ଓଡିଶା

odisha

ETV Bharat / state

ଚାଷୀର ବଇରୀ ସାଜିଛି କାରଖାନା: ଏକର ଏକର ଧାନ ଫସଲ ନଷ୍ଟ, ଚାଷୀ ହତାଶ

ମୁଣ୍ଡ ଝାଳ ତୁଣ୍ଡରେ ମାରି କ୍ଷେତରେ ସୁନା ଫଳାଏ ଚାଷୀଟିଏ । କିନ୍ତୁ ସେହି ଚାଷୀ କୂଳ ଏବେ ଦୁଃଖରେ । ଦୀର୍ଘ 10ବର୍ଷ ହେଲା ହୀରାକୁଦର ନୁଆଁ ଗୁଜାତଳ ଓ ଡେଙ୍ଗୀମନଚା ଅଞ୍ଚଳରେ ଏକର ଏକର ଧାନ ଫସଲ ନଷ୍ଟ ହେଉଛି । ଆଉ ଏପରି ଫସଲ ନଷ୍ଟ ହେବାର ମୂଳ କାରଣ ହେଲା ହିଣ୍ଡାଲକୋ କାରଖାନା ।

ଚାଷୀର ବଇରୀ ସାଜିଛି କାରଖାନା: ପ୍ରଦୂଷିତ ପାଣିରେ ଉଜୁଡୁଛି ଫସଲ
ଚାଷୀର ବଇରୀ ସାଜିଛି କାରଖାନା: ପ୍ରଦୂଷିତ ପାଣିରେ ଉଜୁଡୁଛି ଫସଲ

By

Published : Aug 31, 2020, 2:42 PM IST

Updated : Sep 1, 2020, 11:52 AM IST

ସମ୍ବଲପୁର: ମୁଣ୍ଡର ଝାଳ ତୁଣ୍ଡରେ ମାରି କ୍ଷେତରେ ସୁନା ଫଳାଏ ଚାଷୀଟିଏ । କିନ୍ତୁ ସେହି ଚାଷୀ କୂଳ ଏବେ ଦୁଃଖରେ । ଦୀର୍ଘ 10ବର୍ଷ ହେଲା ହୀରାକୁଦର ନୁଆଁ ଗୁଜାତଳ ଓ ଡେଙ୍ଗୀମନଚା ଅଞ୍ଚଳରେ ଏକର ଏକର ଧାନ ଫସଲ ନଷ୍ଟ ହେଉଛି । ଆଉ ଏପରି ଫସଲ ନଷ୍ଟ ହେବାର ମୂଳ କାରଣ ହେଲା ହିଣ୍ଡାଲକୋ କାରଖାନା । ଏହି କାରଖାନାର ଫ୍ଲୋରାଇଡ ଯୁକ୍ତ ପ୍ରଦୂଷିତ ପାଣି ଯୋଗୁଁ ନିକଟସ୍ଥ ଧାନ କ୍ଷେତ ନଷ୍ଟ ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଚାଷୀ ।

ସମ୍ବଲପୁର ହୀରାକୁଦର ନୁଆଁ ଗୁଜାତଳ ଓ ଡେଂଗୀମନଚା ଅଞ୍ଚଳର ଚାଷୀମାନେ ଅଭିଯୋଗ କରିଛନ୍ତି ଯେ, ନିକଟରେ ଥିବା ହିଣ୍ଡାଲକୋ କାରଖାନାର ଫ୍ଲୋରାଇଡ଼ ଯୁକ୍ତ ପ୍ରଦୂଷିତ ପାଣି ନିକଟସ୍ଥ ଚାଷ ଜମିକୁ ମାଡିଯାଇ ଏଥର ପ୍ରାୟ 300ରୁ ଊର୍ଦ୍ଧ୍ବ ଏକର ଜମିର ଧାନ ଫସଲ ନଷ୍ଟ ହୋଇଛି । ତେବେ ଏହି ସମସ୍ୟା ଆଜିର ନୁହେଁ 10 ବର୍ଷରୁ ଊର୍ଦ୍ଧ୍ବ ହେବ । ଟିକେ ଜୋରରେ ବର୍ଷା ହେଲେ ନିକଟସ୍ଥ କାରଖାନାର ପ୍ରଦୂଷିତ ଜଳ ଜମିରେ ମାଡିଯାଇ ପ୍ରତ୍ୟେକ ବର୍ଷ ଫସଲ ହାନୀ କରି ଆସୁଛି । ଆଉ ଏନେଇ ଜିଲ୍ଲା ପ୍ରଶାସନକୁ ଅଭିଯୋଗ କଲେ ଚାଷୀଙ୍କୁ ନାମକୁ ମାତ୍ର କ୍ଷତିପୂରଣ ଦେଇ ଚାଷୀର ମୁହଁ ବନ୍ଦ କରି ଦିଆଯାଉଛି । ତେବେ ଜିଲ୍ଲା ପ୍ରଶାସନ ଆଗରେ ଏହି ସମସ୍ୟାର ସ୍ଥାୟୀ ସମାଧାନ ଦାବି କରି ଆସୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ନିରବ ରହୁଛି ।

