ଓଡିଶା

odisha

ETV Bharat / state

ନିର୍ବାଚନ ପରେ ରିଲାକ୍ସ ମୁଡ୍‌ରେ ପ୍ରାର୍ଥୀ, ଏବେ ଗଣତିକୁ ଅପେକ୍ଷା - Elections

ଏକ ଲମ୍ବା ନିର୍ବାଚନୀ ମିଶାଣ ଫେଡାଣ କଷି କଷି ନୟାନ୍ତ ପ୍ରାର୍ଥୀ ନିର୍ବାଚନ ଶେଷ ହେବା ପରେ ଏବ‌େ ରିଲାକ୍ସ ମୁଡରେ । ନିର୍ବାଚନୀ ଉଷ୍ଣତା ଓ ଝାଳବୁହା ବ୍ୟସ୍ତତା ଭିତରୁ ବାହାରି ହାଲକା ଫୁଲକା ଓ ଆରାମଦାୟକ ଜୀବନ ବିତାଉଛନ୍ତି ନେତା ।

ଫଟୋ ସୌଜନ୍ୟ: ସମ୍ବାଦଦତା ସମ୍ବଲପୁର

By

Published : Apr 25, 2019, 9:04 PM IST

ସମ୍ବଲପୁର: ସରିଛି ଭୋଟ୍‌ । ନେତାଙ୍କ ଅଗ୍ନି ପରୀକ୍ଷାରେ ପଡିଛି ପୂର୍ଣ୍ଣଚ୍ଛେଦ । ଇଭିଏମରେ ସିଲ ଭାଗ୍ୟ ଓ ଭବିଷ୍ୟତ । ଟିକେଟ୍‌ ଲବି, ନାମାଙ୍କନ ଦାଖଲ ପରେ ପ୍ରଚାର, ଭୋଟ ଭିକ୍ଷା, ରୋଡ୍‌ ସୋ,ସାଧାରଣ ସଭା ଭଳି ହାର୍ଡ ଟାସ୍କ ସାରିଛନ୍ତି ପ୍ରାର୍ଥୀ । ଏକ ଲମ୍ବା ନିର୍ବାଚନୀ ମିଶାଣ ଫେଡାଣ କଷି କଷି ନୟାନ୍ତ ପ୍ରାର୍ଥୀ ନିର୍ବାଚନ ଶେଷ ହେବା ପରେ ଏବ‌େ ରିଲାକ୍ସ ମୁଡରେ । ନିର୍ବାଚନୀ ଉଷ୍ଣତା ଓ ଝାଳବୁହା ବ୍ୟସ୍ତତା ଭିତରୁ ବାହାରି ହାଲକା ଫୁଲକା ସମୟ କାଟୁଛନ୍ତି ନେତା।

ଫଟୋ ସୌଜନ୍ୟ: ସମ୍ବାଦଦତା ସମ୍ବଲପୁର


ଏହି ସମୟରେ ଘର ଆଉ ପରିବାରକୁ ଗୁରୁତ୍ବ ଦେଉଛନ୍ତି ନେତା । ସମ୍ବଲପୁର ଆସନରୁ ନିର୍ବାଚନ ଲଢିଥିବା ହାଇଭୋଲଟ୍‌ଜ ନେତାଙ୍କ ସହ ଇଟିଭି ଭାରତ କରିଥିଲା ଆଳାପ-ଆଲୋଚନା । ଏଥିରେ ସମସ୍ତ ପ୍ରାର୍ଥୀ ବେଶ୍‌ ଖୁସି ଓ ନିର୍ବାଚନ ପରିଣାମ ପାଇଁ ପଜିଟିଭ୍‌ ଥିବା କହିଛନ୍ତି । ବିଜେଡି ପ୍ରାର୍ଥୀନୀ ଡା ରସେଶ୍ୱରୀ ପାଣିଗ୍ରାହୀ, ବିଜେପି ପ୍ରାର୍ଥୀ ଜୟ ନାରାୟଣ ମିଶ୍ର, କଂଗ୍ରେସ ପ୍ରାର୍ଥୀ ଅଶ୍ବିନୀ ପୂଜାହାରୀ ସମସ୍ତଙ୍କ ଚେହେରାରେ ଖୁସି ଓ ବିଜୟ ଆଶାର ଝଲକ ଦେଖିବାକୁ ମିଳିଥିଲା ।


