ସମ୍ବଲପୁର:ପଞ୍ଚାୟତ ନିର୍ବାଚନ ନିକଟତର ହୋଇ ଆସୁଥିବାବେଳେ ନିର୍ବାଚନୀ ପ୍ରଚାର ଜୋର ଧରୁଛି। ପ୍ରତ୍ୟେକ ଦଳର ପ୍ରାର୍ଥୀ ଦଳ ସମର୍ଥକଙ୍କ ସହ ନିଜ ପ୍ରତିଶୃତିରେ ଲୋକଙ୍କୁ ଆକୃଷ୍ଟ କରିବାକୁ ଲାଗି ପଡ଼ିଛନ୍ତି। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଜୋନ 1ରେ ଜିଲ୍ଲା ପରିଷଦ ଆସନ ପାଇଁ ନିର୍ବାଚନ ଦୌଡ଼ରେ ତିନି ପ୍ରମୁଖ ରାଜନୈତିକ ଦଳ ମୈଦାନରେ ଜୋର କସରତ କରୁଛନ୍ତି।
ସମ୍ବଲପୁରର ରେଙ୍ଗାଲି 1ନଂ ଜୋନ ଅଞ୍ଚଳରେ ମୁଖ୍ୟତଃ ଶିଳ୍ପାନୁଷ୍ଠାନମାନ ଭରି ରହିଛି। ହେଲେ କୃଷି ହେଉଛି ସ୍ଥାନୀୟ ଲୋକଙ୍କ ରୋଜଗାରର ପ୍ରମୁଖ ପନ୍ଥା। ତେବେ ଏହି ଅଞ୍ଚଳରେ ବିସ୍ଥାପନ ସ୍ଥାନୀୟ ଅଞ୍ଚଳର ପ୍ରମୁଖ ସମସ୍ୟାମାନ ଭରି ରହିଛି। ଯାହାକୁ ନିର୍ବାଚନର ମୂଳ ଉଦ୍ଦେଶ୍ୟ କରି ମୈଦାନକୁ ଓହ୍ଳାଇଛନ୍ତି ରାଜନୈତିକ ଦଳ। ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ବିଭିନ୍ନ ଯୋଜନାକୁ ମୂଖ୍ୟ ଅସ୍ତ୍ର କରି ଭୋଟ ମାଗୁଛନ୍ତି ବିଜେଡି ପ୍ରାର୍ଥୀ ଚୋଲେଶ୍ଵରୀ ମହାନନ୍ଦ ।