ଓଡିଶା

odisha

By

Published : Nov 17, 2022, 11:00 AM IST

ETV Bharat / state

ସମ୍ବଲପୁରରେ ପଶ୍ଚିମ ଓଡିଶା ଓକିଲ ସଂଘର CAC ବୈଠକ

ସମ୍ବଲପୁରରେ CACର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ସମ୍ପର୍କିତ ଆନ୍ଦୋଳନରେ କୌଣସି ଓକିଲ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଗଲେ ଓକିଲ ସଂଘର ସଦସ୍ୟ ନିଜର ଲାଇସେନ୍ସ ସରେଣ୍ଡର କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଅଧିକ ପଢନ୍ତୁ

ସମ୍ବଲପୁରରେ ପଶ୍ଚିମ ଓଡିଶା ଓକିଲ ସଂଘର CAC ବୈଠକ
ସମ୍ବଲପୁରରେ ପଶ୍ଚିମ ଓଡିଶା ଓକିଲ ସଂଘର CAC ବୈଠକ

ସମ୍ବଲପୁର:ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁରରେ ପଶ୍ଚିମ ଓଡିଶା ଓକିଲ ସଂଘର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି(CAC)ର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ସମ୍ବଲପୁର ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ CAC(Central Action Committee) ଆବାହକ ଅଶୋକ ଦାସଙ୍କ ନେତୃତ୍ବରେ ଏହି ବୈଠକ ବସିଛି । ଏଥିରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ହେଉଥିବା ଆନ୍ଦୋଳନ ପାଇଁ କୌଣସି ଓକିଲ ବିରୁଦ୍ଧରେ ଯଦି Bar Council of India ଓ State Bar Council ପକ୍ଷରୁ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଏ ତାହାହେଲେ CAC ଅଧୀନରେ ଥିବା ସମସ୍ତ ଓକିଲ ସଂଘର ସଦସ୍ୟ ନିଜର ଲାଇସେନ୍ସ ସରେଣ୍ଡର କରିବେ ବୋଲି ଚେତାବନୀ ଦିଆଯାଇଛି ।

ସମ୍ବଲପୁରରେ ପଶ୍ଚିମ ଓଡିଶା ଓକିଲ ସଂଘର CAC ବୈଠକ

ଏହାସହିତ ରାଜ୍ୟ ସରକାର ଓ ହାଇକୋର୍ଟ 'ହାଇକୋର୍ଟ ବେଞ୍ଚ ଆନ୍ଦୋଳନ'କୁ ଚାପିଦେବା ପାଇଁ ଚକ୍ରାନ୍ତ କରିଛନ୍ତି ବୋଲି ଅଭିଯୋଗ କରିଛି CAC । ହାଇକୋର୍ଟ ବେଞ୍ଚ ନେଇ ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଦେବା ପରିବର୍ତ୍ତେ ରାଜ୍ୟ ସରକାରଙ୍କ ଆଡଭୋକେଟ ଜେନେରାଲ ଓ ହାଇକୋର୍ଟଙ୍କ ରେଜିଷ୍ଟ୍ରାର ସୁପ୍ରିମକୋର୍ଟରେ ଆଧାରହୀନ ଓ ପକ୍ଷପାତିତା କରି ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ରାଜ୍ୟ ସରକାର ଏହିଭଳି ଅଭିମୁଖ୍ୟ ବଜାୟ ରଖିଲେ ଆଗାମୀ ଦିନରେ ସ୍ବତନ୍ତ୍ର ରାଜ୍ୟ ପାଇଁ ଆନ୍ଦୋଳନ କରାଯିବ CAC ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details