ଓଡିଶା

odisha

ETV Bharat / state

ଭୀମସାର ଭାଇରାଲ ଭିଡିଓ ଘଟଣା: ପ୍ରତିକ୍ରିୟା ରଖିଲେ ଡିଆଇଜି ହିମାଂଶୁ ଲାଲ - DIG Himanshu Lal

ବୁର୍ଲା ମେଡିକାଲ ଫାଣ୍ଡି ସମ୍ମୁଖରେ ରୋଗୀ ସମ୍ପର୍କୀୟଙ୍କୁ ଡାକ୍ତରୀ ଛାତ୍ରଙ୍କ ନିର୍ଯ୍ୟାତନାର ଭିଡିଓ ଭାଇରାଲ ଘଟଣାରେ ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲଙ୍କ ପ୍ରତିକ୍ରିୟା । ସମ୍ବଲପୁର ଏସପି ଏହି ତଦନ୍ତକୁ ନିଜେ କରୁଥିବା କହିଲେ ହିମାଂଶୁ ଲାଲ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

By

Published : Oct 24, 2019, 8:43 PM IST

ସମ୍ବଲପୁର: ବୁର୍ଲା ମେଡିକାଲ ଫାଣ୍ଡି ସମ୍ମୁଖରେ ରୋଗୀ ସମ୍ପର୍କୀୟଙ୍କୁ ଡାକ୍ତରୀ ଛାତ୍ରଙ୍କ ନିର୍ଯ୍ୟାତନାର ଭିଡିଓ ଭାଇରାଲ ଘଟଣାରେ ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲଙ୍କ ପ୍ରତିକ୍ରିୟା । ସମ୍ବଲପୁର ଏସପି ଏହି ତଦନ୍ତକୁ ନିଜେ କରୁଥିବା କହିଲେ ହିମାଂଶୁ ଲାଲ ।

ସମ୍ବଲପୁର ବୁର୍ଲା ମେଡିକାଲରେ ଭିଡିଓ ଭାଇରାଲ ଘଟଣାରେ ଡିଆଇଜିଙ୍କ ପ୍ରତିକ୍ରିୟା

ତଦନ୍ତ ପ୍ରକ୍ରିୟାରେ ତଥ୍ୟ ପ୍ରମାଣ ସଂଗ୍ରହ ସହ ସବୁ ଦିଗରେ ନଜର ରଖାଯାଇଛି । ତଦନ୍ତ ଶେଷ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ତେବେ ପୋଲିସ ସାମ୍ନାରେ ଏଭଳି ହୋଇଥିବା ଭିଡିଓରେ ଦେଖାଯାଉଥିବାରୁ ଏହାକୁ ଏସପି ନିଜେ ତଦନ୍ତ କରୁଛନ୍ତି ।

ଏହାସହ ଘଟଣାକୁ ତିନୋଟି ଆଙ୍ଗୀକରେ ତଦନ୍ତ କରାଯାଉଥିବା ସେ କହିଛନ୍ତି । ପୋଲିସ, ଲୋକ ଓ ଡାକ୍ତରଙ୍କୁ ନେଇ ଏହି ତଦନ୍ତ ହେଉଥିବା ସେ ଦର୍ଶାଇଛନ୍ତି । ସୂଚନା ଥାଉକି, କିଛି ଦିନ ପୂର୍ବେ ଜଣେ ରୋଗୀ ସମ୍ପର୍କୀୟଙ୍କୁ କିଛି ଡାକ୍ତରୀ ଛାତ୍ର ପୋଲିସ ସମ୍ମୁଖରେ ନିର୍ଯ୍ୟାତନା ଦେଉଥିବାର ଭିଡିଓ ଭାଇରାଲ ହୋଇଛି । ତେବେ ଏହି ଘଟଣାରେ ଉଭୟ ପକ୍ଷ ଥାନାରେ ଏତଲା ଦାଏର କରିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା ଓ ବରଗଡରୁ ରାଜେଶ ସରାପ୍‌, ଇଟିଭି ଭାରତ

ABOUT THE AUTHOR

...view details