ଚାଷୀର ବଇରୀ ସାଜିଛି କାରଖାନା: ଏକର ଏକର ଧାନ ଫସଲ ନଷ୍ଟ, ଚାଷୀ ହତାଶ

ଅନ୍ୟପଟେ ଚାଷୀଙ୍କ ବଇରୀ ସାଜିଥିବା ହିଣ୍ଡାଲକୋ କମ୍ପାନୀକୁ 2 ବର୍ଷ ପୂର୍ବେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ 50 ଲକ୍ଷର ଜୋରିମାନା କରିବା ସହ ତାଗିଦ କରିସାରିଛି । ତାହା ପରେ ବି ସ୍ଥିତିରେ କୌଣସି ସୁଧାର ଆସି ନାହିଁ । ବର୍ତ୍ତମାନ ପ୍ରଶାସନ ଏହି ସମ୍ୟାସର କୌଣସି ସ୍ଥାୟୀ ସମାଧନ ନକଲେ ଆନ୍ଦୋଳନର ଚେତାବନୀ ଦେଇଛି କୃଷି ସଙ୍ଗଠନ । ଅନ୍ୟପଟେ ଏହି ଘଟଣା ନେଇ ଜିଲ୍ଲା କୃଷି ବିଭାଗର ଏକ ସ୍ବତନ୍ତ୍ର ଟିମ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛି ଓ ଫସଲର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠେଇଛି । ସମ୍ବଲପୁର ଜିଲ୍ଲା କୃଷି ଅଧିକାରୀ ସନ୍ତୋଷ ରାୟ ନିଜେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଫସଲ ନଷ୍ଟ ହୋଇଥିବା ସ୍ବୀକାର କରିଛନ୍ତି । ଏଥିପାଇଁ ଆଗକୁ ଏହାର ତଦନ୍ତ ପାଇଁ କେତେକ କୃଷି ବିଜ୍ଞାନୀଙ୍କ ଏକ ଟିମ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବ ବୋଲି କହିଛନ୍ତି । ଜିଲ୍ଲା କୃଷି ଅଧିକାରୀ ନିଜେ ଫସଲର ପତ୍ର ଗୁଡିକରେ ଫ୍ଲୋରୋସିସ ଓ ନେଫ୍ରୋସିସ ହୋଇଥିବା ସ୍ବୀକାର କରିଛନ୍ତି । ତେବେ ଆଗକୁ ଏନେଇ କମ୍ପାନୀ ଓ ରାଜସ୍ବ ବିଭାଗକୁ ଚିଠି କରାଯିବ ବୋଲି ସେ କହିଛନ୍ତି ।

ପ୍ରତ୍ୟେକ ବର୍ଷ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଚାଷୀ । କିନ୍ତୁ ଜିଲ୍ଲା ପ୍ରଶାସନର କାର୍ଯ୍ୟାନୁଷ୍ଠାନ କେବଳ ଆଲୋଚନା ଓ ପର୍ଯ୍ୟାଲୋଚନା ମଧ୍ୟରେ ସୀମିତ ରହୁଛି । ଏବେ ଦେଖିବାକୁ ବାକି ରହିଲା ଚାଷୀଙ୍କ ସ୍ଥାୟୀ ସମାଧାନର ଦାବିକୁ କେତେ ଶୀଘ୍ର କର୍ଣ୍ଣପାତ କରୁଛନ୍ତି ସରକାର ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : Sep 1, 2020, 11:52 AM IST

ABOUT THE AUTHOR

...view details