ଓଡିଶା

odisha

ETV Bharat / state

ବୁର୍ଲାର 4 ଟି ସ୍ଥାନକୁ କଣ୍ଟେନମେଣ୍ଟ ଓ ବଫର ଜୋନ ଘୋଷଣା - ଜିଲ୍ଲା ପ୍ରଶାସନର ଚିନ୍ତା

ସମ୍ବଲପୁର ଜିଲ୍ଲା ପ୍ରଶାସନ ବୁର୍ଲା ସହରର 2 ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଓ ଅନ୍ୟ 2 ଟି ସ୍ଥାନକୁ ବଫର ଜୋନ ଭାବେ ଘୋଷଣା କରିଛି। ଅଧିକ ଖବର ପଢନ୍ତୁ...

ବୁର୍ଲାର 4 ଟି ସ୍ଥାନକୁ କଣ୍ଟେନମେଣ୍ଟ ଓ ବଫର ଜୋନ ଘୋଷଣା
ବୁର୍ଲାର 4 ଟି ସ୍ଥାନକୁ କଣ୍ଟେନମେଣ୍ଟ ଓ ବଫର ଜୋନ ଘୋଷଣା

By

Published : Jul 16, 2020, 11:07 AM IST

ସମ୍ବଲପୁର: ବୁର୍ଲାରେ ଦିନକୁ ଦିନ କୋରୋନା ସ୍ଥିତି ବିଗିଡିବାରେ ଲାଗିଛି। ମୁଖ୍ୟତଃ ବୁର୍ଲାରୁ ସ୍ଥାନୀୟ ସଂକ୍ରମଣର ମାମଲା ବଢ଼ିବାରେ ଲାଗିଥିବା ଯୋଗୁଁ ଏହା ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି। ଏଥିପାଇଁ ଗୋଷ୍ଠୀ ସଂକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲା ପ୍ରଶାସନ ବୁର୍ଲା ସହରର 2 ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଓ ଅନ୍ୟ 2 ଟି ସ୍ଥାନକୁ ବଫର ଜୋନ ଭାବେ ଘୋଷଣା କରିଛି।

ବୁର୍ଲାର ୱାର୍ଡ ନମ୍ବର 4 ର ଗୁରୁଦ୍ବାର କଲୋନୀ ଓ ୱାର୍ଡ ନମ୍ବର 7 ର ତେଲୁଗୁପଡାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଅନ୍ୟପଟେ ୱାର୍ଡ ନମ୍ବର 4ର 'ଇଏଣ୍ଡଏଫ-ଟାଇଫ କ୍ବାର୍ଟର ଲାଇନ୍ସ' ଓ ନୂଆଁପଡା ଅଞ୍ଚଳର OHPC କଲୋନୀ, ଫ୍ରେଣ୍ଡସ କଲୋନୀ, ବିନାୟକ ହସ୍ପିଟାଲ ଓ ସୌରବ ବିହାରକୁ ବଫର ଜୋନ ଭାବେ ଘୋଷଣା କରାଯାଇଛି।

ବୁର୍ଲାର 4 ଟି ସ୍ଥାନକୁ କଣ୍ଟେନମେଣ୍ଟ ଓ ବଫର ଜୋନ ଘୋଷଣା

ଏହି ସ୍ଥାନ ଗୁଡିକରେ ସବୁ ପ୍ରକାର ଯାନବାହାନ ଚଳାଚଳ ବନ୍ଦ ରହିବ। ତେବେ ମେଡିକାଲ କାର୍ଯ୍ୟରେ ଯାଉଥିବା ବ୍ୟକ୍ତି କଟକଣା ମୁକ୍ତ ରହିବେ। ଅନ୍ୟ ଯେକୌଣସି ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ ବୁର୍ଲା ଥାନା ଅଧିକାରୀଙ୍କ ଠାରୁ ପାସ ନେବାକୁ ପଡିବ । ବୁର୍ଲାର ତେଲୁଗୁପଡା ଓ ଗୋପବନ୍ଧୁ ଛକ ଅଞ୍ଚଳରେ ପୋଲିସର କଣ୍ଟ୍ରୋଲ ରୁମ ରହିବା ସହ ମେଡିକାଲ ଟିମ ଓ ଏସଏମସି କର୍ମଚାରୀ ମୁତୟନ ରହିବେ।

ଏଥିପାଇଁ କଣ୍ଟେନମେଣ୍ଟ ଜୋନ ଓ ବଫର ଜୋନ ଅଧୀନରେ ଆସୁଥିବା ସମସ୍ତ ବୁର୍ଲାବାସୀଙ୍କୁ ଘରେ ରହିବାକୁ ଅପିଲ କରାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ତଥା ମେଡ଼ିକାଲ ସାମଗ୍ରୀ ପହଞ୍ଚାଇବାକୁ ଏସଏମସିକୁ ଦାୟିତ୍ବ ଦିଆଯାଇଛି। କଣ୍ଟେନମେଣ୍ଟ ଜୋନ ଅଞ୍ଚଳରେ ଥିବା ସମସ୍ତ ସରକାରୀ ବେସରକାରୀ ଅଫିସ ବନ୍ଦ ରହିବ। ଏହି ଅଞ୍ଚଳର ସମସ୍ତ ବାସିନ୍ଦା ସାମାଜିକ ଦୂରତ୍ବ ବଜାୟ ରଖିବା ତଥା ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ନାମା ଜାରି କରାଯାଇଛି। ଆଜି ସକାଳ 7 ଟାରୁ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବୁର୍ଲାରେ ଏହି କଟକଣା ଜାରି ରହିବ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details