ଓଡିଶା

odisha

ETV Bharat / state

ବିଶ୍ବାସରେ ଆତ୍ମନିର୍ଭର, ଦୃଷ୍ଟିହୀନ ଦମ୍ପତିଙ୍କ ସ୍ୱାଭିମାନି ଚିନ୍ତାଧାରା - blind couple of Sambalpur set example of self depended

ସମ୍ବଲପୁରର ସ୍ବାଭିମାନୀ ଦମ୍ପତ୍ତି ରାମଜି ଗୁଡି ପଡାରେ ରହୁଥିବା ଦୃଷ୍ଟିହୀନ ଅକ୍ରୁର ଓ ଗୀତାଞ୍ଜଳି । ଦୃଷ୍ଟିବାଧିତ ହେବା ଆତ୍ମବିଶ୍ବାସ ଆଗରେ ମାନିଛି ହାର। ଦୃଷ୍ଟିଶକ୍ତି ଦେଇନାହାନ୍ତି ଭଗବାନ । କିନ୍ତୁ ଅଚଳ ହୋଇନି ହାତ ଓ ଗୋଡ । ଏପରି ବିଶ୍ବାସରେ ଆତ୍ମନିର୍ଭର ବନିଛନ୍ତି ଉଭୟ । ନା ଭଗବାନ ନା ଭାଗ୍ୟ । ଅଧିକ ପଢନ୍ତୁ...

ବିଶ୍ବାସରେ ଆତ୍ମନିର୍ଭର, ଦୃଷ୍ଟିହୀନ ଦମ୍ପତ୍ତିଙ୍କ ସ୍ୱାଭିମାନି ଚିନ୍ତାଧାର।
ବିଶ୍ବାସରେ ଆତ୍ମନିର୍ଭର, ଦୃଷ୍ଟିହୀନ ଦମ୍ପତ୍ତିଙ୍କ ସ୍ୱାଭିମାନି ଚିନ୍ତାଧାର।

By

Published : Jun 11, 2020, 10:34 PM IST

ସମ୍ବଲପୁର: ଜୀବନ ଏକ ସଂଘର୍ଷ । ଆସିଥାଏ ଅନେକ ଝଡ ଝଞ୍ଜା । ସାମନା କରିବାକୁ ପଡିଥାଏ ଉଭୟ ସୁଖ ଓ ଦୁଃଖ କୁ । ହେଲେ ଏସବୁ ଭିତରେ ବି ବଞ୍ଚିବା କୁ ହୁଏ । ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ସଂଘର୍ଷ ରେ ହାରି ଯାଇ ସାଜନ୍ତି ପଳାୟନପନ୍ଥୀ । ହେଲେ କିଛି ଏମିତି ବି ଅଛନ୍ତି ଯିଏ ସଂଘର୍ଷ କୁ ସାମ୍ନା କରି ଅନ୍ୟ ପାଇଁ ପାଲଟନ୍ତି ଉଦାହରଣ । ଆଉ ସେମିତି ଜଣେ ସ୍ବାଭିମାନୀ ଦମ୍ପତ୍ତି ହେଉଛନ୍ତି ସମ୍ବଲପୁରର ରାମଜି ଗୁଡି ପଡାରେ ରହୁଥିବା ଦୃଷ୍ଟିହୀନ ଅକ୍ରୁର ଓ ଗୀତାଞ୍ଜଳି ।

ବିଶ୍ବାସରେ ଆତ୍ମନିର୍ଭର, ଦୃଷ୍ଟିହୀନ ଦମ୍ପତ୍ତିଙ୍କ ସ୍ୱାଭିମାନି ଚିନ୍ତାଧାର।

ଦୃଷ୍ଟିବାଧିତ ହେବା ଆତ୍ମବିଶ୍ବାସ ଆଗରେ ମାନିଛି ହାର। ଦୃଷ୍ଟିଶକ୍ତି ଦେଇନାହାନ୍ତି ଭଗବାନ । କିନ୍ତୁ ଅଚଳ ହୋଇନି ହାତ ଓ ଗୋଡ । ଏପରି ବିଶ୍ବାସରେ ଆତ୍ମନିର୍ଭର ବନିଛନ୍ତି ଉଭୟ । ନା ଭଗବାନ ନା ଭାଗ୍ୟ । କାହାରିକୁ ଦେଇନାହାନ୍ତି ଦୋଷ। ସରକାରୀ ସହାୟତାର ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ କରିନାହାନ୍ତି ଅପେକ୍ଷା । ନିଜେ ନିଜ ବଞ୍ଚିବାର ରାହା ଖୋଜିନେଇଛନ୍ତି । ଅକ୍ରୁର ଜନ୍ମରୁ ଦୃଷ୍ଟିହୀନ । ଆଉ ସ୍ତ୍ରୀଙ୍କ ଗୋଟିଏ ଆଖି ଖରାପ, ଅନ୍ୟ ଆଖିକୁ ଦିଶୁଛି ଝାପସା । ଗୀତାଞ୍ଜଳୀଙ୍କ ଶରୀର ଅତି ରୁଗଣ୍ ଓ ଦୁର୍ବଳ । ହେଲେ ଦେହର ଦୁର୍ବଳତା ମନରେ ପକାଇ ପାରିନି ପ୍ରଭାବ । 2 ବର୍ଷ ହେଲା ଫିନାଇଲ ଓ ମହମବତୀ ତିଆରି କରି ଚଳାଉଛନ୍ତି ପରିବାର । ତେବେ ସେମାନଙ୍କ ବେଉସା ବୁଡାଇଛି ଲକଡାଉନ । କଟକରୁ କଞ୍ଚା ମାଲ ଆସି ନପାରିବାରୁ ଦେଖାଦେଇଛି ସମସ୍ୟା । ଘର ଭଡା ଦେବାକୁ ନେଇ ଉଭୟ ଚିନ୍ତିତ । ହେଲେ ଏତେସବୁ ଦୁଃଖ ଭାଙ୍ଗିନି ବିଶ୍ବାସ । ଏବେବି କଞ୍ଚାମାଲ ମିଳିଲେ ପୁଣି ଆତ୍ମନିର୍ଭରଶୀଳ ହେବେ ବୋଲି ବାନ୍ଧିଛନ୍ତି ଆଶା ।

ଜୀବନରେ ଟିକିଏ ସମସ୍ୟା ଆସିଲେ ଲୋକେ ଅଧୀର ହୋଇ ବାଛନ୍ତି ଭୁଲ ରାସ୍ତା । କେହି କେହି ନିଜ ଜୀବନ ମଧ୍ୟ ହାରିବାକୁ ପଛାଇ ନଥାନ୍ତି । ହେଲେ ଏହି ସ୍ବାଭିମାନୀ ଦମ୍ପତି ସମସ୍ତଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାଦାୟୀ ।

ସମ୍ବଲପୁରରୁ ବାଦଶାହା ଜୁସମନ୍ ରଣା, ଇଟିଭି ଭାରତ

ABOUT THE AUTHOR

...view details