ଓଡିଶା

odisha

By

Published : Jul 30, 2019, 8:58 PM IST

ETV Bharat / state

ପ୍ରିନ୍ସିପାଲଙ୍କ ବିରୁଦ୍ଧରେ ଅଭିଯୋଗ ଆଣି ଅନଶନରେ ନର୍ସିଂ ଛାତ୍ରଛାତ୍ରୀ

ପ୍ରିନ୍ସିପାଲଙ୍କ ବିରୁଦ୍ଧରେ ଅଭିଯୋଗ ଆଣି ନର୍ସିଂ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । ବିଶାଳ ଶୋଭାଯାତ୍ରାରେ ଆସି ଘେରିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ।

ଆନ୍ଦୋଳନରତ ଛାତ୍ରଛାତ୍ରୀ

ସମ୍ବଲପୁର: ବୁର୍ଲା ନର୍ସିଂ ସ୍କୁଲର ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । ପ୍ରିନ୍ସିପାଲଙ୍କ ବିରୁଦ୍ଧରେ ବିଭିନ୍ନ ଅଭିଯୋଗ ଆଣି ଛାତ୍ରଛାତ୍ରୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିବା ସହ ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଦାବିପତ୍ର ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର


ଆଜି ସମ୍ବଲପୁର ସହର ଦେଇ ଏହି ଛାତ୍ରଛାତ୍ରୀ ମାନେ ପ୍ଲାକାର୍ଡ ଓ ବ୍ୟାନର ଧରି ଏକ ବିରାଟ ଶୋଭାଯାତ୍ରା କରିଛନ୍ତି । ଏହାପରେ ଛାତ୍ରଛାତ୍ରୀଙ୍କ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ପ୍ରିନ୍ସିପାଲଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି । ଛାତ୍ରଛାତ୍ରୀଙ୍କୁ ଦୁର୍ବବ୍ୟହାର କରିବା ସହ ଟଙ୍କା ଅନିୟମିତତା ନେଇ ଅଭିଯୋଗ ଆଣିଛନ୍ତି ଆନ୍ଦୋଳନକାରୀ । ଗତ 15ଦିନରୁ ଏହି ଆନ୍ଦୋଳନ ଜାରି ରହିଥିବାବେଳେ ଗତ 5ଦିନ ହେବ ଅନଶନ କରିଛନ୍ତି ଛାତ୍ରଛାତ୍ରୀ । ଅନ୍ୟପକ୍ଷରେ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ସମ୍ବଲପୁର ଜିଲ୍ଲାପାଳ ।

ତେବେ ଏହି ଅଭିଯୋଗକୁ ପ୍ରିନ୍ସିପାଲ ଆଗରୁ ଖଣ୍ଡନ କରିବା ସହ ସ୍କୁଲରେ ଅନୁଶାସନ ଆଣିବାକୁ ଚେଷ୍ଟା କରିବାରୁ ତାଙ୍କୁ ହଟାଇବା ପାଇଁ ଷଡଯନ୍ତ୍ର କରାଯାଉଛି ବୋଲି କହିଛନ୍ତି । ବିକ୍ଷୋଭ ପ୍ରଦର୍ଶନ ସମୟରେ କିଛି ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଥିବାବେଳେ ପୋଲିସ ସେମାନଙ୍କୁ ଚିକିତ୍ସା ପାଇଁ ମେଡିକାଲ ନେଇଥିଲେ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details