ଓଡିଶା

odisha

ETV Bharat / state

କୋଭିଡ ନେଲା ଆଉ ଜଣେ ଡାକ୍ତରଙ୍କ ଜୀବନ - burla medical dentist dead

କୋଭିଡ ନେଲା ଆଉ ଜଣେ କରୋନା ଯୋଦ୍ଧାର ଜୀବନ। ସମ୍ବଲପୁର ବୁର୍ଲା ଭୀମସାର ମେଡ଼ିକାଲ ଦାନ୍ତ ବିଭାଗର ମୁଖ୍ୟ ଡାକ୍ତର ଅନୁପ ଶତପଥୀଙ୍କ କୋଭିଡରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅଧିକ ପଢନ୍ତୁ...

କୋଭିଡ ନେଲା ଆଉ ଜଣେ ଡାକ୍ତରଙ୍କ ଜୀବନ
କୋଭିଡ ନେଲା ଆଉ ଜଣେ ଡାକ୍ତରଙ୍କ ଜୀବନ

By

Published : May 29, 2021, 7:15 PM IST

ସମ୍ବଲପୁର: କୋରୋନାରେ ପ୍ରାଣ ହରାଇଲେ ଆଉ ଜଣେ କୋଭିଡ ଯୋଦ୍ଧା । ବୁର୍ଲା ଭୀମସାର ଦନ୍ତ ବିଭାଗର ମୁଖ୍ୟ ଡାକ୍ତର ଅନୁପ ଶତପଥୀଙ୍କ ଆଜି(ଶନିବାର) କରୋନାରେ ଦେହାନ୍ତ ହୋଇଛି । ଭୀମସାର ଦନ୍ତ ବିଭାଗ ମୁଖ୍ୟ ଡାକ୍ତର ଅନୁପ ଶତପଥୀ କିଛି ଦିନ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

କୋଭିଡ ନେଲା ଆଉ ଜଣେ ଡାକ୍ତରଙ୍କ ଜୀବନ

ତେବେ ଆଜି ସକାଳେ ସେ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏହି ଖବର ଜଣାପଡିବା ପରେ ଭୀମସାରରେ ଶୋକର ଛାୟା ଖେଳିଯାଇଛି । ବୁର୍ଲା ଭୀମସାରର ଆବାସିକ ଡାକ୍ତର ତଥା ସମାଜସେବୀ ଡା. ଶଙ୍କର ରାମଚନ୍ଦାନୀ, ଡାକ୍ତର ଅନୁପ ଶତପଥୀଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଓ ଏହା ବୁର୍ଲା ମେଡିକାଲର ବହୁତ ବଡ଼ କ୍ଷତି ବୋଲି କହିଛନ୍ତି ।

ଡାକ୍ତର ଶତପଥୀ ସମ୍ବଲପୁର ତଥା ବୁର୍ଲା ଅଞ୍ଚଳରେ ବହୁ ଜଣାଶୁଣା ବ୍ୟକ୍ତିତ୍ୱ ହୋଇଥିବାରୁ ସାଧାରଣ ଲୋକଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ବିଶେଷ ତାଙ୍କର ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details