ସମ୍ବଲପୁର:ସମ୍ବଲପୁର ଗସ୍ତରେ ମୁଖ୍ୟ ଶାସନ ସଚିବ । ବୁର୍ଲା ସ୍ଥିତ ଅଶୋକ ନିବାସଠାରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଜିଲ୍ଲା ପ୍ରଶାସନ ଓ NHAI କର୍ତ୍ତୃପକ୍ଷଙ୍କ ସହ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସମ୍ବଲପୁର-କଟକ ରାଜରାସ୍ତା କାର୍ଯ୍ୟ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି । ଏହି ପରିପ୍ରେକ୍ଷୀରେ ଜୁନ ସୁଦ୍ଧା ସମ୍ବଲପୁର-କଟକ ଜାତୀୟ ରାଜପଥ କାମ ସରିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ:ଭିଜିଲାନ୍ସ ଜାଲରେ କଳାହାଣ୍ଡି ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ପ୍ରକଳ୍ପର ସହକାରୀ ନିର୍ଦ୍ଦେଶକ
ଆୟୋଜିତ ବୈଠକରେ ମୁଖ୍ୟତଃ ସମ୍ବଲପୁର କଟକ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟର ଅଗ୍ରଗତି ଓ ସ୍ଥିତି ଉପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମୀକ୍ଷା କରିଛନ୍ତି । ତେବେ ଆସନ୍ତା ମାର୍ଚ୍ଚ ସୁଦ୍ଧା 2 ଲେନ ଓ ଜୁନ ସୁଦ୍ଧା 4 ଲେନ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ନେଇ ସମୟ ସୀମା ଧାର୍ଯ୍ୟ କରାଯାଇଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି । କାର୍ଯ୍ୟ ଅଧା ଥାଇ ରାସ୍ତା କାମ କରୁଥିବା ଠିକାଦାର କାମ ଛାଡିବାରୁ 2 ବର୍ଷ କାର୍ଯ୍ୟ ବିଳମ୍ବ ହୋଇଥିବା ଜଣାପଡିଛି l ବର୍ତ୍ତମାନ ଏହି ରାସ୍ତା ତିଆରିରେ ୩ଜଣ ସବ କଣ୍ଟ୍ରାକ୍ଟରଙ୍କୁ ଦାୟିତ୍ବ ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ମୁଖ୍ୟତଃ କେତେକ ଫ୍ଲାଇ ଓଭର କାର୍ଯ୍ୟ ଓ ହାତୀ ଚଲାପଥ କାର୍ଯ୍ୟ ଏବେ ବି ଜାରି ରହିଥିବା ସୂଚନା ଦିଆଯାଇଛି l