ସମ୍ବଲପୁର:ଆଜି ପବିତ୍ର ଛଟ ପୂଜ । ସମ୍ବଲପୁରରେ ଧୁମଧାମରେ ପାଳିତ ହୋଇଯାଇଛି ବିହାରୀ ସମ୍ପ୍ରଦାୟଙ୍କ ଛଟ ପର୍ବ (Chhath Puja Celebrated at Sambalpur) l ଆଜି ସୂର୍ଯ୍ୟାସ୍ତ ପୂର୍ବରୁ ସମ୍ବଲପୁରରେ ରହୁଥୁବା ବିହାରୀ ସମ୍ପ୍ରଦାୟର ଲୋକମାନେ ପୂଜା ସାମଗ୍ରୀ ଧରି ମହାନଦୀ କୂଳରେ ପହଞ୍ଚିଥିଲେ । ଏହାପରେ ସେଠାରେ ବିଧି ପୂର୍ବକ ପୂଜାର୍ଚ୍ଚନା କରି ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିଥିଲେ l ସମ୍ବଲପୁର ସହର ରିଂ ରୋଡ଼ର ମହାନଦୀର ବିଭିନ୍ନ ଘାଟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା l
ପରମ୍ପରା ମୁତାବକ ଏହି ପର୍ବ 4 ଦିନ ଧରି ପାଳିତ ହୋଇଥାଏ । ତୃତୀୟ ଦିନରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରାଯାଉଥିବା ବେଳେ ଚତୁର୍ଥ ଦିନ ସକାଳୁ ସୂର୍ଯ୍ୟଙ୍କୁ ଅର୍କ ଅର୍ପଣ କରିବାର ପରମ୍ପରା ରହିଛି l ଏହି ପର୍ବରେ ଉପବାସ କଲେ ପରିବାରର ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ ରହିଛି l
ଏନେଇ ଜଣେ ଶ୍ରଦ୍ଧାଳୁ କହିଛନ୍ତି , ''ଛଟ ପୂଜା ଏକ ମହାପର୍ବ, ଆମେ ସନ୍ଧ୍ୟା ସମୟରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇଥାଉ । ତିନି ଦିନ ଉପାସରେ ରହି ଏହି ପର୍ବ ପାଳନ କରିଥାଉ । ବିହାର, ଉତ୍ତର ପ୍ରଦେଶ, ଝାଡଖଣ୍ଡ ଆଜି ରାଜ୍ୟରେ ଏହି ପର୍ବ ପାଳନ କରାଯାଉଛି । ଓଡିଶାରେ ଏହି ପର୍ବ ମଧ୍ୟ ପାଳନ କରାଯାଉଛି । ରାଜ୍ୟ ସରକାର ଏଥି ପ୍ରତି ଆହୁରି ଦୃଷ୍ଟି ଦେବା ଦରକାର ।''