ସମ୍ବଲପୁର: ଚୀନ ଦ୍ରବ୍ୟ ବର୍ଜନ କରିବା ପାଇଁ ସଚେତନତା ଆରମ୍ଭ କଲା ପୂର୍ବତନ ସୈନିକ ସଂଘ । ଭାରତ ଚୀନ ସୀମାରେ ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ 20 ଭାରତୀୟ ସୈନ୍ୟ ଶହୀଦ ହେବା ପରେ ଏବେ ସାରା ଦେଶରେ ଚୀନ ବିରୋଧୀ ବାତାବରଣ ସୃଷ୍ଟି ହୋଇଛି। ସମ୍ବଲପୁରରେ ମଧ୍ୟ ଚୀନ ବିରୋଧୀ ବାତାବରଣ ଦେଖିବାକୁ ମିଳିଛି।
ଚୀନ ଜିନିଷ ବର୍ଜନ ପାଇଁ ସଚେତନାତା ଆରମ୍ଭ କଲା ପୂର୍ବତନ ସୈନିକ ସଂଘ - ଚୀନ ଉତ୍ପାଦ ନକିଣିବାକୁ ସଚେତନତା ଆରମ୍ଭ କଲା ପୂର୍ବତନ ସୈନିକ ସଂଘ
ସମ୍ବଲପୁରରେ ଚୀନ ଦ୍ରବ୍ୟ ବର୍ଜନ କରିବା ପାଇଁ ସଚେତନତା ଆରମ୍ଭ କଲା ପୂର୍ବତନ ସୈନିକ ସଂଘ । ଭାରତ ଚୀନ ସୀମାରେ ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ 20 ଭାରତୀୟ ସୈନ୍ୟ ଶହୀଦ ହେବା ପରେ ସାରା ଦେଶରେ ଚୀନ ବିରୋଧୀ ବାତାବରଣ ସୃଷ୍ଟି ହୋଇଛି। ଅଧିକ ପଢନ୍ତୁ...
ଶୁକ୍ରବାର ପଶ୍ଚିମ ଓଡିଶା ପୂର୍ବତନ ସୈନିକ ସଂଘ ତରଫରୁ ଶହୀଦ ହୋଇଥିବା ଯବାନ ମାନଙ୍କୁ କଚେରୀ ଛକ ସ୍ଥିତ ଶହୀଦ ସ୍ତମ୍ବ ରେ କେଣ୍ଡେଲ ଜଳାଇ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏହା ପରେ ପୂର୍ବ ସୈନିକ ସଂଘର ସଦସ୍ୟ ମାନେ ଫ୍ଲାଗ କାର୍ଡ ଧରି ଚୀନ ସାମଗ୍ରୀ ବର୍ଜନ କରିବାକୁ ସଚେତନତା ରାଲି କରିଥିଲେ। ସମ୍ବଲପୁର କଚେରୀ ଛକରୁ ଏହି ରେଲି ବାହାରି ସହର ପରିକ୍ରମା କରି ଗୋଲବଜାର ମାର୍କେଟ ପର୍ଯ୍ୟନ୍ତ ଚାଲିଥିଲା। ଏଠାରେ ଦୋକାନକୁ ଦୋକାନ ବୁଲି ଚୀନ ସାମଗ୍ରୀ ବର୍ଜନ ପାଇଁ ଅପିଲ କରାଯାଇଥିଲା। ଆଗକୁ ଏହି ସଚେତନତା କାର୍ଯ୍ୟକ୍ରମକୁ ବଡ଼ ଆକାରରେ କରାଯିବ ବୋଲି ପୂର୍ବ ସୈନିକ ସଙ୍ଘ ତରଫରୁ କୁହାଯାଇଛି।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା,ଇଟିଭି ଭାରତ