ବିଜେଡି ପ୍ରାର୍ଥୀନୀ ଡା ରାସେଶ୍ବରୀ ପାଣିଗ୍ରାହୀ ପ୍ରଚାର ଓ ମତଦାନ ପରେ ବେଶ ଖୁସି ଜଣା ପଡୁଥିଲେ । ସେ ନିଜ ଦଳୀୟ କର୍ମୀଙ୍କ ସହ ବେଶ କିଛି ହାଲକା ଫୁଲକା ମୁହୂର୍ତ୍ତ ବିତାଇବା ସହ ବିଜୟ ପାଇଁ ଶତ ପ୍ରତିଶତ ସୁନିଶ୍ଚିତ ଥିବା କହିଛନ୍ତି ।


ସେହିଭଳି ବିଜେପିର ବରିଷ୍ଠ ନେତା ଜୟ ନାରାୟଣ ମିଶ୍ର ନିଜ ଅଫିସରେ ଦଳୀୟ କାର୍ଯ୍ୟକର୍ତାଙ୍କ ସହ ଆଲୋଚନା କରୁଥିବାର ଦେଖିବାକୁ ମିଳିଥିଲା । ନିର୍ବାଚନ ମାରାଥନ ପ୍ରଚାର ପରେ ଏବେ ଫଳାଫଳର ଦିନକୁ ସେ ଅପେକ୍ଷା କରିଛନ୍ତି ବୋଲି କହିଛନ୍ତି । ତେବେ ନିଜର କାର୍ଯ୍ୟକର୍ତା ଓ ସାଧାରଣ ଜନତା ଉପରେ ତାଙ୍କର ବିଶ୍ବାସ ରହିଛି ବୋଲି ସେ କହିଛନ୍ତି ।

କଂଗ୍ରେସ ପ୍ରାର୍ଥୀ ତଥା ବୁର୍ଲା ମେଡିକାଲର ପୁର୍ବତନ ନିର୍ଦ୍ଦେଶକ ପ୍ରଫେସର ଅଶ୍ବିନୀ ପୂଜାହାରୀ ନିର୍ବାଚନ ସରିବା ପରେ ନିଜ ସମ୍ଵଲପୁର ସ୍ଥିତ ଘରେ ସମୟ ବିତାଉଛନ୍ତି । ବିଜୟ ଓ ପରାଜୟ କଥା ନକହି ସେ ଆସନ୍ତା ୨୩ ତାରିଖର ଫଳାଫଳକୁ ଅପେକ୍ଷା କରିଥିବାର କହିଛନ୍ତି । ତେବେ ଯଦି ସେ ବିଜୟୀ ହୁଅନ୍ତି ତାହେଲେ ସେ ଏମିତି କାମ କରିବେ ଯାହାକୁ ସମଗ୍ର ସମ୍ବଲପୁର ମନେ ରଖିବ ବୋଲି କହିଛନ୍ତି । ଆଉ ହାରି ଗଲେ ପୂର୍ବ ପରି ରୋଗୀ ସେବା କରିବେ ବୋଲି କହିଛନ୍ତି ।


ମେ' 23ରେ ଗଣତି । ଅବସରରେ ସମୟ କାଟୁଥିବା ନେତାଙ୍କ ବଢିବ ହୃଦସ୍ପନ୍ଦନ । ନିର୍ବାଚନ ପରୀକ୍ଷାର ହରଣ ଗୁଣନରେ କାହାର ଫଳ ଶହେ ରୁ ଶହେ ତ କାହାର ଶୂନ ରହିବ । ଫଳାଫଳ ପାଇଁ ଏବେଠାରୁ ପାଇଁ ଆରମ୍ଭ ହେଲାଣି କାଉଣ୍ଟ ଡାଉନ ।

ସମ୍ବଲପୁରରୁ ବାଦଶାହ ଯୁଷ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details