 14, 2022, 10:20 PM IST

ସମ୍ବଲପୁର ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର
ସମ୍ବଲପୁର ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର

ସମ୍ବଲପୁର: ଆଜି(ଶନିବାର) ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀଙ୍କ ମନ୍ଦିର ପରିଦର୍ଶନ କରିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ସମଲେଶ୍ବରୀ ମନ୍ଦିର ଠାରେ ସାଉଣ୍ଡ ଓ ଲାଇଟ୍ ସୋ ବ୍ୟବସ୍ଥା ଆରମ୍ଭ ହେବା ପରେ ଆଜି ମୁଖ୍ୟ ଶାସନ ସଚିବ ନିଜେ ଏହି ନୂତନ ବ୍ୟବସ୍ଥାକୁ ପରିଦର୍ଶନ କରି ବୁଲି ଦେଖିଥିଲେ ।

ସମ୍ବଲପୁର ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର

ଏହି ଅବସରରେ ମୁଖ୍ୟ ଶାସନ ସଚିବ ସମ୍ବଲପୁର ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ଗୁଡିକର ମଧ୍ୟ ସମିକ୍ଷା କରିଥିଲେ । ଏହାସହ ସମଲେଇ ଯୋଜନାର ଅଗ୍ରଗତି ନେଇ ପ୍ରଶାସନ ସହ ଆଲୋଚନା କରିବା ସହ ସମ୍ବଲପୁର ଜିଲ୍ଲା ପାଇଁ ଗ୍ରାମିଣ ଜଳଯୋଗାଣ ତଥା ସହରାଞ୍ଚଳ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନେଇ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ମୁଖ୍ୟ ଶାସନ ସଚିବ ଜିଲ୍ଲାରେ ଚାଳିଥିବା ଜାତୀୟ ରାଜପଥ ପ୍ରଶସ୍ତିକରଣ କାର୍ଯ୍ୟ ସହ ଡେବ୍ରିଗଡ ଅଭୟାରଣ୍ୟ, ହିରାକୁଦ ଜଳଭଣ୍ଡାର ଭିତରେ ଥିବା ବିଭିନ୍ନ ଦ୍ୱୀପକୁ ଯେପରି ଅଧିକ ପଯ୍ୟଟକ ମାନଙ୍କୁ ଆକୃଷ୍ଟ କରାଯାଇ ପାରିବ ସେନେଇ ମଧ୍ୟ ବିଭାଗୀୟ ପଦାଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details